Home ଓଡ଼ିଶା ଗଣତନ୍ତ୍ରର ସୁରକ୍ଷା କ୍ଷେତ୍ରରେ ନାରୀମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଆଶାପ୍ରଦୀପ ସମ୍ମାନ ରେ ସମ୍ମାନୀତ ହେଲେ ସଚ୍ଚିଦାନନ୍ଦ ଗୋଛାୟତ ଗୋପ (ଓଡ଼ିଶା ତାଜା ନ୍ୟୁଜ୍) :- ଭୁବନେଶ୍ଵର ସ୍ଥିତ ସ୍ଥାନୀୟ ପାନ୍ଥନିବାସ ସମ୍ମିଳନୀ କକ୍ଷରେ ପ୍ରଗତିଶୀଳ ତ୍ରିଭାଷୀ ସମ୍ବାତପତ୍ର ‘ଆଶାପ୍ରଦୀପ’ର ଏକବିଂଶତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ସାମ୍ପ୍ରତିକ ଗଣତନ୍ତ୍ରରେ ସଶକ୍ତ ନାରୀର ଭୂମିକା’ ପ୍ରସଙ୍ଗରେ ଆଲୋଚନା ଚକ୍ରରେ ମୁଖ୍ୟ ଅତିଥି ତଥା ଉଦ୍ଘାଟକ ଭାବେ ଡ଼କ୍ଟର ପ୍ରସନ୍ନ କୁମାର ପାଟ୍ଟଶାଣୀ, ଯୋଗ ଦେଇ ଗଣତନ୍ତ୍ରରେ ନାରୀମାନଙ୍କ ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ମୁଖ୍ୟବକ୍ତା ଭାବରେ ପୂର୍ବତନ ମନ୍ତ୍ରୀ ଡ଼କ୍ଟର ଅରବିନ୍ଦ ଢାଲୀ, ସମ୍ମାନିତ ଅତିଥ୍ ଭାବରେ ଓଡିଶା ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର, ଡ ଝରଣା ସ୍ଵାଇଁ, ଡ଼କ୍ଟର ସଞ୍ଜିବ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ମୁଖ୍ୟ ସମ୍ପାଦିକା ବ୍ରାହ୍ମୀପ୍ରିୟା ସାମନ୍ତରାୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ‘ଆଶାପ୍ରଦୀପ’ର ସ୍ଵତନ୍ତ୍ର ସଂଖ୍ୟା ଉନ୍ମୋଚିତ ହେବା ସହ ଅନେକ ସୃଜନ ସ୍ରଷ୍ଟାଙ୍କର ପୁସ୍କକ ଉନ୍ମୋଚିତ ହୋଇଥିଲା । ଡ଼କ୍ଟର ପ୍ରସନ୍ନ ପାଟ୍ଟଶାଣୀଙ୍କର ମହାକାବ୍ୟ ‘ଏଇଠୁ ଆରମ୍ଭ’ ଏବଂ ଶ୍ରୀମଦ ଭଗବତ ଗୀତାର ଅମୃତ କଗୁଡିକର ଡିଜିଟାଲ ପରିବେଷଣ କରାଯାଇଥିଲା । ବ୍ରାହ୍ମୀପ୍ରିୟା ସାମନ୍ତରାୟଙ୍କ ଡିଜିଟାଲ ପୁସ୍ତକ ‘ପରମାତ୍ମାଙ୍କୁ ଚିଠିଟିଏ’ ଉନ୍ମୋଚିତ ହେବା ସହ ଡ଼କ୍ଟର ସଞ୍ଜିବ ପ୍ରଧାନ, ଗୋଲାପ ସାହୁ ଓ ପ୍ରଶାନ୍ତ ସାହୁ, ମଞ୍ଜୁଳା କର, ଶୁଭଶ୍ରୀ ସିଂ ପ୍ରମୁଖଙ୍କ ପୁସ୍ତକ ମଧ୍ୟ ଉନ୍ମୋଚିତ ହୋଇଥିଲା । ଶ୍ରେଷ୍ଠ ମିଡିଆ ଆଓ୍ବାର୍ଡ ସମ୍ବାଦ ଓ କନକ ଟିଭିକୁ ପ୍ରଦାନ କରାଯାଇ ସ୍ୱର୍ଗତ ଦିଲ୍ଲୀପ ଶତପଥୀଙ୍କ ସ୍ମୃତିରେ ଏହାକୁ ଅର୍ପଣ କରାଯାଇଥିଲା । ଏତଦ୍ବ୍ୟତୀତ ଡକ୍ଟର ଝରଣା ସ୍ଵାଇଁ, ଶ୍ରୀମତୀ ମମତା ପାଟ୍ଟଶାଣୀ, ସାମ୍ବାଦିକ ଚଣ୍ଡି ପ୍ରସାଦ ରଣସିଂ, ବହୁ ପ୍ରତିଭାଧରଙ୍କୁ ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା l 2025 ବର୍ଷ ପାଇଁ ଓଡିଶା ଏକ୍ସପ୍ରେସ ନିୟୁଜ ପେପର ର ଗୋପ ବ୍ଲକ ପ୍ରତିନିଧି ସଚ୍ଚିଦାନନ୍ଦ ଗୋଛାୟତ ଙ୍କୁ ଶ୍ରେଷ୍ଠ ସମ୍ବାଦକ ଭାବେ ସମ୍ମାନିତ କରିବା ସହିତ ନିମାପଡା ଅଞ୍ଚଳ ର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ” ନୟା ସବେରା ” କୁ ଚଳିତ ବର୍ଷ ପାଇଁ ଶ୍ରେଷ୍ଠ ସ୍ୱଛାସେବୀ ସମ୍ମାନ ରେ ସମ୍ମାନିତ କରାଯାଇଥିଲା । ଋତୁପର୍ଣା ମହାନ୍ତି ସଂଯୋଜିକା ଭାବରେ ଯୋଗଦେଇଥିଲେ । Categories: ଓଡ଼ିଶା, ପୁରୀ, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026