ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) କେରଳ :– କେରଳ ବିଜେପିର ନୂଆ ସଭାପତି ଭାବେ ମନୋନୀତ ହୋଇଛନ୍ତି ରାଜ୍ୟର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ରାଜୀବ ଚନ୍ଦ୍ରଶେଖର । ଆଜି କେରଳର ତିରୁଅନନ୍ତପୂରମର ଉଦୟ ପ୍ୟାଲେସରେ ବିଜେପିର ଜାତୀୟ ପର୍ଯ୍ୟବେକ୍ଷକ ତଥା କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏହି ଘୋଷଣା କରିଛନ୍ତି । ଘୋଷଣା ସମୟରେ କେରଳ ବିଜେପିର ପ୍ରଭାରୀ ପ୍ରକାଶ ଜାଭଡ଼େକର ଏବଂ ସହ ପ୍ରଭାରୀ ତଥା ଭୁବନେଶ୍ୱର ସାଂସଦ ଶ୍ରୀମତି ଅପରୀଜିତା ଷଡ଼ଙ୍ଗୀଙ୍କ ସମେତ ୩୦ଟି ବିଜେପି ଜିଲ୍ଲା ଏବଂ ୨୮୦ଟି ମଣ୍ଡଳର ତିନି ହଜାରରୁ ଉର୍ଦ୍ଧ୍ୱ କାର୍ଯ୍ୟକର୍ତ୍ତା ମଧ୍ୟ ଉପସ୍ଥିତ ଥିଲେ ।
