Home ଓଡ଼ିଶା ଶଙ୍ଖତ୍ରାସ ହାଇସ୍କୁଲର ୧୯୮୫ ବ୍ୟାଚର ପୁରାତନ ଛାତ୍ରଛାତ୍ରୀଙ୍କ ବନ୍ଧୁମିଳନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଦୀର୍ଘ ୪୦ ବର୍ଷ ତଳେ କଟକ ସଦର ଥାନା ଅନ୍ତର୍ଗତ ଶଙ୍ଖତ୍ରାସ ହାଇସ୍କୁଲରେ ଅଧ୍ୟୟନ କରି ସାରିଥିବା ୧୯୮୫ ମସିହା ମାଟ୍ରିକ ବ୍ୟାଚର ପୁରାତନ ଛାତ୍ରଛାତ୍ରୀ ମାନେ ଗତକାଲି ରବିବାର ଦିନ ଏକ ବନ୍ଧୁମିଳନରେ ଏକତ୍ରିତ ହୋଇଥିଲେ ସେହି ପୁରାତନ ବିଦ୍ୟାଳୟରେ । ଛାତ୍ର ପ୍ରମୋଦ କୁମାର ରାଉତରାୟଙ୍କ ଆବାହକତ୍ୱରେ ସମସ୍ତ ଛାତ୍ରଛାତ୍ରୀ ଏକାଠି ହୋଇ ସେମାନଙ୍କର ପିଲାଦିନ କଥାକୁ ମନେ ପକେଇ ଜଣେ ସାଥୀ ନିଜ କଣ୍ଠସ୍ୱରରେ ଗାଉଥିଲେ ସାଥୀ ମୋର ପିଲାଦିନ । ଏହି ସଂଗୀତ ଶୁଣି ସମସ୍ତ ଛାତ୍ରଛାତ୍ରୀ ଭାବବିହ୍ୱଳରେ ମଜିଯାଇଥିଲେ । ଏହି ପୁରାତନ ଛାତ୍ରଛାତ୍ରୀ ଙ୍କ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସମାଜ ସେବୀ ସୁଭେନ୍ଦୁ ମହାନ୍ତି ମୁଖ୍ୟ ଅତିଥି , ପ୍ରତାପ ମହାପାତ୍ର ମୁଖ୍ୟବକ୍ତା , ଶରତ ଚନ୍ଦ୍ର ମହାପାତ୍ର, ମନୋଜମହାନ୍ତି ସମ୍ମାନିତ ଆତିଥୀ ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ପୁରାତନ ଛାତ୍ରଛାତ୍ରୀଙ୍କ ପକ୍ଷରୁ ସମ୍ମାନିତ କରାଯାଇଥିଲା । ଦୀର୍ଘ ଦିନ ବ୍ୟବଧାନରେ ଏକାଠି ହୋଇଥିବା ଛାତ୍ରଛାତ୍ରୀ ମାନେ ନାଚ ଗୀତରେ ସମିଳିତ ହେବା ସହିତ ପରସ୍ପର ମଧ୍ୟରେ ଭାବର ଆଦାନପ୍ରଦାନ କରିବା ସହିତ ଭୋଜିଭାତ ଖାଇ ଖୁସି ମନେଇଥିଲେ । ଏହି କାର୍ଯ୍ୟକ୍ରମରେ ସନ୍ତୋଷ ସାମନ୍ତରାୟ, ଅରବିନ୍ଦଜେନା, ବିଷ୍ଣୁ ଚରଣ ପ୍ରଧାନ , କାଳନ୍ଦୀ ସାହୁ ,ଗଜେନ୍ଦ୍ର ଜେନା ,ସଦାଶିବ ସାମନ୍ତରାୟ , କପିଳେନ୍ଦ୍ର ସେନାପତି ,ସୁଧାଂଶୁ ନାୟକ ,ସ୍ନିଗ୍ଧା ରାଉତ ,ବିଶ୍ୱମିତ୍ରା ମହାନ୍ତି, ବସନ୍ତ ମଞ୍ଜରୀ ପତି , ନୟନା ବେହେରା ,ଅମ୍ବିକା ଜେନା ,ମମତା ପରିଜା ,ସଚୀତା ନନ୍ଦ ଜେଜେଙ୍କ ସମେତ ୨୯୮୫ ବ୍ୟାଚର ସମସ୍ତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ by Proprietor Abhimanyu Maharana July 30, 2026 ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ by Proprietor Abhimanyu Maharana July 30, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana July 30, 2026 କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026