Home ଓଡ଼ିଶା ଆସନ୍ତା ୨୭ ତାରିଖରେ ବିଧାନସଭା ଘେରିବ କଂଗ୍ରେସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ରାଜ୍ୟରେ ଏବଂ କେନ୍ଦ୍ରରେ ବିଜେପି ସରକାର ଗଠନ କରିବା ପରେ ମହିଳା ମାନଙ୍କ ପ୍ରତି ବିଭିନ୍ନ ପ୍ରକାର ଅତ୍ୟାଚାର ବଢ଼ି ଚାଲିଛି l ରାଜ୍ୟରେ ମହିଳାଙ୍କ ସୁରକ୍ଷା ଏବଂ ନ୍ୟାୟ ଦାବିରେ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ନିଷ୍ପତି କ୍ରମେ ଏବଂ ନିର୍ଦ୍ଦେଶରେ ଗତ ୧୦ ତାରିଖ ଦିନ ସମସ୍ତ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରିବା ସହିତ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରାଯାଇଥିଲା । ବିଧାନସଭାରେ ଏହାକୁ ଉପସ୍ଥାପନ କରିବା ସହ ଏକ କମିଟି ଗଠନ କରି ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ କଂଗ୍ରେସ ବିଧାୟକ ମାନେ ଦାବି କରିଥିଲେ । ଏହାକୁ ବିରୋଧ କରି ବିଜେପି ବିଧାୟକ ମାନଙ୍କ ମଧ୍ୟରୁ ବିଧାନସଭାରେ କିଏ ଅଶାଳୀନ ଭାଷା କହୁଥିଲେ ତ ଆଉ କିଏ ବରିଷ୍ଠ କଂଗ୍ରେସ ବିଧାୟକଙ୍କ କଲର ଧରି ଠେଲା ପେଲା କରି ଧକ୍କା ମାରିଥିଲେ । ମାନ୍ୟବର ବାଚସ୍ପତି ବିଜେପି ବିଧାୟକଙ୍କୁ ନିଲମ୍ବନ ନ କରିବା ପରିବର୍ତ୍ତେ ବରିଷ୍ଠ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କୁ ନିଲମ୍ବନ କରିବା କେତେ ଯଥାର୍ଥ ଏବଂ କେତେ ନ୍ୟାୟ ସଙ୍ଗତ ବୋଲି ଆଜି କଂଗ୍ରେସ ଭବନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବିଧାୟକ ଡ଼ ଦେବାଶିଷ ପଟ୍ଟନାୟକ ସବିଶେଷ ତଥା ଉପସ୍ଥାପନ କରିଛନ୍ତି। ଡ଼ ପଟ୍ଟନାୟକ କହିଛନ୍ତି ରାଜ୍ୟରେ ପାଖାପାଖି ୪୫ ହଜାର ରୁ ଅଧିକ ମହିଳା ଓ ଶିଶୁ ନିଖୋଜ ଅଛନ୍ତି।ବିଜେପି ସରକାରର ୯ ମାସ ମଧ୍ୟରେ ୧୨.୯ ପ୍ରତିଶତ ମହିଳା ବିଭିନ୍ନ ଅତ୍ୟାଚାରର ଶିକାର ହୋଇଛନ୍ତି । ବିଭିନ୍ନ ଥାନାରେ ୧୬୦୦ କେସ ପଞ୍ଜିକୃତ ହୋଇଛି।ନାରୀ ନିର୍ଯ୍ୟାତନାରେ ମହାମହିମ ରାଷ୍ଟ୍ରପତିଙ୍କ ଗାଁ ମଧ୍ୟ ବାଦ୍ ପଡିନି।ରାଜ୍ୟ ସରକାର ମହିଳାଙ୍କୁ ସଶକ୍ତ କରିବା କଥା କହୁଛନ୍ତି କିନ୍ତୁ ସ୍କୁଲ ପିଲା ଗର୍ଭବତୀ ହେବା କଣ ନାରୀ ସୁରକ୍ଷା ବୋଲି ପ୍ରଶ୍ନ କରିଛନ୍ତି ଡ଼ ପଟ୍ଟନାୟକ।ସବୁବେଳେ କଂଗ୍ରେସ ନାରି ଙ୍କୁ ସମ୍ମାନ ଦେବା ସହ ସୁରକ୍ଷା ନେଇ କାର୍ଯ୍ୟ କରିଆସୁଛି।ତେଣୁ ରାଜ୍ୟରେ ନାରୀଙ୍କ ସୁରକ୍ଷା ଓ ନ୍ୟାୟ ଦାବିରେ ରାଜରାସ୍ତାକୁ ଓହ୍ଲାଇବ ଓ ଜୋରଦାର ଲଢେଇ କରିବ। ଯେ ପର୍ଯ୍ୟନ୍ତ ନାରୀଙ୍କୁ ଉପଯୁକ୍ତ ସମ୍ମାନ ଏବଂ ନ୍ୟାୟ ନ ମିଳିଛି ସେ ପର୍ଯ୍ୟନ୍ତ କଂଗ୍ରେସ ଦଳ ଲଢେଇ ଜାରି ରଖିବ ବୋଲି ଡ଼ ପଟ୍ଟନାୟକ ସରକାରଙ୍କୁ ଚେତେଇ ଦେଇଛନ୍ତି। ତେଣୁ ନାରିଙ୍କୁ ସୁରକ୍ଷା ଯୋଗାଇବାରେ ବିଫଳ ସରକାର ବିରୁଦ୍ଧରେ ପିସିସି ସଭାପତି ଶ୍ରୀ ଭକ୍ତ ଚରଣ ଦାସ ଙ୍କ ଆହ୍ଵାନରେ ଏବଂ ନେତୃତ୍ୱରେ ଆସନ୍ତା ୨୭ ତାରିଖ ଦିନ ବିଧାନସଭା ଘେରାଉ କରାଯିବ।ରାଜ୍ୟର ସମସ୍ତ ଜିଲ୍ଲାରୁ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ସାମିଲ ହେବେ । ଏଥିନେଇ ରାଜ୍ୟର ସମସ୍ତ ଜିଲ୍ଲା ପ୍ରସ୍ତୁତି ବୈଠକ କରାଯାଇଛି । ଏହି ଅବସରରେ ରାଜ୍ୟର ଜନସାଧାରଣ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ରେ ବିପୁଳ ସଂଖ୍ୟାରେ ସାମିଲ ହୋଇ ମହିଳା ନ୍ୟାୟ ଦେବାପାଇଁ ଆଗେଇ ଆସିବା ପାଇଁ ଡ ପଟ୍ଟନାୟକ ଅନୁରୋଧ କରିଥିଲେ । ଅନୁରୂପ ଭାବେ ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ କହିଥିଲେ କି ବିଧାନସଭା ଘେରାଉ ନେଇ ଜିଲ୍ଲା କଂଗ୍ରେସ ପକ୍ଷରୁ ଜିଲ୍ଲା ପ୍ରଭାରୀ ମହମ୍ମଦ ଇମଦାଦଙ୍କ ଉପସ୍ଥିତିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକ ରେ ଭୁବନେଶ୍ଵରର ବହୁ କଂଗ୍ରେସ କର୍ମୀ,ନେତୃବୃନ୍ଦ,ଶୁଭେଚ୍ଛୁ ଯୋଗଦେଇ ବିଧାନସଭା ଘେରାଉ କାର୍ଯ୍ୟକ୍ରମ ବାବଦରେ ହୋଇଥିବା ଆଲୋଚନାରେ ଅଂଶ ଗ୍ରହଣ କରି ସୁଚିନ୍ତିତ ମତାମତ ଦେଇଥିଲେ । ଆଜିର ସାମ୍ବାଦିକ ସମ୍ମିଳନୀ ଏବଂ ପ୍ରସ୍ତୁତି ବୈଠକରେ ଡ଼ ଦେବାଶିଷ ପଟ୍ଟନାୟକ,ଜିଲ୍ଲା କଂଗ୍ରେସ ସଭାପତି ବିଶ୍ବଜିତ ଦାଶ ଙ୍କ ସମେତ ଜିଲ୍ଲା ପ୍ରଭାରୀ ମହମ୍ମଦ ଇମଦାଦ, ବରିଷ୍ଠ କଂଗ୍ରେସ ନେତ୍ରୀ ପ୍ରଣତି ମିଶ୍ର,ବିଧାୟକ ପାର୍ଥି ଅଶୋକ ଦାଶ,ପ୍ରଶାନ୍ତ ଚମ୍ପତି,ପ୍ରକାଶ ଜେନା,ପିସିସି ମୁଖପାତ୍ର ରଜନି କୁମାର ମହାନ୍ତି ,ସୁବ୍ରତ ମହାପାତ୍ର, ଶ୍ରିୟାସ୍ମିତା ପଣ୍ଡା, ଆଶିଷ ମଲ୍ଲିକ,ମିହିର ଆଚାର୍ଯ୍ୟ,ଅକ୍ଷୟ ଦାଶ,ପତିଆ ଜେନା,ଜ୍ୟୋତି ମହାନ୍ତି,ପ୍ରମୁଖ ବହୁ କଂଗ୍ରେସ କର୍ମୀ ଓ ନେତୃବୃନ୍ଦ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ରାଜନୀତି, ହୋମ୍ Related Content ତ୍ରିବେଣୀ କଳାକାର ସଂଘର ତୃତୀୟ ବର୍ଷ ନୁଆଁଖାଇ ଭେଟ ଘାଟ ୨୦୨୬ by Proprietor Abhimanyu Maharana October 8, 2026 ପୁରୀ ରେ ଦୁର୍ଗାପୂଜା ଓ ଭସାଣି ପ୍ରସ୍ତୁତି ବୈଠକ ଅନୁଷ୍ଠିତ by Proprietor Abhimanyu Maharana October 8, 2026 ସବରେଜିଷ୍ଟର ଅଫିସ ସମ୍ମୁଖ ବରଗଛ ଡାଳ ଭାଙ୍ଗିଲା ଅଳ୍ପକେ ରକ୍ଷାପାଇଲେ ଓକିଲ, ମୋହରିର ଓ ଷ୍ଟାମ୍ପ ଭେଣ୍ଡର by Proprietor Abhimanyu Maharana October 8, 2026 ଓଡ଼ିଶା ନିର୍ମାଣ ଶ୍ରମିକ ସଂଘର ରାଜ୍ୟ ସମ୍ମିଳନୀ ରେ ନିର୍ମାଣ ଶ୍ରମିକଙ୍କୁ ମାସିକ ପେନସନ ଦାବୀ by Proprietor Abhimanyu Maharana October 8, 2026 ଓଡ଼ିଶା ବନ୍ଦ ପାଇଁ ଇଣ୍ଡିଆ ମେଣ୍ଟ ପକ୍ଷରୁ ସାମ୍ବାଦିକ ସମ୍ମିଳନୀ by Proprietor Abhimanyu Maharana October 8, 2026 ଅଶାନ୍ତ ବ୍ରହ୍ମଗିରି ଗୁଳିମାଡରେ ଯୁବକ ଗୁରୁତର ଭୁବନେଶ୍ୱର ହସ୍ପିଟାଲକୁ ସ୍ଥାନାନ୍ତର by Proprietor Abhimanyu Maharana October 8, 2026