ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ସ୍ୱୟଂଶାସିତ ମହାବିଦ୍ୟାଳୟ କମ୍ପ୍ୟୁଟର ବିଭାଗ ଆନୁକୁଲ୍ୟରେ +୩ ଶେଷ ବର୍ଷର ଛାତ୍ରଛାତ୍ରୀମାନଙ୍କୁ ଉପଢ଼ୌକନ ଓ ପୁଷ୍ପଗୁଚ୍ଛ ଦେଇ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । କଲେଜ ଦୃଶ୍ୟ ଶ୍ରାବ ଗୃହରେ ଅନୁଷ୍ଠିତ ଉତ୍ସବରେ ବିଭାଗୀୟ ମୁଖ୍ୟ ଅଧ୍ୟାପକ ଡକ୍ଟର ମାନସ ରଞ୍ଜନ ମହାପାତ୍ର ସଭାପତିତ୍ୱ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ଅଧ୍ୟକ୍ଷ ଡକ୍ଟର ନିରଞ୍ଜନ ମହାନ୍ତି ଯୋଗଦାନ କରି ବିଦାୟ ନେଉଥିବା ଛାତ୍ରଛାତ୍ରୀମାନେ କଲେଜର ସୁନାମ ରଖିବା ପାଇଁ ପରାମର୍ଶ ଦେଇଥିଲେ ।
