Home ଓଡ଼ିଶା ଖୋର୍ଦ୍ଧା ଓ ବାଘମାରୀ ବାଇପାସ୍ ପ୍ରକଳ୍ପର ସମୀକ୍ଷା କଲେ ସାଂସଦ ଅପରାଜିତା by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ବ୍ୟୟ ଅଟକଳ ୨୧୫.୪୯ କୋଟି, ଶୀଘ୍ର କାମ ସାରିବାକୁ ନିର୍ଦ୍ଦେଶ ଭୁବନେଶ୍ବର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ବଲାଙ୍ଗୀରରୁ ଖୋର୍ଦ୍ଧାକୁ ସଂଯୋଗ କରୁଥିବା ଜାତୀୟ ରାଜପଥ (ଏନ୍ଏଚ୍ଏଆଇ) –୫୭ରେ ନିମାଣାଧୀନ ଖୋର୍ଦ୍ଧା ଟାଉନ୍ ବାଇପାସ୍ କାମ ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ଏବଂ ବାଘମାରୀସ୍ଥିତ ବାଇପାସ୍ କାମ ୨୦୨୬ ଏପ୍ରିଲ ୧ ପୂର୍ବରୁ ସାରିବାକୁ ଭୁବନେଶ୍ୱର ଲୋକସଭା ସାଂସଦ ଅପରାଜିତା ଷଡଙ୍ଗୀ ନିର୍ଦ୍ଦେଶ ଦେଇଛନ୍ତି। ଦୀର୍ଘଦିନ ଧରି ଉଭୟ ପ୍ରକଳ୍ପ ପାଇଁ ସ୍ଥାନୀୟ ଅଞ୍ଚଳବାସୀ ଦାବି କରିଆସୁଥିଲେ। ଲୋକଙ୍କ ସମସ୍ୟାକୁ ଆଖିଆଗରେ ରଖି ଶ୍ରୀମତୀ ଷଡଙ୍ଗୀ ଏହି ପ୍ରକଳ୍ପ ଲାଗି ଉଦ୍ୟମ କରିଥିଲେ। ୨୧୫.୪୯ କୋଟି ଟଙ୍କା ବ୍ୟୟରେ ଏସବୁ ପ୍ରକଳ୍ପ ନିର୍ମାଣ କରାଯାଉଛି ।ଶନିବାର ସାଂସଦ ଶ୍ରୀମତୀ ଷଡଙ୍ଗୀ ଖୋର୍ଦ୍ଧା ଟାଉନ୍ ବାଇପାସ ଓ ବାଘମାରୀ ବାଇପାସ କାମ ସମୀକ୍ଷା କରି କହିଛନ୍ତି, ଭୁବନେଶ୍ୱର ଲୋକସଭା ନିର୍ବାଚନମଣ୍ଡଳୀର ବିକାଶକୁ ସେ ପ୍ରାଥମିକତା ପ୍ରଦାନ କରନ୍ତି । ଲୋକଙ୍କ ସେବା କରିବା ମୋର ପ୍ରଥମ କର୍ତ୍ତବ୍ୟ। ସେ କହିଛନ୍ତି, ଖୋର୍ଦ୍ଧା ଟାଉନ୍ ବାଇପାସ୍ ପ୍ରକଳ୍ପ ୨୦୨୨ରେ କେନ୍ଦ୍ରସରକାରଙ୍କ ଅନୁମୋଦନ ହାସଲ କରିଥିଲା। ବାରମ୍ବାର ଉଦ୍ୟମ ପରେ ଜାତୀୟ ରାଜପଥ ବିକାଶ ମନ୍ତ୍ରୀ ନିତିନ ଗଡକରୀ ୧୫୭.୪୯ କୋଟି ଟଙ୍କା ମଞ୍ଜୁର କରିଥିଲେ। ଏହି କାମ ୨୦୨୩ରୁ ଆରମ୍ଭ ହୋଇଛି । ଚଳିତ ବର୍ଷ ଅଗଷ୍ଟ ୩୧ ସୁଦ୍ଧା ଏହା ଉଦ୍ଘାଟିତ ହେବ। ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବା ଲାଗି ଠିକା ସଂସ୍ଥା ଏସ୍ଏସ୍ ଇନଫ୍ରାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି । ଜୁଲାଇ ୨୦ରେ ଉକ୍ତ ପ୍ରକଳ୍ପର ଅଗ୍ରଗତି ନେଇ ସାଂସଦ ଶ୍ରୀମତୀ ଷଡଙ୍ଗୀ ଆଉଥରେ ସମୀକ୍ଷା କରିବେ । ଏହି ବାଇପାସ୍ ଦ୍ୱାରା ଖୋର୍ଦ୍ଧା ଟାଉନରେ ଭିଡ ହ୍ରାସ ପାଇବ । ଆମ୍ବୁଲାନ୍ସ ଓ ଦମକଳ ଭଳି ଜରୁରୀ କାଳୀନ ଯାନବାହନ ନିର୍ବିଘ୍ନରେ ଯାତାୟାତ କରି ପାରିବ। ଜନସାଧାରଣ ମଧ୍ୟ ଉପକୃତ ହୋଇପାରିବେ । ସେହିପରି ୫୮ କୋଟି ଟଙ୍କା ବ୍ୟୟରେ ବୋଲଗଡ଼ ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ବାଘମାରୀ ବାଇପାସ୍ ନିର୍ମାଣ କରାଯିବ। ଏହି ବାଇପାସ୍ ୧ ଏପ୍ରିଲ୍ ୨୦୨୬ରେ ଉଦ୍ ଘାଟନ କରାଯିବ। ତା ପୂର୍ବରୁ କାମ ସାରିବାକୁ ସାଂସଦ ବିଭାଗୀୟ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବାଇପାସ୍ ଦ୍ୱାରା ନୟାଗଡ଼, ବଲାଙ୍ଗୀର, ଫୁଲବାଣୀ ଜିଲ୍ଲାବାସୀ ସୁରୁଖୁରୁରେ ଭୁବନେଶ୍ୱରକୁ ଯାତାୟାତ କରିପାରିବେ । ଲୋକଙ୍କ ଦାବି ପ୍ରତି ସମ୍ମାନ ଜଣାଇ ତୁରନ୍ତ ନିର୍ମାଣ ଶେଷ କରିବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି । ଏହା ବ୍ୟତୀତ ବାଘମାରୀ ଅଣ୍ଡର ପାସ୍ ପାଇଁ ୧୦ କୋଟି ଟଙ୍କା ମଞ୍ଜୁର କରାଯିବ ବୋଲି ସାଂସଦ ପ୍ରତିଶ୍ରୁତି ଦେଇଛନ୍ତି । ଏହି ଅବସରରେ ବୈଠକରେ ଉପସ୍ଥିତ୍ ଓପିଟିସିଏଲ୍ ଅଧିକାରୀଙ୍କୁ ସେମାନଙ୍କ କ୍ଷେତ୍ର ମଧ୍ୟରେ ରହିଥିବା ସମସ୍ୟାକୁ ତୁରନ୍ତ ସମାଧାନ କରିବାକୁ ସାଂସଦ ନିର୍ଦ୍ଦେଶ ଦେଇଛନ୍ତି। ଆଜିର ସମୀକ୍ଷା ବୈଠକରେ ବୋଲଗଡ଼ ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ପ୍ରାର୍ଥୀ ପ୍ରତାପ ବିଜୁଳି, ଇଞ୍ଜିନିୟର ତଥା ସ୍ବତନ୍ତ୍ର ସଚୀବ ଏଲ୍ ପାଢୀ, ଏନ୍ଏଚ୍ଏଆଇ ରିଜିଓନାଲ୍ ଅଫିସର୍ ଇଞ୍ଜିନିୟର ସୁନୀଲ୍ କୁମାର, ଏନ୍ଏଚ୍ଏଆଇ ସର୍କଲ ହେଡ୍ ପ୍ରଭାତ କୁମାର ମାଝୀଙ୍କ ସମେତ ଖୋର୍ଦ୍ଧା ଓ ବାଘମାରୀ ଅଞ୍ଚଳର ସମସ୍ତ ବୁଦ୍ଧିଜୀବୀ ଏବଂ ଜନସାଧାରଣ ଉପସ୍ଥିତ ଥିଲେ। ଏହି ପରିପ୍ରେକ୍ଷୀରେ ସର୍ବ ସାଧାରଣଙ୍କ ଯାତାୟାତ ସୁବିଧାପାଇଁ ସାଂସଦ ଶ୍ରୀମତୀ ଷଡଙ୍ଗୀଙ୍କ ପ୍ରୟାସକୁ ସାଧାରଣରେ ପ୍ରଶଂସା କରାଯାଇଛି । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଖଣ୍ଡପଡ଼ା ପଠାଣି ସାମନ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଛି ଜିଲ୍ଲା ପ୍ରଶାସନ by Proprietor Abhimanyu Maharana October 9, 2026 ଖଣ୍ଡପଡ଼ା ବ୍ଲକ ଅଧୀନ ବୋଦାସା ପଞ୍ଚାୟତରେ ପୂର୍ବତନ ବିଧାୟକ ସୌମ୍ୟରଂଜନ ପଟ୍ଟନାୟକଙ୍କ ପୌରହିତ୍ୟରେ ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି by Proprietor Abhimanyu Maharana October 9, 2026 ରୋଜଗାର ନାହିଁ ଲୋକେ ଦାଦନ ମୁହାଁ.... by Proprietor Abhimanyu Maharana October 9, 2026 ୟୁକେର ୫୦ ଶ୍ରେଷ୍ଠ ଆକାଂକ୍ଷୀ ବ୍ୟବସାୟୀଙ୍କ ତାଲିକାରେ ଓଡ଼ିଆ ଉଦ୍ୟୋଗୀ ଅରୁଣ କର by Proprietor Abhimanyu Maharana October 9, 2026 ମାଲକାନଗିରିରେ ଜୋଶ୍ ଦଳର ଜିଲ୍ଲାସ୍ତରୀୟ ଶୁଭାରମ୍ଭ; ଯକ୍ଷ୍ମା ମୁକ୍ତ ପଞ୍ଚାୟତର ସରପଞ୍ଚମାନେ ସମ୍ମାନିତ by Proprietor Abhimanyu Maharana October 9, 2026 SIRକୁ ବିରୋଧକରି ନିର୍ବାଚନ କମିଶନର ଜ୍ଞାନେସ କୁମାରଙ୍କ ଇସ୍ତଫା ଦାବିରେ କନ୍ଧମାଳ କଂଗ୍ରେସର ସଫଳତାର ସହ ୧୨ ଘଣ୍ଟିଆ ବନ୍ଦ ପାଳନ by Proprietor Abhimanyu Maharana October 9, 2026