ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ଜଟଣୀ :- ମୋ ପରିବାର ସଦାସର୍ବଦା ନିଆରା ଚିନ୍ତା ଓ ନିଆରା ପ୍ରୟାସ କରିଚାଲିଛି l ଜଳ ହିଁ ଜୀବନ,ଜଳ ବିନା ଜିଇଁବା ଅସମ୍ଭବ । ଆମର ଦୈନିନ୍ଦିନ ଜୀବନରେ ଜଳର ବ୍ୟବହାର କେତେ ଅପରିହାର୍ଯ୍ୟ ଆମେ ସମସ୍ତେ ଜାଣୁ । କେବଳ ସେତିକି ନୁହେଁ କୃଷି ଠାରୁ ଆରମ୍ଭ କରି କଳକାରଖାନା,ନିର୍ମାଣ କାର୍ଯ୍ୟ ଆଦି ସମସ୍ତ କ୍ଷେତ୍ରରେ ଜଳର ଆବଶ୍ୟକ ରହିଛି । ନଦୀ, ପୋଖରୀ,ସମୁଦ୍ର ଭଳି ପ୍ରକୃତି କୋଳରେ ଅନେକ ଜଳ ଉତ୍ସ ଥିଲେ ବି ଆଜି ଜନ ବିସ୍ପୋରଣ ହେଉ କି ଦୂଷିତ ପରିବେଶ ପାଇଁ ବର୍ଷାର ଅଭାବ କି ଜଳ ବ୍ୟବହାରର ଦୂରୂପ ଯୋଗ ଆଦି ବିଭିନ୍ନ କାରଣରୁ ଜଳର ଅଭାବ ପରିଲକ୍ଷିତ ହେଉଛି ।

