Home ଓଡ଼ିଶା ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀ ନାମଲେଖା ପାଇଁ ଅଭିଯାନ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) ନାଚୁଣୀ :- ଆଗାମୀ ଶିକ୍ଷାବର୍ଷରୁ ଜାତୀୟ ଶିକ୍ଷା ନୀତି ପ୍ରଣୟନ ହେଉଥିବା ପରିପ୍ରେକ୍ଷୀରେ ରାଜ୍ୟ ଗଣଶିକ୍ଷା ଵିଭାଗ ଅନ୍ତର୍ଗତ ପ୍ରାଥମିକ ବିଦ୍ୟାଳୟ ଗୁଡିକରେ ତିନି ବର୍ଷିୟା ଶିଶୁ ବାଟିକା ଶ୍ରେଣୀ ପାଇଁ ୩ଵର୍ଷ ଵୟସ ର ଶିଶୁ ନାମ ଲେଖିବେ ଏଵଂ ୬ବର୍ଷର ଶିଶୁ ୧ମ ଶ୍ରେଣୀ ରେ ଏପ୍ରିଲ ୨ ତାରିଖରେ ପ୍ରବେଶ ଉତ୍ସବ ରେ ନାମଲେଖା ପାଇଁ ଜୋରଦାର ଅଭିଯାନ ଆରମ୍ଭ ହୋଇଛି । ଏଥିପାଇଁ ମୁଖ୍ୟମନ୍ତ୍ରୀ ଙ୍କ ସ୍ଵତନ୍ତ୍ର ନିମନ୍ତ୍ରଣ ପତ୍ର ଯୋଗ୍ୟ ଛାତ୍ରଛାତ୍ରୀ ମାନଙ୍କ ପିତା ମାତା ଓ ଅଭିଭାବକ ମାନଙ୍କ ପାଖକୁ ଧାର୍ଯ୍ୟ ତାରିଖ ମଧ୍ୟରେ ଶିକ୍ଷକ ମାନଙ୍କ ଦ୍ଵାରା ପହଞ୍ଚାଇବାକୁ ନିର୍ଦ୍ଦେଶ ହୋଇଛି । ଏହି କ୍ରମରେ ଚିଲିକା, ବାଣପୁର ବ୍ଲକ ର ବିଭିନ୍ନ ବିଦ୍ୟାଳୟର ଶିକ୍ଷକ ମାନେ ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ସ୍କୁଲ୍ ର ଫିଡର୍ ଗ୍ରାମ ବୁଲି ନିମନ୍ତ୍ରଣ ପତ୍ର ବଣ୍ଟନ କରିବା ସହ ଶିକ୍ଷାର୍ଥୀ ଯୋଗାଡ଼ କରୁଛନ୍ତି । ନାଚୁଣୀ ପଞ୍ଚାୟତ ଦୀନବନ୍ଧୁ ପୁର କ୍ଲଷ୍ଟର ଅଧୀନ କହ୍ନେଇ ପୁର ସରକାରୀ ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ବାସୁଦେବ ବାରିକ, ଜୀଵନ ଦେଇପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ମଧୁସୂଦନ ସାହୁ, ସୁନା ଖଳା ଉପ୍ରା ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦାମୋଦର ନାୟକ, ଵଡପଦର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଯଦୁମଣି ଜେନା, ଗୋରଡାଝରି ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଭାତ ସୁନ୍ଦରାୟ,ଲୋକିପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ କୁମାର ସୁବୁଦ୍ଧି, ଦୀନବନ୍ଧୁ ପୁର ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପ୍ରଦୀପ୍ତ କୁମାର ମହାପାତ୍ର,ଗୋତପଲ୍ଲୀ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ରବୀନ୍ଦ୍ର କୁମାର ପ୍ରଧାନ ପ୍ରମୁଖ ନିମନ୍ତ୍ରଣ ପତ୍ର ବଣ୍ଟନ ଅଭିଯାନରେ ସେମାନଙ୍କ ର ସହକର୍ମୀ ମାନଙ୍କୁ ନେଇ ସାମିଲ ହୋଇଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ହୋମ୍ Related Content ସିନେ ପ୍ରଯୋଜକ ପ୍ରଦୀପ ଆଚାର୍ଯ୍ୟ ଙ୍କ ଦ୍ୱାରା ନୟାଗଡ଼ ରେ ଧୁମଧାମ ରେ ରାଜମଉଜ ଉତ୍ସବ ପାଳିତ by Proprietor Abhimanyu Maharana June 19, 2026 ଶ୍ରୀମନ୍ଦିର ରେ ହଜିଯାଇଥିବା ଶିଶୁପୁତ୍ର କୁ ପୋଲିସ ପିତାମାତା ଙ୍କୁ ହସ୍ତାନ୍ତର କଲା by Proprietor Abhimanyu Maharana June 19, 2026 Baleshwar Leads Odisha’s Energy Transition with Over 10,000 Rooftop Solar Installations by Proprietor Abhimanyu Maharana June 19, 2026 ମା' ଜାଗୁଳାଇ ରାମଲୀଳା ସମିତି ମିର୍ଜାଇପୁର ପକ୍ଷରୁ ରାମଲୀଳା ଅନୁଷ୍ଠିତ by Proprietor Abhimanyu Maharana June 18, 2026 କଟକ ସଦର ବିଧାୟକଙ୍କ ଦ୍ୱାରା ବରିଷ୍ଠ କଳାକାର ସର୍ବେଶ୍ୱର ମିଶ୍ର ସମ୍ବର୍ଦ୍ଧିତ by Proprietor Abhimanyu Maharana June 18, 2026 ଚତୁର୍ଥ ବସୁମତି ସ୍ନାନ ବା ଠାକୁରାଣୀ ବୁଡ଼ ପାଳନ by Proprietor Abhimanyu Maharana June 18, 2026