Home ଓଡ଼ିଶା କ୍ୟାସ୍ଲେସ୍ ହେଲ୍ଥ୍ କାର୍ଡ ବା ସ୍ୱାସ୍ଥ୍ୟବୀମା ଲାଗୁ ପାଇଁ ବିଭିନ୍ନ ସରକାରୀ କର୍ମଚାରୀ ସଙ୍ଗଠନ ଏକାଠି by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବ ମିଳିତ କର୍ମଚାରୀ ମହାସଂଘ ସ୍ୱାସ୍ଥ୍ୟ ବୀମା ଲାଗୁ ନଥିବାରୁ କର୍ମଚାରୀ ମନରେ ଅସନ୍ତୁଷ୍ଟର ନିଆଁ ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) :- ଓଡ଼ିଶା ସରକାରୀ ମିଳିତ କର୍ମଚାରୀ ମହାସଂଘ ଆନୁକୂଲ୍ୟରେ ଭୁବନେଶ୍ୱରଠାରେ ସାମ୍ବାଦିକ ସମ୍ମିଳନୀରେ କ୍ୟାସ୍ଲେସ୍ ହେଲ୍ଥ୍ କାର୍ଡ ବା ସ୍ୱାସ୍ଥ୍ୟବୀମା ସବୁ ସରକାରୀ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ ହୋଇଥିବାରୁ ମିଳିତ କର୍ମଚାରୀ ମହାସଂଘ ଦୁଃଖ ଓ ଅସନ୍ତୋଷ ଜାହିର କରିଥିଲେ । ନିକଟରେ ରାଜ୍ୟ ସରକାର ଯୁଗାନ୍ତକାରୀ ନିଷ୍ପତ୍ତିକ୍ରମେ ଆୟୁଷ୍ମାନ୍ ଭାରତ ଓ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ମିଳିତଭାବେ ଲାଗୁ କରିବା ପାଇଁ ଯାଉଛନ୍ତି । ଏଥିରେ ରାଜ୍ୟର ୩ କୋଟି ୪୬ ଲକ୍ଷ ଲୋକ ଦେଶର ୨୯ ହଜାର ଘରୋଇ ଓ ସରକାରୀ ହସ୍ପିଟାଲ୍ରେ ଚିକିତ୍ସା ଉପକୃତ ହେବେ । କିନ୍ତୁ ଦୁଃଖ ଓ ପରିତାପର ବିଷୟ ଓଡ଼ିଶାରେ କାମ କରୁଥିବା ବିଭିନ୍ନ ବିଭାଗରେ ହଜାର ହଜାର ସରକାରୀ କର୍ମଚାରୀ ଏହି ଯୋଜନାରୁ ବାଦ୍ ପଡ଼ୁଛନ୍ତି । ସରକାରଙ୍କର ସବୁ ଯୋଜନାକୁ ସଫଳ ରୂପାୟନ କରୁଥିବା ଓ ବିକଶିତ ଓଡ଼ିଶାକୁ ଆଗକୁ ନେଉଥିବା ଏହି ଅସହାୟ କର୍ମଚାରୀଙ୍କ ପାଇଁ ଏହି ସଫଳ ଯୋଜନାକୁ ଲାଗୁ କରିବା ପାଇଁ ଆଜି ଓଡ଼ିଶାର ଲୋକପ୍ରିୟ ମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଓଡ଼ିଶାର ପାଞ୍ଚଲକ୍ଷ ସରକାରୀ କର୍ମଚାରୀ ଓ ସାଢେ ତିନି ଲକ୍ଷ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ଏବଂ ସେମାନଙ୍କ ପରିବାର ତରଫରୁ ଅନୁରୋଧ କରୁଛୁ । ପ୍ରକାଶଥାଉକି, ମାନ୍ୟବର ମୁଖ୍ୟମନ୍ତ୍ର, ସ୍ୱାସ୍ଥ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବଙ୍କୁ ଦାବିପତ୍ର ଦେଇଥିଲେ ମଧ୍ୟ ସରକାର କୌଣସି ନିଷ୍ପତ୍ତି ନେଇନାହାଁନ୍ତି । ବିଭିନ୍ନ ରାଜ୍ୟ ଓ ରାଷ୍ଟ୍ରୀୟ ଉଦ୍ୟୋଗରେ କର୍ମଚାରୀମାନଙ୍କୁ ସ୍ୱାସ୍ଥ୍ୟବୀମା ଯୋଗାଇ ଦେଉଥିବା ବେଳେ ଓଡ଼ିଶାରେ ଏହାର ବ୍ୟତିକ୍ରମ ଦେଖିବାକୁ ମିଳୁଛି । ସଂଘର ନିଷ୍ପତ୍ତି ଅନୁଯାୟୀ ସମସ୍ତ ମନ୍ତ୍ରୀ, ବିଧାୟକ, ସଚିବ ଓ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବ । ଯଦି ରାଜ୍ୟ ସରକାର ଏକ ମାସ ଭିତରେ କ୍ୟାସ୍ଲେସ୍ ହେଲଥ୍କାର୍ଡ କର୍ମଚାରୀମାନଙ୍କ କ୍ଷେତ୍ରରେ ଲାଗୁ ନ କରନ୍ତି, ଏକ ବୃହତ୍ ଆନ୍ଦୋଳନ ପଞ୍ଚାୟତଠାରୁ ଲୋକସେବା ଭବନ ପର୍ଯ୍ୟନ୍ତ କରାଯିବ ବୋଲି ନିଷ୍ପତ୍ତି ଗ୍ରହଣ କରାଗଲା । ତା’ସହିତ ଡିଜିଟାଲ୍ ଆନ୍ଦୋଳନ, ବ୍ଲାକ୍ ବ୍ୟାଚ୍, ପରିଧାନ କରି କର୍ମଚାରୀମାନେ ନିଜ କର୍ମ କ୍ଷେତ୍ରରେ ରାଜ୍ୟ ସରକାରଙ୍କୁ ଅସନ୍ତୋଷ ଜାହିର୍ କରିବେ । ଆଜିର ସାମ୍ବାଦିକ ସମ୍ମିଳନୀରେ ମହାସଂଘର ଅବାହକ ବିଜୟ ମଲ୍ଲ, ପ୍ରଭାତ ମହାନ୍ତି, ଅଶ୍ୱିନୀ ଦାସ, ପ୍ରଦୀପ ପ୍ରଧାନ, ସୁଧାଂଶୁ ପାତ୍ର,ରଶ୍ମିରଂଜନ ପାଢୀ, କ୍ଷୀତିଶ ପଣ୍ଡା, ପ୍ରଶାନ୍ତ ରାଉତରାୟ, ସୁଭ୍ରଜିତ୍ ପ୍ରତିହାରୀ, ରାଜେନ୍ଦ୍ର ମଲ୍ଲିକ, ପ୍ରଶାନ୍ତ ରାଉତରାୟ, ପ୍ରଭାତ ତିୱାରୀ, ଡ. ଅଜୟ ଜେନା, ଗୁରୁ ଗୋବିନ୍ଦ ଦଳାଇ, ଅନ୍ତର୍ଯ୍ୟାମୀ ଲେଙ୍କା, ମନୋଜ ଜେନା, ସୁନୀଲ୍ ପ୍ରଧାନ, ବିନୋଦ ବଳ, ଶିବଶଙ୍କର ସାହୁ, ବବୁଲ୍ ନାୟକ ପ୍ରମୁଖ ଉପସ୍ଥିତ ଥିଲେ । Categories: ଓଡ଼ିଶା, ଖୋର୍ଦ୍ଧା, ମହାନଗର, ହୋମ୍ Related Content ଅଧାରୁ ପାଠ ଛାଡିଥିବା ଛାତ୍ରୀ ତୁଳସୀ ଫେରିଲା ବିଦ୍ୟାଳୟ by Proprietor Abhimanyu Maharana August 12, 2026 ହର ଘର ତ୍ରିରଙ୍ଗା’ ଅବସରରେ ଜିଲ୍ଲାସ୍ତରୀୟ ତ୍ରିରଙ୍ଗା ରାଲି by Proprietor Abhimanyu Maharana August 12, 2026 ପୋସ୍ ଅଧିନିୟମ” ସମ୍ପର୍କିତ କର୍ମଶାଳା by Proprietor Abhimanyu Maharana August 12, 2026 ଜିଲ୍ଲା ସ୍ତରୀୟ ଜାତୀୟ କୃମିନାଶକ ଦିବସ ପାଳିତ by Proprietor Abhimanyu Maharana August 12, 2026 ନୟାଗଡ଼ରେ ଶ୍ରମିକ କୃଷକ ସଂଗଠନର ଜେଲଭରୋ ଆନ୍ଦୋଳନ by Proprietor Abhimanyu Maharana August 12, 2026 ରୋଟାରୀ କ୍ଲବ ନୟାଗଡ଼ରେ ତର୍କ ପ୍ରତିଯୋଗିତା by Proprietor Abhimanyu Maharana August 12, 2026