କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପ୍ରାର୍ଶ୍ୱରେ ଥିବା ପ୍ରତାପନଗରୀ ଗ୍ରାମର ମା’ଧାକୁଲେଇଙ୍କ ପ୍ରସିଦ୍ଧ ବାଣଯାତ୍ରା ଆସନ୍ତା ଏପ୍ରିଲ ୧୨ ତାରିଖ ଚୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୭ ଦିନ ଧରି ହବାକୁ ଥିବା ଏହି ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଏହାକୁ କିପରି ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ଯିବ ସେନେଇ ଏକ ପ୍ରସ୍ତୁତି ବୈଠକ ରବିବାର ଦିନ ମା’ ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ସଂପାଦକ ପ୍ରମୋଦ କୁମାର ବେହେରା ସଭା କାର୍ଯ୍ୟ ସଞ୍ଚାଳନ କରିଥିଲେ ।
ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ କଟକ ସଦର ବିଧାୟକ ଇଞ୍ଜିନିୟର ପ୍ରକାଶ ଚନ୍ଦ୍ର ସେଠୀ , କଟକ କମିଶନରେଟ ପୋଲିସର ଯୋନ-୪ – ଏ ସି ପି ଅମିତାଭ ମହାପାତ୍ର ,କଟକ ସଦର ଥାନା ଆଇଆଇସି ଓମ୍ ପ୍ରକାଶ ମହାନ୍ତି , କଟକ ଟ୍ରାଫିକ ଏ ସି ପି ଜୟନ୍ତ କୁମାର ଦୋରା , ଏନ୍ ଏଚ ଟ୍ରାଫିକ ଥାନା ଆଇଆଇସି ଦୂର୍ଗା ପ୍ରସାଦ ଜେନା , ସ୍ଥାନୀୟ କର୍ପୋରେଟର ଜନାର୍ଦ୍ଦନ ପରିଡ଼ା , ୪୮ ସଂକୀର୍ତ୍ତନ ମଣ୍ଡଳୀର ମହନ୍ତ ବନମାଳୀ ଦାସ , ପୂର୍ବତନ ସରପଞ୍ଚ ପିତବାସ ମହାପାତ୍ର , ୫୬ ନମ୍ବର ୱ।ର୍ଡ଼ କର୍ପୋରେଟର ଲିପ୍ସା ନାୟକ , ସ୍ୱାଧୀନଚେତା ମହାନ୍ତି, ପୂର୍ବତନ କର୍ପୋରେଟର ପ୍ରମୋଦ କୁମାର ମହାପାତ୍ର ,
