
କଟକ (ଓଡ଼ିଶା ତାଜା ନ୍ୟୁଜ୍) କଟକ :- ଭୁବନେଶ୍ୱର ୧୬ ନମ୍ବର ଜାତୀୟ ରାଜପଥ ପ୍ରାର୍ଶ୍ୱରେ ଥିବା ପ୍ରତାପନଗରୀ ଗ୍ରାମର ମା’ଧାକୁଲେଇଙ୍କ ପ୍ରସିଦ୍ଧ ବାଣଯାତ୍ରା ଆସନ୍ତା ଏପ୍ରିଲ ୧୨ ତାରିଖ ଚୈତ୍ର ପୂର୍ଣ୍ଣିମା ଠାରୁ ଆରମ୍ଭ ହୋଇ ୧୮ ତାରିଖ ପର୍ଯ୍ୟନ୍ତ ଚାଲିବ । ୭ ଦିନ ଧରି ହବାକୁ ଥିବା ଏହି ଯାତ୍ରାରେ ଲକ୍ଷାଧିକ ଲୋକଙ୍କ ସମାଗମ ହୋଇଥାଏ । ଏହାକୁ କିପରି ଶାନ୍ତିଶୃଙ୍ଖଳାର ସହିତ ଶେଷ କରିବା ଯିବ ସେନେଇ ଏକ ପ୍ରସ୍ତୁତି ବୈଠକ ରବିବାର ଦିନ ମା’ ଧାକୁଲେଇ ଗ୍ରାମ୍ୟ ଉନ୍ନୟନ କମିଟିର ସଭାପତି ପ୍ରମୋଦ କୁମାର ସ୍ୱାଇଁଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ।

