Home ଓଡ଼ିଶା ମା’ଚର୍ଚ୍ଚିକା କଳାନିକେତନ ବାଙ୍କୀ ଚିତ୍ରକର ସଂଘର ବିଧାନ ସଭା ଘେରେଉ ପାଇଁ ପ୍ରସ୍ତୁତି ବୈଠକ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) :- ବାଙ୍କୀ ଉପଖଣ୍ଡ ମା’ଚର୍ଚ୍ଚିକା କଳାନିକେତନ ଚିତ୍ରକର ସଂଘ ତରଫରୁ ଆସନ୍ତା ୨୭ତାରିଖରେ ରାଜ୍ୟସ୍ତରୀୟ ଚିତ୍ରଶିଳ୍ପୀ ସଂଘର ବିଧାନ ସଭା ଘେରାଉ ନିମନ୍ତେ ଏକ ପ୍ରସ୍ତୁତି ବୈଠକ ବାଙ୍କୀ ଟାଉନସ୍ଥିତ କଳା, ସାହିତ୍ୟ ଓ ସଂସ୍କୃତି ପରିସରରେ ଅନୁଷ୍ଠିତ ହୋଇଯାଇଛି । ସଂଘର ସାଧାରଣ ସଂପାଦକ ରଂଜନ କୁମାର ମିଶ୍ରଙ୍କ ସଭାପତିତ୍ୱରେ ଚିତ୍ରଶିଳ୍ପୀ ମାନଙ୍କ ପ୍ରତି ସରକାରଙ୍କ ଉଦାସୀନତା ମନୋଭାବ ଓ ଚିତ୍ରଶିଳ୍ପୀମାନଙ୍କୁ ସମାଜର ମୁଖ୍ୟ ଶ୍ରୋତରେ ସାମିଲ୍ କରି ସେମାନଙ୍କୁ ସ୍ୱାବଲମ୍ବୀ କରିବା ନିମନ୍ତେ ବିଭିନ୍ନ ଦାବୀ ସଂପର୍କରେ ଆଲୋଚନା କରାଯାଇଥିଲା । ଉକ୍ତ ବୈଠକରେ ବାଙ୍କୀ ଅଞ୍ଚଳର ଅନେକ ଚିତ୍ରଶିଳ୍ପୀମାନେ ଉପସ୍ଥିତ ରହି ନିଜର ମତ ପ୍ରକାଶ କରିଥିଲେ । ତତ୍ସହିତ ଆଗାମୀ ୨୭ତାରିଖରେ ବିଧାନ ସଭା ଘେରାଉକୁ ସଫଳ କରିବା ପାଇଁ ସଂଘ ପକ୍ଷରୁ ସମସ୍ତଙ୍କ ସହଯୋଗ ଲୋଡାଯାଇଥିଲା । ଏଥିରେ ସଂଘର ସଭାପତି ପ୍ରଭାତ ନାୟକ, ଦେବରାଜ ବେହେରା, ସଂପାଦକ ତଥା ରାଜ୍ୟ କମିଟି ସଦସ୍ୟ ବିଷ୍ଣୁପ୍ରସାଦ ମହାରଣା, ଶ୍ରୀନିବାସ ସେନାପତି, ବିରେନ୍ଦ୍ର ରଣା, ପ୍ରକାଶ ପରିଡା, ହାଡିବନ୍ଧୁ ସାମଳ, ବାପୁଜୀ ପୃଷ୍ଟିଙ୍କ ସମେତ ଅନେକ ଚିତ୍ରଶିଳ୍ପୀ ଏଥିରେ ଯୋଗଦେଇଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ by Proprietor Abhimanyu Maharana July 30, 2026 ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ by Proprietor Abhimanyu Maharana July 30, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana July 30, 2026 କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026