ବାଙ୍କୀ ଉପକାରାଗାରାରେ ଆଇନ୍ ସଚେତନତା ଶିବିର

ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍)  :- ଜାମିନି ପାଇବା, କାରାଗାର ଗୁଡିକର ସମସ୍ୟା ଓ ବିଚାରଧିନ ବନ୍ଦୀ ସଂଖ୍ୟା ବୃଦ୍ଧି ଆଦିର କାରଣ ଓ ନରାକରଣ ସଂପର୍କରେ ଏକ ସଚେତନତା କାର୍ଯ୍ୟକ୍ରମ ଜାତୀୟ ଆଇନ୍ ବିଶ୍ୱବିଦ୍ୟାଳୟ ଓ ଅଜିମ୍ ପ୍ରେମ୍‌ଜୀ ଫାଉଣ୍ଡେସନ୍ ମିଳିତ ଆନୁକୁଲ୍ୟରେ ବାଙ୍କୀ , ଚୌଦ୍ୱାର, ଖୋର୍ଦ୍ଧା ଓ ଭୁବନେଶ୍ୱରର କାରାଗାର ଅଧିକାରୀମାନଙ୍କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ପ୍ରଥମ ପ୍ରର୍ଯ୍ୟାୟରେ ହେଉଅଛି । ଏହି ପ୍ରକଳ୍ପ କାର୍ଯ୍ୟକ୍ରମ ନିର୍ଦ୍ଦେଶକ ପ୍ରଫେସର ଡକ୍ଟର ରଙ୍ଗୀନ ପଲ୍ଲବ ତ୍ରିପାଠୀଙ୍କ ନିର୍ଦ୍ଦେଶରେ ବାଙ୍କୀ ଉପକାରାଗାର ପରିସରରେ ଏହି ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

ବାଙ୍କୀ ଉପକାରାଗାରର ଉପାକାରାପାଳ ସନାତନ ନାୟକ, ପ୍ରକଳ୍ପ ଅଧିକାରୀ ଡକ୍ଟର ସମୀର କୁମାର ନନ୍ଦ, ଆଶୁତୋଷ ମିଶ୍ର, ସୌମ୍ୟସୁଚରିତା ସାହୁ ଓ ଗୁରୁଦେବ ନନ୍ଦ ଉପସ୍ଥିତ ରହି କାରାଗାର ଅନ୍ତେବାସୀମାନଙ୍କୁ ସଚେତନତା କରିଥିଲେ । ବିଶେଷ କରି ବନ୍ଦୀମାନଙ୍କ କଲ୍ୟାଣ ପାଇଁ ଏ ପ୍ରକାର କାର୍ଯ୍ୟକ୍ରମ ପ୍ରତି ମାସକେ ଥରେ ଆୟୋଜନ କରାଯିବ ବୋଲି ପ୍ରକଳ୍ପ ସଂଯୋଜିକା ଡକ୍ଟର ପ୍ରଧାନ ପ୍ରକାଶ କରିଥିଲେ । ଶେଷରେ ପ୍ରଫେସର ଡକ୍ଟର ରଙ୍ଗୀନ ପଲ୍ଲବ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version