Home ଓଡ଼ିଶା ବାଙ୍କୀ ବୈଦିକ ବିଚାର ମଞ୍ଚ ପକ୍ଷରୁ ଅଂଶୁଘାତ ପ୍ରତିକାର ନିମନ୍ତେ ଆଲୋଚନାଚକ୍ର by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ବାଙ୍କୀ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ଡମପଡ଼ା ବ୍ଲକ ତୁଳସୀପୁର ଗ୍ରାମର ରଙ୍ଗଣିସାହି ଶ୍ରୀରାମ ମନ୍ଦିର ପରିସରରେ ବାଙ୍କୀ ବୈଦିକ ବିଚାର ମଞ୍ଚ ଆନୁକୁଲ୍ୟରେ ଅଂଶୁଘାତ ଓ ଏହାର ପ୍ରତିକାର ନିମନ୍ତେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ସ୍ଥାନୀୟ ସମିତି ସଭ୍ୟ ନାରାୟଣ ଜେନା ସଭାପତିତ୍ୱ କରି ଚଳିତ ବର୍ଷ ପ୍ରଚଣ୍ଡ ରୌଦ୍ରତାପରୁ ରକ୍ଷା ନିମନ୍ତେ ଉପସ୍ଥିତ ଥିବା ଜନସାଧାରଣଙ୍କୁ ମାର୍ଗ ଦର୍ଶନ କରିଥିଲେ । ବୈଦିକ ବିଚାର ମଞ୍ଚର ଆବାହକ ଧନଞ୍ଜୟ ମହାପାତ୍ର ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ ପ୍ରକୃତିବନ୍ଧୁ ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର ଯୋଗଦାନ କରି ପ୍ରତି ପରିବାର ନିଜ ନିଜ ଘର ସମ୍ମୁଖରେ ପାଣି ମାଠିଆ ରଖିବା ସହିତ ନିଜ ଛାତ ଉପରେ ଚଢ଼େଇ ମାନଙ୍କ ପାଇଁ ପାଣି କୁଣ୍ଡ ରଖିବା ପାଇଁ ପରାମର୍ଶ ଦେଇଥିଲେ । ବିଶେଷ କରି ଗ୍ରାମର ପୋଖରୀ , ଗାଡିଆ ଆଦି ଶୁଖିଯିବା ଫଳରେ ବୁଲା ଜୀବଜନ୍ତୁ ଓ ପକ୍ଷୀମାନଙ୍କ ପାଇଁ ପାଣିକୁଣ୍ଡ ରଖି ତୃଷା ମେଣ୍ଟାଇବା ପାଇଁ ଏହା ଜରୁରୀ ଅଟେବୋଲି ପ୍ରାଧ୍ୟାପକ ମହାପାତ୍ର ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମରେ ପ୍ରକୃତିବନ୍ଧୁ ଦୀପକ କୁମାର ସାମନ୍ତରା, ସଂଯୁକ୍ତା ସାହୁ, ବାନାମ୍ବର ସାହୁ, ମିନକେତନ ପୃଷ୍ଟି, ଭାନୁମତୀ ସାହୁ, ମଞ୍ଜୁବାଳା ସାହୁ, କେଳୁଣୀ ସାହୁ, ଭ୍ରମର ରାଉତ, ପ୍ରଭାତ ପାତ୍ର, ସୁଦର୍ଶନ ସାହୁ , ଅମୂଲ୍ୟ ଦାସ, କୃପାସିନ୍ଧୁ ପୃଷ୍ଟି, ପ୍ରସନ୍ନ ସାହୁ ପ୍ରମୁଖ ଯୋଗଦାନ କରି ସେମାନଙ୍କର ନିଜ ନିଜର ମତ ପ୍ରକାଶ କରିଥିଲେ । ଶେଷରେ ଧନଞ୍ଜୟ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ by Proprietor Abhimanyu Maharana July 30, 2026 ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ by Proprietor Abhimanyu Maharana July 30, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana July 30, 2026 କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026