ରମ୍ପାସାହିରେ ପାଇପ ଅଛି,ପାଣି ଆସୁନି, ମୁଖ୍ୟ ରାସ୍ତାରେ ଭାସୁଛି ପାଣି

ରାମନାଗୁଡା  (ଓଡ଼ିଶା ତାଜା ନ୍ୟୁଜ୍)  :- ରାୟଗଡା ଜିଲ୍ଲା ରାମନାଗୁଡା ସଦର ମହକୁମା ରେ ଥିବା ରମ୍ପା ସାହି ରେ ପାଖାପାଖି ଏକ ବର୍ଷ ରୁ ଉର୍ଦ୍ଧ୍ବ ହେବ ବସୁଧା ଯୋଜନାରେ ପ୍ରତ୍ୟେକ ଘରକୁ ଜଳ ଯୋଗାଣ କରିବା ନିମନ୍ତେ ପାଇପ ବିଛା କାମ ସରିଛି କିନ୍ତୁ ଏଯାବତ ବସୁଧା ଯୋଜନାରେ ପାଣି ପାଇବା ରମ୍ପା ସାହି ବାସିନ୍ଦାଙ୍କ ପାଇଁ ସାତ ସପନ ପାଲଟିଛି।ରାଜ୍ୟ ସରକାର ଲୋକ ଙ୍କୁ ସ୍ୱଚ୍ଛ ପାନୀୟ ଜଳଯୋଗାଣ ପାଇଁ କୋଟି କୋଟି ଟଙ୍କାର ଅର୍ଥ ଖର୍ଚ୍ଚ କରୁଥିବା ବେଳେ ଏଠି କିନ୍ତୁ ତାହା ସ୍ୱପ୍ନ ସଦୃଶ ମନେ ହେଉଛି। ଆଗକୁ ଗ୍ରୀଷ୍ମ ଋତୁର ପ୍ରଚଣ୍ଡ ପ୍ରକୋପରେ ନଳକୂପ ଗୁଡ଼ିକର ଜଳସ୍ତର ହ୍ରାସ ପାଇବ ।

ବର୍ତ୍ତମାନ ଠାରୁ ବିଭାଗ ପକ୍ଷରୁ ସତର୍କତା ଅବଲମ୍ବନ ନ କଲେ ଆଗାମୀ ଦିନରେ ପିଇବା ପାଣି ପାଇଁ ହାହାକାର ପରିସ୍ଥିତି ସୃଷ୍ଟି ହେବ ସେଥିରେ ସନ୍ଧେହ ନାହିଁ।ରାମନାଗୁଡା ବ୍ଲକ ସଦର ମହକୁମା ରେ ଥିବା ରମ୍ପା ସାହିରେ ଜଳଯୋଗାଣ କରିବା ପାଇଁ ପାଇପ ବିଛା ଯାଇଥିବା ବେଳେ ସାହି ବାସିନ୍ଦାଙ୍କର ଜଳକଷ୍ଟ ସମସ୍ୟା ଏବଂ ପାଇପ ଫାଟି ମୁଖ୍ୟ ରାସ୍ତାରେ ଭାସୁଛି ପାଣି ସମ୍ପର୍କରେ ବିଭାଗୀୟ କନିଷ୍ଠ ଯନ୍ତ୍ରୀ ଙ୍କୁ ଦୃଷ୍ଟି ଆକର୍ଷଣ କରିଥିଲେ ସୁଦ୍ଧା ଦୀର୍ଘ ଦୁଇ ମାସ ସମୟ ଅତିକ୍ରମ ହୋଇ ସାରିଛି କିନ୍ତୁ ଏପର୍ଯ୍ୟନ୍ତ ପାନୀୟ ଜଳ ପାଇବାରୁ ବଞ୍ଚିତ ହେଉଛନ୍ତି ରମ୍ପା ସାହି ବାସିନ୍ଦା ।

ସେପଟେ ରାମନାଗୁଡା ସଦର ମହକୁମାରେ ଥିବା ଡାକଘର ସାମ୍ନାର ୩୨୬ ନମ୍ବର ଜାତୀୟ ରାଜପଥ ସାଇଡ ରେ ଜଳଯୋଗାଣ ହେଉଥିବା ପାଇପ ଫାଟି ତିନି ମାସ ହେବ ମୁଖ୍ୟ ରାସ୍ତାରେ ଭାସୁଛି ପିଇବା ପାଣି । ଅନ୍ୟପଟେ ରମ୍ପା ସାହି ବାସିନ୍ଦା ପିଇବା ପାଣି ପାଇବାରୁ ବଞ୍ଚିତ ହେଉଥିବା ବେଳେ ଏପଟେ କିନ୍ତୁ ଜାତୀୟ ରାଜପଥ କଡ଼ରେ ପାଇପ ଫାଟି ରାସ୍ତାରେ ଗଡୁଛି ପାଣି ।ଏହି ଦୁଇଟି ସମସ୍ୟା ସମ୍ପର୍କରେ ରାୟଗଡା ବିଭାଗୀୟ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଗୋପାଳ ଚନ୍ଦ୍ର ନାୟକଙ୍କୁ ଅବଗତ କରାଯାଇଥିଲା ବେଳେ କାର୍ଯ୍ୟ ନିର୍ବାହୀ ଯନ୍ତ୍ରୀ ଶ୍ରୀ ନାୟକ ଠିକାଦାରଙ୍କ ସହିତ କଥା ବାର୍ତା କରି ଖୁବଶୀଘ୍ର ସମସ୍ୟାର ସମାଧାନ କରାଯିବ ବୋଲି କହିଛନ୍ତି। ଦେଖାଯାଉ ଖବର ପ୍ରସାରଣ ପରେ କେବେ ସମସ୍ୟା ର ସମାଧାନ ହେଉଛି ନା ଶୋଇଥିଲା ଭଳି ଚେଇଁ ରହୁଛି ପ୍ରଶାସନ । ତାହା ଦେଖିବାକୁ ବାକି ରହିଲା ।

Exit mobile version