Home ଓଡ଼ିଶା ପାରଳାଖେମୁଣ୍ଡି ବନଖଣ୍ଡ ଦ୍ଵାରା ବିଶ୍ଵ ବନ ଦିବସରେ ନାଟକ “ଜଙ୍ଗଲ ଜଳୁଛି” ପରିବେଷିତ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ପାରଳାଖେମୁଣ୍ଡି (ଓଡ଼ିଶା ତାଜା ନ୍ୟୁଜ୍) ପାରଳାଖେମୁଣ୍ଡି :- ବିଶ୍ଵ ବନ ଦିବସ ଉପଲକ୍ଷେ ପାରଳାଖେମୁଣ୍ଡି ବନଖଣ୍ଡ ଦ୍ଵାରା ଆୟୋଜିତ କାର୍ଯ୍ୟକ୍ରମରେ ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ, ପାରଳାଖେମୁଣ୍ଡି ନାଟ୍ୟ ସଂସଦର ଛାତ୍ରଛାତ୍ରୀମାନେ ଅଂଶ ଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ସେମାନେ ବନ ସଂରକ୍ଷଣ ଏବଂ ପରିବେଶ ସୁରକ୍ଷା ବିଷୟରେ ଏକ ସଚେତନତାମୂଳକ ନାଟକ “ଜଙ୍ଗଲ ଜଳୁଛି” ପରିବେଷଣ କରିଥିଲେ। କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଶ୍ରୀଯୁକ୍ତ ଯତୀନ୍ଦ୍ର କୁମାର ପଣ୍ଡା, ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ (ପ୍ରୋବେସନ) ଶ୍ରୀଯୁକ୍ତ ସିଦ୍ଧାର୍ଥ ଜୈନ୍, ଗଜପତି ଉପଜିଲ୍ଲାପାଳ ଶ୍ରୀଯୁକ୍ତ ଅନୁପ କୁମାର ପଣ୍ଡା, ସହାୟକ ବନ ସଂରକ୍ଷକ ଶ୍ରୀଯୁକ୍ତ ଅରୁଣ କୁମାର ସାହୁ, ସହାୟକ ବନ ସଂରକ୍ଷକ ଶ୍ରୀମତୀ ସାଇନ୍ ଶ୍ରୀ ଦାଶ, ଦେବଗିରି ରେଞ୍ଜ ଅଫିସର ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ସାହୁ, ମହେନ୍ଦ୍ର ରେଞ୍ଜ ଅଫିସର ଶ୍ରୀଯୁକ୍ତ ଅମିତ୍ ଶୁଭ୍ରଜ୍ୟୋତି, ବନ ବିଭାଗର ଅଧିକାରୀମାନେ ଏବଂ ଅନ୍ୟାନ୍ୟ ବ୍ୟକ୍ତିବିଶେଷଙ୍କ ସହିତ ବିଶ୍ଵବିଦ୍ୟାଳୟର ଡ଼଼ଃ ରିତେଶ କୁମାର (ଅଧ୍ୟକ୍ଷ ଛାତ୍ର ସମ୍ପର୍କ), ଡ଼଼ଃ ଏମ. ଜି. ଜୟଥଙ୍ଗରାଜନ (ଅଧ୍ୟକ୍ଷ, ସ୍କୁଲ ଅଫ ଭେଟରିନାରୀ ଆଣ୍ଡ ଆନିମଲ୍ ସାଇନ୍ସ), ଡ଼଼ଃ ଆଶୀର୍ବଚନ ମହାପାତ୍ର (ସାଂସ୍କୃତିକ ସଂଯୋଜକ), ଶ୍ରୀଯୁକ୍ତ ଚନ୍ଦ୍ରଶେଖର ସାହୁ (ନାଟ୍ୟ ସଂସଦ ସଂଯୋଜକ), ଶ୍ରୀମତି ଉପାସନା ସାହୁ (ନୃତ୍ୟ ସଂସଦ ସଂଯୋଜକ) ଏବଂ ଡ଼଼ଃ ଅବିନାଶ ପଲ୍ଲୀ ଉପସ୍ଥିତ ରହି କଳାକାର ମାନଙ୍କୁ ପ୍ରୋତ୍ସାହିତ କରିଥିଲେ। ନାଟକ ପରିବେଷଣ କରିଥିଲେ କୁମାର ସ୍ଥିତପ୍ରଜ୍ଞ, ଅମର ମିଶ୍ର, ଆକାଶ ପଟ୍ଟନାୟକ, ଚିନ୍ମୟ ଘୋଷ, ଟି ହ୍ରିତେଶ ବାବୁ, ସାଇ ଗୌତମ ସାହୁ, ଭବାନୀ ଶଙ୍କର ପାଇକରାୟ, କ୍ରିଷ୍ଣା କୁମାରୀ ପାଣିଗ୍ରାହୀ, ଯାଜ୍ଞସେନୀ ଅଧିକାରୀ, ରାଇନା ରାଜ ସୁବୁଦ୍ଧି, ମଧୁସ୍ମିତା ସାହୁ ଓ ପ୍ରତ୍ୟାଶା ଶ୍ରୀଚନ୍ଦନ। ପାରଳାଖେମୁଣ୍ଡି ବନଖଣ୍ଡ ଅଧିକାରୀ ଏହି ନାଟକ ପାଇଁ କଳାକାର ମାନଙ୍କୁ ୧୦,୦୦୦ ଟଙ୍କା ପୁରସ୍କାର ରାଶି ପ୍ରଦାନ କରିଥିଲେ। ବନ ବିଭାଗର ଅଧିକାରୀ ମାନେ ନାଟକର ଉଚ୍ଚପ୍ରଶଂସା କରିବା ସହିତ ଲୋକଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବାପାଇଁ ଏହା ଏକ ମହତ୍ତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି କହିଛନ୍ତି। ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟର ଏହି ଉତ୍ସାହଜନକ ପ୍ରଦର୍ଶନ ସମସ୍ତଙ୍କୁ ପ୍ରେରଣା ଯୋଗାଇଛି। Categories: ଓଡ଼ିଶା, ଗଜପତି, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026