Home ଅପରାଧ ହତ୍ୟାକାରୀ କୁ ଆଜୀବନ କାରାଦଣ୍ଡ ଓ ଜୋରିମାନା by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ନୟାଗଡ଼ (ଓଡ଼ିଶା ତାଜା ନ୍ୟୁଜ୍) :- ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ତା 18.10.2019 ରିଖରେ ମୁଦଲା ବାହନ ଖଟେଇ, ତାପସ ଜେନା, ଶଙ୍କର ଦଳେଇ, ଅଶୋକ ଖଟେଇ, ଟୁଲୁ ଜେନା, ଧରମା ରାଉତ, ପ୍ରଦୀପ ଦଳେଇ ମୃତକ ଅର୍ଜୁନ ବଳିୟାରସିଂ ଙ୍କୁ ଜୀବନରେ ମାରିଦେବା ପାଇଁ ପ୍ରସ୍ତୁତ ହୋଇ ସାଙ୍ଗରେ ବିଭିନ୍ନ ମାରଣାସ୍ତ୍ର ଯଥା, ପିସ୍ତଲ, ବୋମା, ଭୁଜାଲି, ଖଣ୍ଡା ଇତ୍ୟାଦି ଧରି ମଣିପୁର ବନ୍ଧ ନିକଟରେ ଛପି ରହିଥିଲେ |ଅର୍ଜୁନ ବଳିୟାରସିଂ ବନ୍ଧକୁ ଝାଡା ଓ ଗାଧୁଆ ସାରି ସନ୍ଧ୍ୟାବେଳେ ଘରକୁ ଫେରୁଥିବା ସମୟରେ ଉପରୋକ୍ତ ମୁଦାଲା ମାନେ ଅର୍ଜୁନଙ୍କୁ ବଳପୂର୍ବକ ଉଠାଇ ନେବାପାଇଁ ଚେଷ୍ଟା କରୁଥିବାରେ ସେହିଗ୍ରାମର ଚାରିଜଣ ଲୋକ ବାରଣ କରିବାରୁ, ମୁଦାଲାମାନେ ପାଖରେ ରଖିଥିବା ପିସ୍ତଲରୁ ଫାଙ୍କା ଗୁଳି ଚାଳନା କରି ଅର୍ଜୁନଙ୍କୁ ଉଠାଇ ନେବାରେ ସଫଳ ହେଲେ | ସେଠାରୁ କିଛି ବାଟନେଇ ଖଣ୍ଡା, ଭୁଜାଲି ଦ୍ୱାରା ଆକ୍ରମଣକରି ତାଙ୍କୁ ଜୀବନରେ ମାରିଦେଇ ପକାଇଦେଲେ | ଅପହରଣ ସ୍ଥଳରେ ଥିବା ପ୍ରତ୍ୟକ୍ଷ ଦର୍ଶୀ ଚାରିଜଣ ମୃତକ ଅର୍ଜୁନଙ୍କ ପତ୍ନୀ ରଶ୍ମିତା ବଳିୟାରସିଂ ଙ୍କୁ ଘଟଣା ସମ୍ପର୍କରେ ଜଣାଇଦେଲେ | ରଶ୍ମିତା ଫତେଗଡ଼ ଥାନାରେ ଲିଖିତ ଭାବେ ଜଣାଇ ଅନେକ ଖୋଜିଲେ ରାତିରେ କିନ୍ତୁ ପାଇଲେ ନାହିଁ | ସକାଳେ ଖୋଜିବାପରେ, ସ୍ୱାମୀଙ୍କର କ୍ଷତ ମୃତ ଶରୀରକୁ ପାଇଲେ ବନ୍ଧଠାରୁ କିଛି ଦୂରରେ | ଫତେଗଡ଼ ଥାନା କେଶ ନଂ -178/2019 ତା 18.10.2019 ରିଖରେ ଆସାମୀ ମାନଙ୍କ ବିରୁଦ୍ଧରେ ଭାରତୀୟ ପିଙ୍ଗଳ କୋଡ଼ ଧାରା 120(B), 364,307,302/34 25,27 Arms Act, 3,4 Explosive and substance Act ରେ ମାମଲା ରୁଜୁକରି ତଦନ୍ତ କରି ଆସାମୀ ବାହନ ଖଟେଇ ଓ ଅନ୍ୟ ଛଅ ଜଣଙ୍କ ବିରୁଦ୍ଧରେ ପୋଲିସ ଚାର୍ଜସିଟ ଦାଖଲ କଲା | ସର୍ବମୋଟ 15 ଜଣ ସାକ୍ଷୀଙ୍କ ବୟାନ, ସରକାରୀ ଓକିଲ ଅନୱାର ମଲ୍ଲିକ ଙ୍କ ଯୁକ୍ତିକୁ ଆଧାର କରି ମାନ୍ୟବର ଅତିରିକ୍ତ ଜିଲ୍ଲାଜଜ ରୀଜା ରାୟ ମୁଦଲା ବାହନ ଖଟେଇ କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇବା ସହିତ ଦଶହଜାର ଟଙ୍କା ଜୋରିମାନା ଆଦେଶ ପ୍ରଦାନ କରିଛନ୍ତି | ଅନ୍ୟ ଛଅ ଜଣ ଆସମୀ ଅଦ୍ୟାବଧି ଫେରାର ଅଛନ୍ତି l Categories: ଅପରାଧ, ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026 ଏଜି ଆମ୍ବୁଲାନ୍ସ ପକ୍ଷରୁ ବିଶ୍ୱ ପ୍ରାଥମିକ ଚିକିତ୍ସା ଦିବସ ପାଳିତ by Proprietor Abhimanyu Maharana September 14, 2026