ବାଲୁଗାଁ (ଓଡ଼ିଶା ତାଜା ନ୍ୟୁଜ୍) :- ବାଲୁଗାଁ ଅବକାରୀ ବିଭାଗ ଏବଂ ଖୋର୍ଦ୍ଧା ମୋବାଇଲ ସ୍କ୍ୱାର୍ଡ ମିଳିତ ଭାବେ ଶନିବାର ଚଢ଼ାଉ କରି ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଓଭର ବ୍ରିଜ ନିକଟରୁ ଏକ ଟାଟା ଏସି ଗାଡ଼ିରୁ ୩୩ବସ୍ତା ଗଞ୍ଜେଇ ଜବତ କରିଛନ୍ତି l ଜବତ ଗଞ୍ଜେଇର ମୂଲ୍ୟ ୯୩ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ଆକଳନରୁ ଜଣାପଡିଛି l ଏହି ଗଞ୍ଜେଇ ଗଞ୍ଜାମ ଜିଲ୍ଲା ମୋହନା ଅଞ୍ଚଳରୁ ପୁରୀ ଚାଲାଣ ହେଉଥିଲା ବୋଲି ତଦନ୍ତରୁ ଜଣାପଡିଛି l ଚାଲାଣରେ ସମ୍ପୃକ୍ତ ଟାଟା ଏସିର ନମ୍ବର ନକଲି ଥିବା ବେଳେ ଗାଡିକୁ ପାଇଲଟିଙ୍ଗ କରୁଥିବା ଅନ୍ୟ ଏକ ବାଇକକୁ ଜବତ କରାଯାଇଛି l ଗିରଫ ଦ୍ବୟ ହେଲେ ମୋହନା ଥାନା ଅଞ୍ଚଳର ଜିତୁ ନାୟକ ଏବଂ ଅନ୍ୟ ଜଣେ ନୟାଗଡ ଜିଲ୍ଲା ଓଡ଼ଗାଁ ଥାନା ଅଞ୍ଚଳର ବସନ୍ତ ପାତ୍ର l
