ଭୁବନେଶ୍ୱର (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ପୂର୍ବତଟ ରେଳପଥ କ୍ରୀଡ଼ା ସଂଗଠନ (ଇକୋର୍ସା)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଇତିମଧ୍ୟରେ ଆୟୋଜିତ ହୋଇଯାଇଅଛି । କ୍ରୀଡ଼ା ଭିତ୍ତିଭୂମି ବିକାଶ, ତୃଣମୂଳ ସ୍ତରରେ କ୍ରୀଡ଼ାକୁ ପ୍ରୋତ୍ସାହନ ଏବଂ କ୍ରୀଡ଼ା ପ୍ରଶାସନରେ ସର୍ବାଙ୍ଗୀନ ଉତ୍କର୍ଷତା ସମୀକ୍ଷା ଉପରେ ଏହି ବାର୍ଷିକ ସାଧାରଣ ପରିଷଦ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା ।
ଏହି ବୈଠକର ଅଧ୍ୟକ୍ଷତା କରି ପୂର୍ବତଟ ରେଳପଥର ମହାପ୍ରବନ୍ଧକ ଶ୍ରୀ ପରମେଶ୍ୱର ଫୁଙ୍କୱାଲ ରେଳପଥରେ କ୍ରୀଡାର ବିକାଶ ସହିତ ଏହାର ଭିତ୍ତିଭୂମି ଉନ୍ନତି କ୍ଷେତ୍ରରେ ବିଶେଷ ପଦକ୍ଷେପ ନେବାକୁ କହିଛନ୍ତି । ଇକୋର୍ସା ର ସଭାପତି ତଥା ପ୍ରମୁଖ ମୁଖ୍ୟ ସିଗନାଲ ଏବଂ ଟେଲିକମ ଇଞ୍ଜିନିୟର ଡକ୍ଟର ହେମନ୍ତ କାଗ୍ରା ଏବଂ ସମସ୍ତ ବିଭାଗୀୟ ମୁଖ୍ୟ ମାନଙ୍କ ସହିତ ମଣ୍ଡଳ ରେଳବାଇ ପ୍ରବନ୍ଧକ ମାନେ ଯୋଗଦେଇଥିଲେ ।

