ବାହ’ଈ ନୂଆବର୍ଷ : ନଉ-ରୁଜ୍ ଉତ୍ସଵ ଅନୁଷ୍ଠିତ

ଖୋର୍ଦ୍ଧା-ଜଟଣୀ (ଓଡ଼ିଶା ତାଜା ନ୍ୟୁଜ୍) ଜଟଣୀ :- ଜଟଣୀ ବ୍ଲକ୍ ଅନ୍ତର୍ଗତ ତରାବୋଇ ଗ୍ରାମସ୍ଥିତ ବାହ’ଇ କେନ୍ଦ୍ର ଠାରେ ଏକ ଆଧ୍ୟାତ୍ମିକ ସଭା ଦ୍ୱାରା ନଉ-ରୁଜ୍ ଉତ୍ସବ ସମାରୋହ ସହକାରେ ଅନୁଷ୍ଠିତ ହୋଇଯାଇଛି । ୧୯ ମାର୍ଚ୍ଚ ୨୦୨୫ ବୁଧବାର ଦିନ, ବାହ’ଈ ନୂଆ ବର୍ଷ, ନଉ-ରୁଜକୁ ବାହ’ଈ ହାଉସ୍ “କେନ୍ଦ୍ର” ଠାରେ ତରାବୋଇର ବାହ’ଈ ସମ୍ପ୍ରଦାୟ ଦ୍ୱାରା ପାଳନ କରାଯାଇଥିଲା ।

ଏହି କାର୍ଯ୍ୟକ୍ରମରେ ସୁଶ୍ରୀ ସଙ୍ଗିତା ପୃଷ୍ଟି ଅଧ୍ୟକ୍ଷତା କରିଥିଲେ।ପ୍ରାରମ୍ଭରେ ପ୍ରାର୍ଥନା ଜପ କରାଯାଇଥିଲା, ପରେ’ପରେ ପବିତ୍ର ଲେଖାବଳି ପଠନ କରାଯାଇ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ମଧ୍ୟରେ ସରପଞ୍ଚଙ୍କ ପ୍ରତିନିଧି ଧନେଶ୍ୱର ବଲିଆରସିଂହ, ନାୟବ ସରପଞ୍ଚଙ୍କ ପ୍ରତିନିଧି ଭିକାରୀ ଚରଣ ବାରିକ ଓ ସରୋଜ କୁମାର ନାୟକ,ଶ୍ରୀଧର ମିଶ୍ର,ସଞ୍ଜୟ ନାୟକ,

ରତ୍ନାକର ପ୍ରଧାନ,ସୁରେଶ କୁମାର ସାହୁ,ବିକ୍ରମ ଦଳେଇ,ଭାଗିରଥି ଦାସ ପ୍ରମୁଖ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ମାନେ ଉପସ୍ଥିତ ଥିଲେ। ଶ୍ରୀଯୁକ୍ତ ବିପିନ ବିହାରୀ ଦାସ ଏହି ଦିନର ମହତ୍ତ୍ବ ବିଷୟରେ ବକ୍ତୃତା ଦେଇ କହିଥିଲେ ଯେ ବାହ’ଈ କେନ୍ଦ୍ରରେ ଗତ ୧୯ ବର୍ଷଧରି ଏହି ଦିବସ ପାଳିତ ହୋଇ ଆସୁଛି ଏହାର ଆଭିମୁଖ୍ୟ ହେଉଛି ଶାନ୍ତି,ଶୃଙ୍ଖଳା ଓ ସଦଦ୍ଭାବ ବଜାୟ ରଖିବା ଏବଂ ଯାହାର ବାର୍ତ୍ତା ହେଉଛି l

“ଏକ ଧର୍ମ ଦ୍ୱିତୀୟ ନାସ୍ତି’ ଗନ୍ତବ୍ୟ ସ୍ଥଳ ଏକ ବାଟ ଅନେକ” । ଏହି ଅବସରରେ ଗ୍ରାମର କିଶୋର ଏବଂ କୁନି,କୁନି ପିଲାମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରା ଯାଇଥିଲା । ଶେଷରେ ବାହ’ଈ କେନ୍ଦ୍ରର ମୁଖ୍ୟ ସଂଯୋଜକ ଶ୍ରୀଯୁକ୍ତ ସୁରେଶ କୁମାର ସାହୁ ଧନ୍ୟବାଦ ଅର୍ପଣ କରିଥିଲେ।ସର୍ଵ ଶେଷରେ ରାତ୍ରୀ ଭୋଜନ(ପ୍ରାସାଦ ସେବନ) କରାଯାଇଥିଲା ।

Exit mobile version