ନୂଆପାଟଣା ମା କୋଚିଲାଇ ରାଧାକୃଷ୍ଣ ଦୋଳ ମହୋତ୍ସବ କମିଟି ପକ୍ଷରୁ ଲଉଡି ଖେଳ

କଟକ (ଓଡ଼ିଶା ତାଜା ନ୍ୟୁଜ୍) ତେଲଙ୍ଗାପେଣ୍ଠ :- ଟକ ସଦର ଥାନା ତେଲଙ୍ଗାପେଣ୍ଠ ନିକଟସ୍ଥ ସିଏମସି ୫୯ ନମ୍ବର ୱ।ର୍ଡ଼ ନୂଆପାଟଣା ବେହେରା ସାହି ମା’ କୋଚିଲାଇ ରାଧାକୃଷ୍ଣ ଦୋଳ ମହୋତ୍ସବ କମିଟି ପକ୍ଷରୁ ପ୍ରତିବର୍ଷ ଭଳି ଚଳିତ ବର୍ଷ ଦୋଳ ପର୍ବ ଓ ଲଉଡି ଖେଳ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବାଗଧରାପୁର ,

ଆମଣ ଆଦି ୬ ଗୋଟି ଲଉଡି ଅନୁଷ୍ଠାନ ଯୋଗ ଦେଇ ଉଗାଳ ଏବଂ ଲଉଡି ବାଡ଼ି ଖେଳ ପ୍ରଦର୍ଶନ କରିଥିଲେ । ଏହି ଉତ୍ସବରେ ନୂଆପାଟଣା ଗ୍ରାମ୍ୟ କମିଟିର ସଭାପତି ଭରତ ଚନ୍ଦ୍ର ବେହେରା, ପ୍ରଶାନ୍ତ କୁମାର ବେହେରା, ମଙ୍ଗରାଜ ବେହେରା, ମଦନମୋହନ ବେହେରା, ବିକାଶ ବେହେରା,

ବାପି ବେହେରା, ବଳରାମ ବେହେରା,ଲୋକନାଥ ବେହେରା, ବିଶ୍ୱନାଥ ବେହେରା, ରାକେଶ ବେହେରା ,ପ୍ରମୋଦ ବେହେରା, ଜିତେନ୍ଦ୍ର ବେହେରା, ମିଥୁନ ବେହେରା , ବାବୁ ବେହେରା ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ଲଉଡି ଖେଳ ଦେଖିବା ପାଇଁ ପ୍ରବଳ ଜନ ସମାଗମ ହୋଇଥିଲା ।

Exit mobile version