ଦଶପଲ୍ଲା (ଓଡ଼ିଶା ତାଜା ନ୍ୟୁଜ୍) :- ମାନବ ଜନ୍ମ ର ଶିଶୁ ଅବସ୍ଥାରେ ହିଁ ମସ୍ତିଷ୍କର ବିକାଶ ହେଲେ ତାହା ଦୀର୍ଘ ସ୍ଥାୟୀ ହେବା ସହ ଭବିଷ୍ୟତର ଲକ୍ଷ୍ୟ ସ୍ଥଳ ସ୍ଥିର କରିବାକୁ ମାର୍ଗ ପ୍ରଶସ୍ତ କରେ । ସେଥିପାଇଁ ଆମ ଦେଶର ଶିଶୁଙ୍କ ଅପେକ୍ଷା ଜାପାନ, ଜର୍ମାନ,ଚାଇନା ଆଦି ଦେଶର ଶିଶୁ ଅଧିକ କ୍ରିୟାଶୀଳ। ଆମ ଶିଶୁ ମାନଙ୍କୁ ଆମେ ଆମ ସଂସ୍କୃତି ପରମ୍ପରା ଉପରେ ଆଲୋକପାତ କରୁନାହୁଁ, ସୃଜନ ଶୀଳତା ସୃଷ୍ଟି କରିବାକୁ ସ୍ବାଧୀନତା ଦେଉ ନାହୁଁ। ଫଳରେ ଆମ ପିଲାମାନେ କେବଳ ସାର୍ଟିଫିକେଟ ହାସଲ କରିବା ପାଇଁ ପାଠ ପଢ଼ୁଛନ୍ତି ବୋଲି ଆଜି କଇମ ସରକାରୀ ପ୍ରାଥମିକ ବିଦ୍ୟାଳୟ ବାର୍ଷିକ ଉତ୍ସବ ଅବସରରେ ଅତିଥି ମାନେ ମତ ବ୍ୟକ୍ତ କରିଛନ୍ତି। ବିଦ୍ୟାଳୟର ପ୍ରଧାନଶିକ୍ଷକ ପ୍ରତାପ କୁମାର ରଣା ଙ୍କ ସଭାପତିତ୍ବରେ ଅନୁଷ୍ଠିତ “ଆମ ସଂସ୍କୃତି ଆମ ଖେଳନା” କାର୍ଯ୍ୟକ୍ରମ ଏବଂ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଥିଲା ।

