ସୁରେଶ ରୈନାଙ୍କ ପରିବାର ଉପରେ ଆକ୍ରମଣ, ସଂପର୍କୀୟଙ୍କ ମୃତ୍ୟୁ, ଆଉ ଜଣେ ଜୀବନ ମରଣ ସହ ଲଢୁଛନ୍ତି

ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ଭୁବନେଶ୍ୱର :ପୂର୍ବତନ ଭାରତୀୟ ବରିଷ୍ଠ କ୍ରିକେଟ୍‌ର ତଥା ଚେନ୍ନାଇ ସୁପର କିଙ୍ଗ୍ସର ତାରକା ଖେଳାଳି ସୁରେଶ ରୈନା ପାରିବାରିକ ସମସ୍ୟା କାରଣରୁ ୟୁଏଇରୁ ଭାରତ ଫେରି ଆସିଛନ୍ତି । ସେ ଆଇପିଏଲର ୧୩ତମ ସଂସ୍କରଣ ଖେଳିବେ ନାହିଁ । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ ରୈନାଙ୍କ ପରିବାର ଉପରେ ଆକ୍ରମଣ ହୋଇଛି ।

ଏହି ଆକ୍ରମଣରେ ରୈନାଙ୍କ ନିକଟତର ସଂପର୍କୀୟ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ବେଳେ ତାଙ୍କ ମାମୁଁଙ୍କ ମୃତ୍ୟୁ ଘଟିଛି । ରୈନାଙ୍କ ସଂପର୍କୀୟଙ୍କ ଉପରେ ପଠାନକୋଟ୍‌ର ଥରିୟାଲ ଗାଁରେ ମଧ୍ୟରାତ୍ରରେ ଆକ୍ରମଣ ହୋଇଛି ।

Exit mobile version