ରାଜ୍ୟସରକାର ଆମ ଦାବୀକୁ କୌଣସି ପ୍ରକାରେ କର୍ଣ୍ଣପାତ ନ କରନ୍ତି

କନ୍ଧମାଳ ଜ଼ିଲ୍ଲା  (ଓଡ଼ିଶା ତାଜା ନ୍ୟୁଜ୍)  ଫୁଲବାଣୀ  :- କନ୍ଧମାଳ ଜ଼ିଲ୍ଲା ରେ ବିଭିନ୍ନ ସରକାରୀ ଦପ୍ତର ମାନଙ୍କରେ କାର୍ଯ୍ୟରତ୍ତ ଥିବା ଆଉଟସୋର୍ସିଙ୍ଗ କର୍ମଚାରୀମାନଙ୍କର ଆଜି କଳାବ୍ୟାଚ ଅନ୍ତିମ ଅର୍ଥାତ ଶେଷ ଦିନରେ ପହଞ୍ଚି ଯାଇଛି ଏବଂ ଆଉଟସୋର୍ସିଙ୍ଗ କର୍ମଚାରୀ ମାନେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଏକତ୍ରିତ ହୋଇ ନାରାବାଜି କରି କଳାବ୍ୟାଚ କାର୍ଯ୍ୟକ୍ରମକୁ ସମାପ୍ତ କରିଛନ୍ତି ଏବଂ ଏହି ପରିପ୍ରେକ୍ଷୀରେ ଓଡିଶା ସରକାରୀ ଆଉଟସୋର୍ସିଙ୍ଗ କର୍ମଚାରୀ ମହାସଂଘ ରାଜ୍ୟ ଶାଖାର ଉପସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର ଗଣ ମାଧ୍ୟମ ଜରିଆରେ ସରକାରଙ୍କୁ ସୁଚାଇ ଦେଇଛନ୍ତିଯେ ଯଦି ରାଜ୍ଯସରକାର କହୁଛନ୍ତି 

ଏହା ଲୋକଙ୍କ ସରକାର ତେବେ ରାଜ୍ୟସରକାର ଏହି ଅସହାୟ ଲୋକଙ୍କର ଯେଉଁ ତିନି ଗୋଟି ଦାବି ଯଥା ଛଟେଇ କରାଯାଇଥିବା କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ଦେବା ସହ ଗୃହ ବିଭାଗର ପତ୍ର ସଂଖ୍ୟା ୨୩୫୮୨ ତା. ୧୩.୦୭.୨୦୨୨ କୁ ଆଧାରକରି ଛଟେଇ ପ୍ରକ୍ରିୟା ବନ୍ଦ କରାଯାଉ ଆଉଟସୋର୍ସିଙ୍ଗରେ କାର୍ଯ୍ୟରତ୍ତ ରହି ଯେଉଁ ଦିନମଜୁରିଆର ଆଖ୍ୟାଦେଇ ମାସିକ ୪ ଦିନ ଛୁଟି କାଟିଦେଇ ଦରମା ଦିଆଯାଉଛି ସେହିସବୁକୁ ବନ୍ଦ କରିବାସହ ଗୋଟିଏ ଆଉଟସୋର୍ସିଙ୍ଗ କର୍ମଚାରୀକୁ ତାର ଆଉଟସୋର୍ସିଙ୍ଗ କର୍ମଚାରୀର ମାନ୍ୟତା ଦିଆଯାଉ ଏବଂ ଶେଷରେ ଆମର ସବୁଠାରୁ ବଡ ପ୍ରମୁଖଦାବି ହେଉଛି

ଆମ୍ଭେମାନେ ଆଜକୁ ୨୦ ବର୍ଷରୁ ଉର୍ଦ୍ଧ ହେଲାଣି ସରକାରୀ କଳରେ ଆଉଟସୋର୍ସିଙ୍ଗ ମଧ୍ଯମରେ କାର୍ଯ୍ୟକରି ଆସୁଅଛୁ ତେଣୁ ଆମ୍ଭମାନଙ୍କ ଅଭିଜ୍ଞତା ଭିତିକୁ ଆଧାର କରି ଆମ୍ବମାନଙ୍କୁ ସ୍ଥାଇ ନିଯୁକ୍ତି ଦିଆଯାଉ ଏବଂ ଯେଉଁ ପର୍ଯ୍ୟନ୍ତ ସ୍ଥାଇ ନିଯୁକ୍ତି ଦିଆଯାଇ ନାହିଁ ସେହି ପର୍ଯ୍ୟନ୍ତ ଆମ ଚାକିରିର ଏକ ସର୍ତ୍ତାବଳି କରାଯାଉ, ଏହି ସବୁ ଦାବି ନେଇ ସେମାନେ ଗତ ୧୨.୦୩.୨୦୨୫ ରିଖରେ ଜିଲ୍ଲାପାଳଙ୍କ ଜରିଆରେ ଓଡିଶାର ବରେଣ୍ୟ ମୁଖ୍ୟମନ୍ତ୍ରୀ ମହୋଦୟ ନିକଟକୁ ଦାବିପତ୍ର ଦେବାସହ ତା. ୧୭.୦୩ ୨୦୨୫ରିଖ ଠାରୁ ତା. ୨୧.୦୩.୨୦୨୫ ପର୍ଯ୍ୟନ୍ତ କଳାବ୍ୟାଚ ପରିଧାନ କରି ନିଜ ନିଜ ବିଭାଗରେ ସୁଚାରୁରୂପେ କାର୍ଯ୍ୟ କରୁଥିଲୁ ତେଣୁ ଆମ ମାନଙ୍କର ଦାବୀ ଏକ ଯଥାର୍ଥ ଅଟେ ତେଣୁ ରାଜ୍ୟ ସରକାରଙ୍କୁ ଆମେ ଅନୁରୋଧ କରୁଅଛୁ ଏବଂ ଆମ ଦାବୀକୁ ପରିପୂର୍ଣ୍ଣ କରାଯାଉ ।

ଯଦି ରାଜ୍ୟସରକାର ଆମ ଦାବୀକୁ କୌଣସି ପ୍ରକାରେ କର୍ଣ୍ଣପାତ ନ କରନ୍ତି ତେବେ ବାଧ୍ୟ ହୋଇ ତା.୨୬.୦୩.୨୦୨୫ ରିଖରେ ଓଡିଶାର ପୁରପଲ୍ଲୀରୁ ସବୁ ଆଉଟସୋର୍ସିଙ୍ଗ କର୍ମଚାରୀ ସଦଳବଳେ ଏବଂ ଆମ୍ବମାନଙ୍କର ପିଲା ଛୁଆଙ୍କ ସହିତ ବାହାରି ଓଡିଶାର ରାଜଧାନୀ ଭୁବନେଶ୍ବରରେ ଥିବା ଲୋୟର ପିଏମଜି ରେ ଏକତ୍ରିତ ହୋଇ ଅନିର୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧର୍ମଘଟ କରିବୁ ସେଇ ଧର୍ମଘଟରେ ଯାହା କିଛି ଅସୁବିଧା ବା କିଛି ସଙ୍କଟ ଉପୁଜେ ସେଥ‌ିପାଇଁ ରାଜ୍ୟ ସରକାର ନିଜେ ଦାଇ ରହିବେ ବୋଲି ରାଜ୍ୟ ସଂଘର ଉପସଭାପତି ଶ୍ରୀ ପୂର୍ଣ୍ଣ ଚନ୍ଦ୍ର ମିଶ୍ର, ଏବଂ ଜିଲ୍ଲା ସଭାପତି ସରୋଜ କୁମାର ନାୟକ, ଉପସଭାପତି ଅଭିଷେକ ମହାନ୍ତି, ଉପଦେଷ୍ଟା ନୀଳମାଧବ ସାହୁ, କୋଷାଦକ୍ଷ ଲଲିତ କୁମାର ଜେନା, ଯୁଗ୍ମ, ସମ୍ପାଦକ ବସନ୍ତ ପ୍ରଧାନଙ୍କ ସମେତ ଜିଲ୍ଲାସଂଘର ଅନ୍ୟାନ୍ୟ କର୍ମକର୍ତ୍ତା ଏବଂ ବିଭିନ୍ନ ବିଭାଗର ସଂଗ୍ରାମୀ ସଦସ୍ୟ ଓ ସଦସ୍ୟା ମାନେ ଗଣମାଧ୍ୟମ ଆଗରେ ପ୍ରକାଶ କରିଛନ୍ତି l

Exit mobile version