Home ଓଡ଼ିଶା ୧୫ତମ ଜାତୀୟ ସ୍ତରୀୟ ନାଟକ ମହୋତ୍ସବ – ୨୦୨୫ ର ଦ୍ଵିତୀୟ ଦିବସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- “ରଙ୍ଗଶାଳା” ପକ୍ଷରୁ ଆୟୋଜିତ ୧୫ତମ ଜାତୀୟ ସ୍ତରୀୟ ନାଟକ ମହୋତ୍ସବ- ୨୦୨୫ ର ଦ୍ଵିତୀୟ ଦିବସ ସ୍ଥାନୀୟ ଅନୁପୂର୍ଣ୍ଣା ରଙ୍ଗମଞ୍ଚ ପରିସରରେ ଶୁକ୍ରବାର ଦିନ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ନିର୍ଦ୍ଦେଶକ ବିଶ୍ଵନାଥ ମହାପାତ୍ର ପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ପୁଷ୍ପମାଲ୍ୟ ଅର୍ପଣ କରି ପ୍ରଦୀପ ପ୍ରଜ୍ଜ୍ଵଳନ କରିବା ସହ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍ଘାଟନ କରିଥିଲେ । ମହୋତ୍ସବର ଦ୍ଵିତୀୟ ଦିବସରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ସଂସ୍କୃତି ଅଧିକାରୀ, ପୁରୀ ହେମନ୍ତ କୁମାର ବେହେରା , ବରିଷ୍ଠ ନାଟ୍ୟକାର ଦୟାନିଧି ତ୍ରିପାଠୀ , ଶିଲ୍ପପତି ପ୍ରଦ୍ୟୁମ୍ନ ମିଶ୍ର , ‘ଅଜିତ’ ଅନୁଷ୍ଠାନର ପ୍ରତିଷ୍ଠାତା ଡାଃ ମାୟା ଦାସ, ପୂର୍ବତନ ସ୍ଵତନ୍ତ୍ର ସଚିବ ବିନୋଦ କୁମାର ପଣ୍ଡା ପ୍ରମୁଖ ଅତିଥିଭାବେ ଉତ୍ସବର ଦ୍ଵିତୀୟ ଦିବସରେ ଯୋଗଦାନ କରିଥିଲେ । ସଭାକାର୍ଯ୍ୟରେ ଆୟୋଜକ ଅନୁଷ୍ଠାନ “ରଙ୍ଗଶାଳା” ର ନିର୍ଦେଶକ ବିକ୍ରମ କୁମାର ସାହୁ ସ୍ଵାଗତ ଭାଷଣ ପ୍ରଦାନ କରିଥିବାବେଳେ ଅନୁଷ୍ଠାନର କଳାକାର ବିକ୍ରମ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ । ଉତ୍ସବର ଦ୍ଵିତୀୟ ଦିବସରେ ଭୁବଯନଶ୍ୱରର ଅ. ଜି. ତ୍. ନାଟ୍ୟ ସଂସ୍ଥା ଦ୍ଵାରା ପ୍ରଯୋଜିତ ନାଟକ – ଏନ୍ .ଏଚ. ୩୧୬ ମଞ୍ଚସ୍ଥ ହୋଇଥିଲା । ଏହି ନାଟକ ଟି ବାସ୍ତବ ଜୀବନର ଅଭିଜ୍ଞତା ଉପରେ ଆଧାରିତ , ଥରେ ଆମର ଦଳ ଅର୍ନପୂର୍ଣ୍ଣା ଥିଏଟରରେ ଏକ ନାଟକ ସାରି ପୁରୀ ରୁ ଫେରୁଥିଲା, ବସ ଡ୍ରାଇଭରଟି କୌଣସି ଗୋଟେ ନିଶା ଖାଇ ନିଶାଗ୍ରସ୍ତ ଥିଲା। ତେଣୁ ଗାଡି ଚଳେଇଲା ବେଳେ ସେ ସାତଶଙ୍ଖ ପୂର୍ବରୁ ଏକ ରାସ୍ତା କଡରେ ଜୋରରେ ବ୍ରେକ ମାରି ବସ ଅଟକାଇଦେଲେ, ସେତେବଳକୁ ରାତି ୧୨. ୩୦ ବାଜିଥିଲା। ବସରୁ ସମସ୍ତ ଅଭିନେତା ବାହାରକୁ ବାହାରି ରାସ୍ତା କଡରେ ନିଆଁଜାଳି ଏକ କାହାଣୀ ଆରମ୍ଭ କଲେ, ସେଠାରେ ସେମାନେ ଏକ ଅସହାୟ ଝିଅକୁ ଭେଟିଲେ , ସେଇ ଝିଅକୁ ଭେଟି ନିର୍ଦ୍ଦେଶକ ବର୍ତାଳପ କରି ତାକୁ ନିଜର ଝିଅ ଭାବେରେ ସ୍ଵୀକାର କରିଛନ୍ତି । ଘଟଣାଟି ନାଟକୀୟ ଥିଲା। ଯାହା ଦର୍ଶକଙ୍କୁ ମନୋରଞ୍ଜନ କରିଥିଲା। ଏହି ନାଟକରେ ରତ୍ନାକର ରଣା, ଉପେନ୍ଦ୍ର ପତି, କୈଳାସ ପାତ୍ର, ନିରଞ୍ଜନ ଆଚାର୍ଯ୍ୟ, ରବି, ଅର୍ଚ୍ଚିତା, ବିଭୁ, ଉମା, ସିଦ୍ଧାର୍ଥ, ଆୟୁଷ୍ମାନ, ବିଜୟ, ସଂଗ୍ରାମ, ପ୍ରସାଦ, ସୂର୍ଯ୍ୟ। ନାଟ୍ୟକାର ଭାବେ ଡଃ ମାୟା ଦାସ ନିର୍ଦ୍ଦେଶକ, ରଚନା, ଆଲୋକ ସରଂଚନା, ପ୍ରଚ୍ଛଦପଟ ସଂଗୀତରେ ଦୀପକ ରଞ୍ଜନ ପତି (ଅମନ) ଯୋଗଦାନ କରିଥିଲେ। ଅନେକ ଦର୍ଶକ ନାଟକ ଶେଷ ପର୍ଯ୍ୟନ୍ତ ଉପସ୍ଥିତ ରହି କଳାକାର ମାନଙ୍କୁ ଉଶ୍ଚାହିତ କରିଥିଲେ । ଏହିଭଳି ନାଟକ ପରିବେଷିତ ହେଲେ ନିଶ୍ଚୟ ନାଟକ ପ୍ରତି ଲୋକଙ୍କ ଆଦର ବଢିବ ବୋଲି ଦର୍ଶକ ମତପ୍ରକାଶ କରିଥିଲେ । Categories: ଓଡ଼ିଶା, ପୁରୀ, ହୋମ୍ Related Content ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026