କଳିଙ୍ଗ ସ୍ମାର୍ଟ ସ୍କୁଲ ଠାରେ ଦାନ୍ତ ଚିକତ୍ସା ଶିବିର

ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଲୟନ୍ସ କ୍ଲବ ପୁରୀ ଆନୁକୂଲ୍ୟରେ ଶୁକ୍ରବାର ଦିନ କଳିଙ୍ଗ ସ୍ମାର୍ଟ ସ୍କୁଲ ପରିସରରେ ଦାନ୍ତ ଚିକତ୍ସା ଶିବିର ଅନୁଷ୍ଠିତ ହୋଇଥିଲା l ଏହି କାଯ୍ୟକ୍ରମରେ ଡ଼କ୍ଟର ଲୟନ୍ସ ଶ୍ୟାମ ସୁନ୍ଦର ମହାପାତ୍ର, ଡାକ୍ତର ଅର୍ପିତା ପ୍ରିୟଦର୍ଶିନୀ ଦାସ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଅଭିଭାବକ ମାନଙ୍କର ଦାନ୍ତ ପରୀକ୍ଷା କରିବା ସହିତ ଏକ ଦାନ୍ତ ଉପରେ ସଚେତନତା କାଯ୍ୟକ୍ରମ କରାଯାଇଥିଲା l

ଲୟନ୍ସ କ୍ଲବ ପୁରୀ ର ସଭାନେତ୍ରୀ ଲୟନ୍ସ ବିଷ୍ନୁପ୍ରିୟା ଦାସ, ସମ୍ପାଦକ ଲୟନ୍ସ ରୁଦ୍ର ନାରାୟଣ ରଥ, କୋଷାଧକ୍ଷ ଲୟନ୍ସ ସୁବ୍ରତ ପାଲ, ଲୟନ୍ସ ଅଜୟ କୃଷ୍ଣ ଦାସ, ଲୟନ୍ସ ବିଭୁଦତ୍ତ ଶୁଭୁଦ୍ଧି, ଲୟନ୍ସ ଶାନ୍ତି ରଞ୍ଜନ ମିଶ୍ର, କଳିଙ୍ଗ ସ୍ମାର୍ଟ ସ୍କୁଲର ଅଧ୍ୟକ୍ଷ ଲୟନ୍ସ ସଞ୍ଜୟ କୁମାର ପ୍ରଧାନ ଉପସ୍ଥିତ ରହି ଛାତ୍ର ଛାତ୍ରୀ ଓ ଅଭିଭାବକ ମାନଙ୍କୁ ଦାନ୍ତର ଉପକାର ବିଷୟରେ ଆଲୋକପାତ କରିଥିଲେ l

ସ୍କୁଲର ପ୍ରିନସିପାଲ ପ୍ରଜ୍ଞା ଶୁଭ ମିତା ପ୍ରତିହାରୀ, ସମ୍ପାଦକ ଅନିଲ କୁମାର ସାହୁ, ସାଗରିକ ପ୍ରଧାନ, ଐଶ୍ୱରିୟା ମହାନ୍ତି, ପ୍ରିୟଙ୍କା ରଥ, ସନ୍ଧ୍ୟାରାଣୀ ବାରିକ, ଜ୍ଞାନଜ୍ୟୋତି ସିଂ, ଗାୟତ୍ରୀ ମହାପାତ୍ର, ସନ୍ଧ୍ୟାରାଣୀ ମହାରଣା ଓ ଲିଲି ସାହୁ କାଯ୍ୟକ୍ରମକୁ ପରିଚାଳନା କରିଥିଲେ l

Exit mobile version