Home ଓଡ଼ିଶା ନବକଳେବର ରୋଡ଼ ଭଡାଘରୁ ବିପୁଳ ପରିମାଣ ର ବାଣ ଜବତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- କୁମ୍ଭାରପଡ଼ା ଥାନା ନିକଟରେ ଭଡା ଘରେ ପୂଜା ସାମଗ୍ରୀ ବିକିବା ନାମରେ ଚାଲିଥିଲା ବାଣ ବ୍ୟବସାୟ।ବେଆଇନ ଭାବେ ବାଣ ମହଜୁଦ ରଖିବା ଅଭିଯୋଗରେ ପୁରୀ ପୋଲିସ ଆଜି ବିପୁଳ ମାତ୍ରାରେ ବାଣ,ବାରୁଦ,ବାଣ ପ୍ରସ୍ତୁତି ସାମଗ୍ରୀ ସହ କୋଇଲା ଆଦି ଜବତ କରିଛି | ବ୍ୟବସାୟୀଙ୍କୁ ଗିରଫ କରିବା ସହ ଉକ୍ତ ଘରକୁ ସିଲ କରିଛି।ସ୍ଥାନୀୟ ବାସିନ୍ଦା ଭଡାଘରେ ବାଣ ରଖିବା ନେଇ ଜାଣିନଥିବା କହିଛନ୍ତି |କୁମ୍ଭାରପଡ଼ା ପୋଲିସ ଥାନା ନିକଟରେ ଏଭଳି ବାଣ ମହଜୁଦ ରହିବା ଖବର ଜାଣି ନ ପାରିବା ନେଇ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି ଘର ମାଲିକ ଜଣେ ଅବସରପ୍ରାପ୍ତ ପୋଲିସ ଅଧିକାରୀ l ତାଙ୍କ ଘରେ ବେଆଇନ ଭାବେ ବାଣ ରହିବା ନେଇ ଖବର କିପରି ପୋଲିସ ଜାଣି ପାରିଲେ ନାହିଁ।ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ | ପୋଲିସ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସାହିବାସିନ୍ଦା ଦାବି କରିଛନ୍ତି । ବାସେଲି ସାହିର ବାଣ ବ୍ୟବସାୟୀ ଅଜିତ ସେନାପତିଙ୍କୁ ଗିରଫ କରିଛି।ବିଶେଷ ସୂତ୍ରରୁ ଖବର ପାଇ ପୋଲିସ ଘଟଣା ସ୍ଥଳରେ ସିଟି ଡିଏସପି ଙ୍କ ନେତୃତ୍ୱରେ ଦୁଇ ଘଣ୍ଟାରୁ ଉର୍ଦ୍ଧ୍ବ ସମୟ ଧରି ଉକ୍ତ ଘରୁ ସମସ୍ତ ବାଣ, ବାରୁଦ,କୋଇଲା,ବାଣ ପ୍ରସ୍ତୁତି ସାମଗ୍ରୀକୁ ଜବତ କରିଥିଲା l ଅଗ୍ନିଶମ କର୍ମଚାରୀଙ୍କ ଦ୍ଵାରା ପାଣି ପକାଇ ବିପଦ ମୁକ୍ତ କରିବା ପାଇଁ ପଦକ୍ଷେପ ନିଆଯାଇଥିଲା । ଗତବର୍ଷ ନରେନ୍ଦ୍ର ପୁଷ୍କରିଣୀରେ ବାଣ ବିସ୍ଫୋରଣ ଘଟିବା ଓ ନିକଟରେ ପୁଣି ବାଣ ଉକ୍ତ ସ୍ଥାନରେ ଫୁଟିବା ନେଇ ପ୍ରଶ୍ନ ଉଠିଥିଲା l ସେହି ଅଞ୍ଚଳ ନିକଟରେ ବିପୁଳ ସଂଖ୍ୟାରେ ବାଣ,ବାରୁଦ ଜବତ କରିବା ପୋଲିସ ପାଇଁ ଏକ ସଫଳତା ଆଣିଦେଇଛି । କୁମ୍ଭାରପଡ଼ା ନିକଟରେ ଏତେ ପରିମାଣରେ ବାଣ ମହଜୁଦ ରହିବା ସମ୍ପର୍କରେ ପୋଲିସ ଜାଣି ନପାରିବା ନେଇ ପ୍ରଶ୍ନ ବାଚି ସୃଷ୍ଟି କରିଛି । ଭଡାଘରେ କିପରି ବାଣ ରଖାଗଲା ଓ ଘର ମାଲିକ କିପରି ଜାଣି ନପାରିଲେ ସେ ନେଇ ତଦନ୍ତ କରାଯିବ ବୋଲି ସିଟି ଡିଏସପି କହିଛନ୍ତି । କୁମ୍ଭାରପଡ଼ା ଥାନା ନିକଟରେ କେଟିଏମ୍ ଗଳିରେ ଜନୈକ ଅବସରପ୍ରାପ୍ତ ପୋଲିସ ଅଧିକାରୀଙ୍କ ଘରେ ଚାଲିଥିଲା ବେଆଇନ ବାଣ ବ୍ୟବସାୟ।ଭଡା ସୂତ୍ରରେ ନେଇଥିବା ବାସେଳୀ ସାହିର ଅଜିତ ସେନାପତି ପୁଜାସାମଗ୍ରି ରଖିବା ପରିବର୍ତ୍ତେ ବାଣ,ବାରୁଦ କୋଇଲା,ବାଣ ପ୍ରସ୍ତୁତି ସାମଗ୍ରୀ ମହଜୁଦ ରଖିବା ଖବର ପୋଲିସ ନା ସ୍ଥାନୀୟ ବାସିନ୍ଦା କେହି ଜାଣି ପାରିନଥିଲେ।ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ ଭଡା ନେଇଥିବା ଲୋକ ସଦାବେଳେ ରାତିରେ ଆଖା ଓ ପେଟିରେ ସବୁ ସାମଗ୍ରୀ ଆଣି ରଖନ୍ତି। ଆଉ ସେ କେଉଁ ସମୟରେ ଏତେ ବାଣ ମହଜୁଦ ରଖିବା ଖବର ଆମ ପାଖରେ ନାହିଁ।ଯଦି ବିସ୍ଫୋରଣ ହୋଇଥାନ୍ତା ତେବେ ଆମ ସାହିବସ୍ତି ଉଡ଼ିଯାଇଥାନ୍ତା।ଆମେ ଏକ ବଡ଼ ବିପଦରୁ ରକ୍ଷା ପାଇଗଲୁ । ପୋଲିସ ଘର ମାଲିକ ଓ ବାଣ ବ୍ୟବସାୟୀଙ୍କୁ ଗିରଫ କରି ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ସାହିବାସିନ୍ଦା ଦାବି କରିଛନ୍ତି । ସହରରେ କେତେ ବାଣ ବେଆଇନ ଭାବେ ମହଜୁଦ ଅଛି ସେ ସବୁକୁ ପୋଲିସ କେବେ ଠାବ କରିବ ଏବଂ ଆଜିର ଘଟଣାରେ ପୋଲିସ କିଭଳି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ତାହା ଆଗକୁ ଜଣାପଡିବ ବୋଲି ସହରରେ ଚର୍ଚ୍ଚା ହେଉଛି । Categories: ଓଡ଼ିଶା, ପୁରୀ, ହୋମ୍ Related Content ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026