Home ଓଡ଼ିଶା ଭୃଣର ଲିଙ୍ଗ ନିରୂପଣ ଓ କନ୍ୟା ସନ୍ତାନ ସୁରକ୍ଷା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ପୁରୀ (ଓଡ଼ିଶା ତାଜା ନ୍ୟୁଜ୍) :- ଗର୍ଭସ୍ଥ ଭୃଣ ର ଲିଙ୍ଗ ନିରୂପଣ ସମ୍ପୂର୍ଣ୍ଣ ବେଆଇନ ଓ ଏଥିପାଇଁ ଆଇନ ଅନୁଯାୟୀ ଦଣ୍ଡ ର ବ୍ୟବସ୍ଥା ରହିଛି । ତେଣୁ ବ୍ୟାପକ ସଚେତନତା ସୃଷ୍ଟି କରି ଏହି ଘୃଣ୍ୟ କାର୍ଯ୍ୟ କୁ ପ୍ରତିହତ କରିବା ଲକ୍ଷ୍ୟରେ ଏକ କର୍ମଶାଳା ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲା ସମାଜ କଲ୍ୟାଣ ବିଭାଗ ପକ୍ଷରୁ ଆୟୋଜିତ ଏହି କର୍ମଶାଳାରେ ଯୋଗ ଦେଇ ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ ଭାରତୀୟ ସଂସ୍କୃତି, ପୁରାଣ ଓ ଇତିହାସ ରେ ନାରୀକୁ ଉଚ୍ଚ ସ୍ଥାନ ଓ ସମ୍ମାନ ରେ ରଖାଯାଏ।ତେବେ ସାମ୍ପ୍ରତିକ ସମାଜ ରେ ନାରୀ ର ସୁରକ୍ଷା ଓ ସମ୍ମାନ ରେ ଅବକ୍ଷୟ ଅତ୍ୟନ୍ତ ଦୁଖଦ କଥା।ନାରୀ ପୁରୁଷ ଗୋଟିଏ ମୁଦ୍ରା ର ଦୁଇ ପାର୍ଶ୍ଵ ପରି।ସମସ୍ତେ ମିଶି କନ୍ୟା ସନ୍ତାନ ଙ୍କ ସୁରକ୍ଷା କୁ ସୁନିଶ୍ଚିତ କରିବାକୁ ସେ ଅନୁରୋଧ କରିଥିଲେ। ପରିବାର କଲ୍ୟାଣ ଏଡିଏମଓ ଡା ଚନ୍ଦ୍ରକାନ୍ତି ଆଚାର୍ଯ୍ୟ ଭୃଣ ର ସୁସ୍ଥତା, ଅବସ୍ଥା ଜାଣିବା ପାଇଁ ପରୀକ୍ଷା ନିରୀକ୍ଷା କରାଯାଇଥାଏ ଓ ତାହାରି ଆଧାର ରେ ଚିକିତ୍ସା ସୁବିଧା ହୋଇଥାଏ।କିନ୍ତୁ ଲିଙ୍ଗ ନିରୂପଣ ସମ୍ପୂର୍ଣ୍ଣ ବେଆଇନ ଓ ଅନ୍ୟାୟ ମଧ୍ୟ।ଏହାକୁ ପ୍ରତିହତ ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏନଫୋର୍ସମେଣ୍ଟ କରାଯାଇ କାର୍ଯ୍ୟାନୁଷ୍ଠାନ ନିଆ ଯାଉଛି ବୋଲି କହିଥିଲେ।ଶିଶୁ ସୁରକ୍ଷା ୟୁନିଟ ର ଆଇନ ପରାମର୍ଶଦାତା ସନ୍ତୋଷ କୁମାର ସାହୁ ଭୃଣ ର ଲିଙ୍ଗନିରୂପଣ ସଂକ୍ରାନ୍ତୀୟ ଆଇନ ୧୯୯୪ର ବିସ୍ତୃତ ବ୍ୟାଖ୍ୟା କରିବା ସହ ଦଣ୍ଡ ବ୍ୟବସ୍ଥା,କର୍ତ୍ତବ୍ୟରେ ଥିବା ଅଧିକାରୀ ଓ କର୍ମଚାରୀ ଙ୍କ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ଜିଲ୍ଲା ସମାଜ କଲ୍ୟାଣ ଅଧିକାରୀ ତନୁପ୍ରଭା ବେଉରା ଏଥିରେ ଅଧ୍ୟକ୍ଷତା କରି ଭୃଣ ଓ କନ୍ୟା ସନ୍ତାନ ର ସୁରକ୍ଷା ପାଇଁ ଆମେ ସମବଦ୍ଧ ଉଦ୍ୟମ କରିବା ଓ ସମସ୍ତଙ୍କୁ ସଚେତନ କରାଇବା ଏହି କର୍ମଶାଳାର ଉଦ୍ଦେଶ୍ୟ ବୋଲି କହିଥିଲେ।ବିଶେଷ କରି ବର୍ତ୍ତମାନ ର ଯୁବ ପିଢୀ ଙ୍କୁ ଅଧିକ ସଚେତନ କରିବାକୁ ସେ ଆହ୍ବାନ ଦେଇଥିଲେ।କାର୍ଯ୍ୟକ୍ରମ ରେ ଏଡିପିଏଚସିଓ ବେଣୁଧର ନାୟକ, ପ୍ରୋଗ୍ରାମ ଅଫିସର ସୁହାଗୀ ହେମ୍ରମ, ଚନ୍ଦ୍ର ପ୍ରଭା ଦେଇ, ବାଲ୍ୟବତୀ ମହାନ୍ତି, ବିଭିନ୍ନ ବ୍ଲକ ର ସିଡିପିଓ, ସୁପରଭାଇଜର ପ୍ରମୁଖ ଯୋଗ ଦେଇ ଥିଲେ। Categories: ଓଡ଼ିଶା, ପୁରୀ, ହୋମ୍ Related Content ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026