ଟିପିସିଓଡିଏଲ୍ ପକ୍ଷରୁ ଉନ୍ନତ ଭିର୍ତ୍ତିଭୂମିି ଏବଂ ନିରାପତ୍ତା ବ୍ୟବସ୍ଥା ସହିତ ଗ୍ରୀଷ୍ମଋତୁ ପାଇଁ ପ୍ରସ୍ତୁତି

ବାସ୍ତବ ସମୟ ଅନୁଧ୍ୟାନ : ନୂତନ କେନ୍ଦ୍ରୀଭୂତ ବିଦ୍ୟୁତ୍ ବିତରଣ ପ୍ରଯୁକ୍ତି କେନ୍ଦ୍ର ଗ୍ରିଡ୍ ନିରୀକ୍ଷଣରେ ଉନ୍ନତି ଆଣିଛି.

ଭିର୍ତ୍ତିଭୂମିିରେ ଉନ୍ନତି : ଭୋଲଟେଜ୍ ସ୍ଥିରତା ପାଇଁ ସବ୍‌- ଟ୍ରାନ୍ସମିସନ୍‌ର ସୁଦୃଢ଼ୀକରଣ ଏବଂ ନେଟୱାର୍କ ସମ୍ପ୍ରସାରଣ.
 

ଗ୍ରାହକ କୈନ୍ଦ୍ରିକ ଆଭିମୁଖ୍ୟ : ଉନ୍ନତ, ବହୁଭାଷୀ ବିଦ୍ୟୁତ୍ ବିଭ୍ରାଟ ସମ୍ପର୍କିତ ଅପଡେଟ୍ ଏବଂ କଲ୍ ସେଂଟର ପରିଚାଳନା.

ବାତ୍ୟା ପ୍ରସ୍ତୁତି ବ୍ୟବସ୍ଥା : କାଳବୈଶାଖୀ ଓ ବାତ୍ୟା ପାଇଁ ଦୃଢ଼ ଜରୁରୀକାଳୀନ ପ୍ରୋଟୋକଲ ଓ ପ୍ରସ୍ତୁତି.

ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ୨୦୨୫ ଗ୍ରୀଷ୍ମଋତୁରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ଟାଟା ପାୱାର ଓ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିସିଓଡିଏଲ୍‌) ବର୍ଦ୍ଧିତ ବିଦ୍ୟୁତ ଚାହିଦାକୁ ପୂରଣ କରିବାକୁ ପ୍ରସ୍ତୁତ ରହିଛି । ୨୫୨୪ ମେଗାୱାଟ୍‌ର ସର୍ବୋଚ୍ଚ ଚାହିଦା ସହିତ ଟିପିସିଓଡିଏଲ୍ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଅନେକ ସକ୍ରିୟ ପଦକ୍ଷେପ ଗ୍ରହଣ କରିଛି । ବିଦ୍ୟୁତ୍ ବଂଟନ କ୍ଷମତାକୁ ସୁଦୃଢ଼ କରିବା ପାଇଁ ଟିପିସିଓଡିଏଲ୍ ପକ୍ଷରୁ ଭୁବନେଶ୍ୱରରେ ଏକ କେନ୍ଦ୍ରୀଭୂତ ବିଦ୍ୟୁତ ବିତରଣ ପ୍ରଯୁକ୍ତି କେନ୍ଦ୍ର ପ୍ରତିଷ୍ଠା କରାଯାଇଛି ।

ଏହି ଉନ୍ନତ ସୁବିଧା ସୁପରଭାଇଜରୀ କଂଟ୍ରୋଲ ଆଣ୍ଡ ଡାଟା ଆକ୍ୱିଜିସନ (ଏସସିଏଡିଏ) ଏବଂ ଏକ ଉନ୍ନତ ବିତରଣ ପରିଚାଳନା ବ୍ୟବସ୍ଥା (ଏଡିଏମଏସ) ମାଧ୍ୟମରେ ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣକୁ ସକ୍ଷମ କରୁଛି, ଯାହା ୩୩ କେଭି ଫିଡର, ପ୍ରାଥମିକ ସବ୍‌ଷ୍ଟେସନ (ପିଏସଏସ) ଏବଂ ୧୧ କେଭି ଫିଡରର ନିରବଚ୍ଛିନ୍ନ ପରିଚାଳନା ସୁନିଶ୍ଚିତ କରୁଛି । ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ପିଏସସିସି)ରେ ବ୍ୟାକଅପ୍ ପାୱାର ବ୍ୟବସ୍ଥା ଏବଂ ଉତ୍ସର୍ଗୀକୃତ ଯୋଗାଯୋଗ ଚ୍ୟାନେଲଗୁଡିକ ପରିଚାଳନାଗତ ନିରନ୍ତରତାକୁ ଆହୁରି ସୁଦୃଢ଼ କରିପାରିଛି ।

ଗ୍ରୀଷ୍ମ ଋତୁ ପ୍ରସ୍ତୁତି ଅଭିଯାନର ଏକ ଅଂଶ ଭାବରେ, ଟିପିସିଓଡିଏଲ୍ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି ଯଥା :

ଗ୍ରୀଷ୍ମ ଋତୁ ପ୍ରସ୍ତୁତି ସମ୍ପର୍କରେ ଟିପିସିଓଡିଏଲ୍‌ର ସିଇଓ ଅରଭିନ୍ଦ୍ ସିଂହ କହିଛନ୍ତି ଯେ, “ଗ୍ରୀଷ୍ମ ଋତୁରେ ଭରସାଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ଆମର ସର୍ବୋଚ୍ଚ ପ୍ରାଥମିକତା । ଅତ୍ୟାଧୁନିକ ଜ୍ଞାନକୌଶଳ, ଭିର୍ତ୍ତିଭୂମିିକୁ ସୁଦୃଢ଼ କରିବା ଏବଂ ଭଲ ଭାବେ ପ୍ରସ୍ତୁତ କର୍ମଚାରୀଙ୍କ ସହାୟତାରେ ଟିପିସିଓଡିଏଲ୍ ଗ୍ରାହକଙ୍କ ପାଇଁ ସେବାର ଗୁଣବତ୍ତା ଏବଂ ନିରାପତ୍ତା ବୃଦ୍ଧି କରିବା ସହିତ ବଢ଼ୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ରହିଛି ।’’ ଏହି ଦୃଢ଼ ପଦକ୍ଷେପ ସହିତ ଟିପିସିଓଡିଏଲ୍ ସେବା ଯୋଗାଉଥିବା ଅଞ୍ଚଳରେ ନିରବଚ୍ଛିନ୍ନ, ସୁରକ୍ଷିତ ବିଦ୍ୟୁତ୍ ଯୋଗାଣ ପାଇଁ ନିଜର ପ୍ରତିବଦ୍ଧତାକୁ ଦୋହରାଇଛି ।

Exit mobile version