୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନୟାଗଡ଼ :- ସ୍ଥାନୀୟ ଲାଠିପଡ଼ା ସ୍ଥିତ ମଡେଲ ଡିଗ୍ରୀ କଲେଜ, ନୟାଗଡ଼ର ନୃତତ୍ତ୍ବ ବିଜ୍ଞାନ ଓ ରାଜନୀତି ବିଜ୍ଞାନ ବିଭାଗର ମିଳିତ ଆନୁକୂଲ୍ୟରେ ବହୁଭାଷୀ ସମାଜରେ ପ୍ରଚଳିତ ଭାଷାର ପରିଚୟ ଓ ଶକ୍ତି ସମ୍ବନ୍ଧୀୟ ଏକ ଆଲୋଚନା ଚକ୍ର ଅଧ୍ୟକ୍ଷ ଡକ୍ଟର ମାନସ ରଞ୍ଜନ ଶତପଥୀଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ହୋଇଥିଲା । ଆୟୋଜିତ ସଭା କାର୍ଯ୍ୟରେ ୟୁନେସ୍କୋ ଭାଷା ପ୍ରଣୟନ ବିଭାଗ ବିଶେଷଜ୍ଞ ଡକ୍ଟର ସୁଶ୍ରୀ ସଙ୍ଗୀତା ମହାନ୍ତି ଯୋଗ ଦେଇ ପ୍ରଚଳିତ ଭାଷାର ଆବଶ୍ୟକତା ଏବଂ ଜନଜାତି ବ୍ୟବହୃତ ଭାଷା ବିଲୋପ ହେବା ସ୍ଥିତିରେ ପହଞ୍ଚୁଥିବା କାରଣ ବଶତଃ ଏଗୁଡ଼ିକର ସଂରକ୍ଷଣର ଆବଶ୍ୟକତା ଦିଗରେ ଆଲୋକପାତ କରିଥିଲେ।

