୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଲିଗୁଡା :- କନ୍ଧମାଳ ଜିଲାରେ ଖାଦ୍ୟ ନିରାପତ୍ତାକୁ ଅଧିକା ଗୁରୁତ୍ୱ ଦିଆଯାଇଛି। ସମସ୍ତ ଖାଦ୍ୟ ବ୍ୟବସାୟ କରୁଥିବା ବ୍ୟବସାୟୀଙ୍କୁ ଖାଦ୍ୟ ନିରାପତ୍ତାକୁ କିଭଳି ପାଳନ କରିବେ ସେନେଇ ସଚେତନ କରାଯିବା ସହ ସେମାନଙ୍କୁ ଏହି ବ୍ୟବସାୟ କରିବା ପାଇଁ ନାମ ପଞ୍ଜୀକରଣ ବ୍ୟବସ୍ଥା କରାଯାଇଛି। ଗୁରୁବାର ଉପଖଣ୍ଡ ଚିକିତ୍ସାଳୟର ସଭାଗୃହ ପରିସର ମଧ୍ୟରେ ଜିଲା ସ୍ବାସ୍ଥ୍ୟ ସମିତି ପକ୍ଷରୁ ପଞ୍ଜୀକରଣ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ୪୦ ରୁ ଊର୍ଦ୍ଧ୍ୱ ଖାଦ୍ୟ ବ୍ୟବସାୟୀଙ୍କ ପଞ୍ଜୀକରଣ କରାଯାଇଛି l

