Home ଓଡ଼ିଶା ମୋଦୀ ଜୀଙ୍କ ପୂର୍ବ ଜନ୍ମ ମହାରାଜ ଛତ୍ରପତି ଶିବାଜୀ:ପାର୍ଲାମେଣ୍ଟ ଓ ଦେଶରେ ଚର୍ଚ୍ଚା ଓ ବିବାଦ ପରେ, ସାମନାକୁ ଆସିଲେ ସନ୍ଥ ଗିରିଜା ଶଙ୍କର ଦାସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ଗତ ୨ ଦିନ ତଳେ ଲୋକସଭାରେ ରେଲୱେ ଖର୍ଚ୍ଚ ଦାବୀ ଉପରେ ହେଉଥିବା ଆଲୋଚନାରେ ଭାଗନେଇ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡ ଅଞ୍ଚଳର ଜଣେ ସାଧୁ ଶ୍ରୀ ଗିରିଜା ଶଙ୍କର ଦାସଙ୍କ ତତ୍ବକୁ କହିବାକୁ ଯାଇ ନରେନ୍ଦ୍ର ମୋଦୀ ଆଜିର ପ୍ରଧାନମନ୍ତ୍ରୀ ପୂର୍ବ ଜନ୍ମରେ ମହାରାଜ ଛତ୍ରପତି ଶିବାଜୀ ଥିଲେ ବୋଲି ଉଲ୍ଲେଖ କରିଥିଲେ । ତୁରନ୍ତ ମହାରାଷ୍ଟ୍ର ର କିଛି ସାଂସଦ ଉଠି ଏହାର ପ୍ରତିବାଦ କରି ଏହାକୁ ରେକର୍ଡ ଭୁକ୍ତ ନ କରିବା ପାଇଁ ଦାବୀ କରିଥିଲେ । ପରବର୍ତ୍ତୀ ସମୟରେ ମଧ୍ଯ ମହାରାଷ୍ଟ୍ର ରେ କଂଗ୍ରେସର ଦଳ ତରଫରୁ ବ୍ଯାପକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶ୍ରୀ ପୁରୋହିତ ଉଲ୍ଲେଖ କରିଥିଲେ ଯେ ଭାରତ ବର୍ଷକୁ ପରମ ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ସହ ଦୁନିଆର ସବୁ ଠୁଁ ଶକ୍ତଶାଳୀ ରାଷ୍ଟ୍ର ନିର୍ମାଣ ଦିଗରେ ମୋଦୀ ଜୀ ଗୋଟିଏ ମିଶନ ନେଇ କାମ କରୁଛନ୍ତି । ମହାରାଜ ଛତ୍ରପତି ଶିବାଜୀଙ୍କ ପୁନଃଜନ୍ମ ନରେନ୍ଦ୍ର ମୋଦୀଙ୍କ ବୋଲି କହିଥିବା ସାଧୁ ଶ୍ରୀ ଗିରିଜା ଶଙ୍କର ଦାସ ଏବେ କାମେରା ସାମ୍ନାକୁ ଆସିଛନ୍ତି । ସାଧୁ ଗିରିଜା ଶଙ୍କର ଦାସ ୭ବର୍ଷ ଧରି ବିନା ପାଣି ପିଇ ମଡୋଖାଲ ଗୁମ୍ଫାରେ ତପସ୍ୟାରତ ଥିଲେ । ଏବେ ମହୁଲପାଲି – ପଲସାନି ଠାରେ ଏକ ଆଶ୍ରମ ସ୍ଥାପନ କରି ସେଠାରେ ସାଧନାରତ ଅଛନ୍ତି । ସେ ଏହା ମଧ୍ଯ କରିଛନ୍ତି ଯେ ମୋଦୀ ନିଜେ ନ ଚାହିବା ପର୍ଯ୍ୟନ୍ତ ଦୁନିଆରେ ଏ ପର୍ଯ୍ୟନ୍ତ କୌଣସି ଶକ୍ତି ନାହିଁ ମୋଦୀ ଜୀଙ୍କୁ କ୍ଷମତାଚ୍ୟୁତ କରି ପାରିବ । ମୋଦୀ ଜୀ ଯେଉଁଦିନ ନିଜେ ନିଷ୍ପତ୍ତି ନେବେ ତେବେ ହୁଏତ କଥା ଭିନ୍ନ ହୋଇ ପାରେ । ୨୦୨୪ ବରଗଡ ଲୋକସଭା ପ୍ରାର୍ଥୀ ହେବାପରେ ଶ୍ରୀ ପ୍ରଦୀପ ପୁରୋହିତ ସାଧୁ ଗିରିଜା ଶଙ୍କର ଦାସଙ୍କ ନିକଟକୁ ଆର୍ଶୀବାଦ ନେବା ପାଇଁ ଆସିଥିବା ବେଲେ ଏ କଥା କହିଥିଲେ ସାଧୁ ଗିରିଜ ଶଙ୍କର ଦାସ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଦଶ ପଇସାର ଅଜା ଦାସିଆ ଅଜାଙ୍କ ୨୯ତମ ଶ୍ରାଦ୍ଧ ବାର୍ଷିକ ପାଳିତ by Proprietor Abhimanyu Maharana September 14, 2026 ୱାର୍ଲଡ୍ ଓଡ଼ିଶା ସୋସାଇଟି ପକ୍ଷରୁ ପ୍ରଣବ ପଟ୍ଟନାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ by Proprietor Abhimanyu Maharana September 14, 2026 World Odisha Society pays tribute to Pranab Patnaik by Proprietor Abhimanyu Maharana September 14, 2026 ମାନବ ସେବା ହିଁ ମାଧବ ସେବା by Proprietor Abhimanyu Maharana September 14, 2026 ମଦ ରାନ୍ଧିବା ସମୟରେ ପହଞ୍ଚିଗଲା ଅବକାରୀ ଦଳ,୨୩୧୦ ଲିଟର ମଦ ଜବତ by Proprietor Abhimanyu Maharana September 14, 2026 ବିଧାୟକ ରୁପେଶ ପାଣିଗ୍ରାହି, ଗଜପତି ଜିଲ୍ଲାର ୯୦ ବର୍ଷର ବହୁ ପୁରାତନ ଭବାନୀ ହୋଟେଲ ପରିଦର୍ଶନ କରି ସହଯୋଗର ପ୍ରତିଶ୍ରୁତି ଦେଲେ by Proprietor Abhimanyu Maharana September 14, 2026