Home ଓଡ଼ିଶା ମୋଦୀ ଜୀଙ୍କ ପୂର୍ବ ଜନ୍ମ ମହାରାଜ ଛତ୍ରପତି ଶିବାଜୀ:ପାର୍ଲାମେଣ୍ଟ ଓ ଦେଶରେ ଚର୍ଚ୍ଚା ଓ ବିବାଦ ପରେ, ସାମନାକୁ ଆସିଲେ ସନ୍ଥ ଗିରିଜା ଶଙ୍କର ଦାସ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବରଗଡ :- ଗତ ୨ ଦିନ ତଳେ ଲୋକସଭାରେ ରେଲୱେ ଖର୍ଚ୍ଚ ଦାବୀ ଉପରେ ହେଉଥିବା ଆଲୋଚନାରେ ଭାଗନେଇ ବରଗଡ ସାଂସଦ ପ୍ରଦୀପ ପୁରୋହିତ ଗନ୍ଧମାର୍ଦ୍ଦନ ପାହାଡ ଅଞ୍ଚଳର ଜଣେ ସାଧୁ ଶ୍ରୀ ଗିରିଜା ଶଙ୍କର ଦାସଙ୍କ ତତ୍ବକୁ କହିବାକୁ ଯାଇ ନରେନ୍ଦ୍ର ମୋଦୀ ଆଜିର ପ୍ରଧାନମନ୍ତ୍ରୀ ପୂର୍ବ ଜନ୍ମରେ ମହାରାଜ ଛତ୍ରପତି ଶିବାଜୀ ଥିଲେ ବୋଲି ଉଲ୍ଲେଖ କରିଥିଲେ । ତୁରନ୍ତ ମହାରାଷ୍ଟ୍ର ର କିଛି ସାଂସଦ ଉଠି ଏହାର ପ୍ରତିବାଦ କରି ଏହାକୁ ରେକର୍ଡ ଭୁକ୍ତ ନ କରିବା ପାଇଁ ଦାବୀ କରିଥିଲେ । ପରବର୍ତ୍ତୀ ସମୟରେ ମଧ୍ଯ ମହାରାଷ୍ଟ୍ର ରେ କଂଗ୍ରେସର ଦଳ ତରଫରୁ ବ୍ଯାପକ ପ୍ରତିକ୍ରିୟା ପ୍ରକାଶ ପାଇଥିଲା । ଶ୍ରୀ ପୁରୋହିତ ଉଲ୍ଲେଖ କରିଥିଲେ ଯେ ଭାରତ ବର୍ଷକୁ ପରମ ବୈଭବଶାଳୀ ରାଷ୍ଟ୍ର ନିର୍ମାଣ ସହ ଦୁନିଆର ସବୁ ଠୁଁ ଶକ୍ତଶାଳୀ ରାଷ୍ଟ୍ର ନିର୍ମାଣ ଦିଗରେ ମୋଦୀ ଜୀ ଗୋଟିଏ ମିଶନ ନେଇ କାମ କରୁଛନ୍ତି । ମହାରାଜ ଛତ୍ରପତି ଶିବାଜୀଙ୍କ ପୁନଃଜନ୍ମ ନରେନ୍ଦ୍ର ମୋଦୀଙ୍କ ବୋଲି କହିଥିବା ସାଧୁ ଶ୍ରୀ ଗିରିଜା ଶଙ୍କର ଦାସ ଏବେ କାମେରା ସାମ୍ନାକୁ ଆସିଛନ୍ତି । ସାଧୁ ଗିରିଜା ଶଙ୍କର ଦାସ ୭ବର୍ଷ ଧରି ବିନା ପାଣି ପିଇ ମଡୋଖାଲ ଗୁମ୍ଫାରେ ତପସ୍ୟାରତ ଥିଲେ । ଏବେ ମହୁଲପାଲି – ପଲସାନି ଠାରେ ଏକ ଆଶ୍ରମ ସ୍ଥାପନ କରି ସେଠାରେ ସାଧନାରତ ଅଛନ୍ତି । ସେ ଏହା ମଧ୍ଯ କରିଛନ୍ତି ଯେ ମୋଦୀ ନିଜେ ନ ଚାହିବା ପର୍ଯ୍ୟନ୍ତ ଦୁନିଆରେ ଏ ପର୍ଯ୍ୟନ୍ତ କୌଣସି ଶକ୍ତି ନାହିଁ ମୋଦୀ ଜୀଙ୍କୁ କ୍ଷମତାଚ୍ୟୁତ କରି ପାରିବ । ମୋଦୀ ଜୀ ଯେଉଁଦିନ ନିଜେ ନିଷ୍ପତ୍ତି ନେବେ ତେବେ ହୁଏତ କଥା ଭିନ୍ନ ହୋଇ ପାରେ । ୨୦୨୪ ବରଗଡ ଲୋକସଭା ପ୍ରାର୍ଥୀ ହେବାପରେ ଶ୍ରୀ ପ୍ରଦୀପ ପୁରୋହିତ ସାଧୁ ଗିରିଜା ଶଙ୍କର ଦାସଙ୍କ ନିକଟକୁ ଆର୍ଶୀବାଦ ନେବା ପାଇଁ ଆସିଥିବା ବେଲେ ଏ କଥା କହିଥିଲେ ସାଧୁ ଗିରିଜ ଶଙ୍କର ଦାସ । Categories: ଓଡ଼ିଶା, ବରଗଡ଼, ହୋମ୍ Related Content ଶିଶୁମାନଙ୍କ ପାଇଁ ମୌଳିକ ଭେଣ୍ଟିଲେସନ୍ କର୍ମଶାଳା : ଆଇଏପି ଓଡ଼ିପେଡିକନ୍ ୨୦୨୬ର ଏକ ପ୍ରାକ୍ - ସମ୍ମିଳନୀ କର୍ମଶାଳା by Proprietor Abhimanyu Maharana November 1, 2026 Basic Pediatric Ventilation Workshop – A Pre-Conference Workshop of IAP ODIPEDICON 2026 by Proprietor Abhimanyu Maharana November 1, 2026 ବାତ୍ୟା ଓ ବନ୍ୟା ମୁକାବିଲା ପାଇଁ କନ୍ଧମାଳ ପ୍ରଶାସନର ତତ୍ପରତା : ରବିବାର ମଧ୍ୟ ଖୋଲା ରହିବ ସମସ୍ତ ସରକାରୀ କାର୍ଯ୍ୟାଳୟ by Proprietor Abhimanyu Maharana November 1, 2026 ଜିଲ୍ଲା ଆଇନ ସେବା ପ୍ରାଧିକରଣ, ନୟାଗଡ଼ ପକ୍ଷରୁ ରାଷ୍ଟ୍ରୀୟ ଏକତା ଦିବସ ପାଳିତ by Proprietor Abhimanyu Maharana November 1, 2026 ପ୍ରଧାନ ଶିକ୍ଷକ ଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା by Proprietor Abhimanyu Maharana November 1, 2026 RASHTRIYA EKTA DIWAS OBSERVED AT KHURDA ROAD DIVISION by Proprietor Abhimanyu Maharana November 1, 2026