Home ଓଡ଼ିଶା ବନାଗ୍ନି ନିର୍ବାପଣ କ୍ଷେତ୍ରରେ ସାତକୋଶିଆ ‘ରାମସର ସାଇଟ୍’ ଅଗ୍ରଣୀ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଦଶପଲ୍ଲା :- ସାରା ଓଡ଼ିଶାର ଜଂଗଲ ଧୁ ଧୁ ହୋଇ ଜଳୁଥିବାବେଳେ , ଚଇତିମତା ମେଘ ଯୋଗୁଁ ବନାଗ୍ନୀ କିଛିକାଂଶରେ ପ୍ରଶମିତ ହୋଇଛି । ତେବେ ସହାନଦୀ ବନ୍ୟପ୍ରାଣୀ ବନଖଣ୍ଡ ର ଚାରିଗୋଟି ବନାଂଚଳର ବନକର୍ମଚାରୀକଂ ଅଦମ୍ୟ ଚେଷ୍ଟା ଓ କର୍ତ୍ତବ୍ୟ ନିଷ୍ଠାଯୋଗୁଁ , ବନାଗ୍ନୀ ଏହି ଆର୍ଦଭୂମି ଯୁକ୍ତ ବନଖଣ୍ଡକୁ ପ୍ରାୟଚଃ ଛୁଇଁପାରି ନ ଥିବା ବିଭାଗୀୟ ସୁତ୍ରରୁ ସୂଚନା ମିଳିଛି । ନୟାଗଡ଼ ଜିଲ୍ଲା ଗଣିଆ ଓ ଦଶପଲ୍ଲା ବ୍ଲକ ଏବଂ ବଉଦ ଜିଲ୍ଲା କୁଶଂଗ ବନ୍ୟପ୍ରାଣୀ ବନାଂଚଳ ସମେତ ସାତକୋଶିଆ ଓ ଏହାର ପାର୍ଶ୍ବବର୍ତ୍ତି ସଲଗ୍ନ ଜଂଗଲ କୁ କିଛି ବର୍ଷ ତଳେ ‘ରାମସର ସାଇଟ୍’ ମାନ୍ୟତା ମିଳିସାରିଛି । କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପୄକ୍ଷରୁ ଏହି ଘୋଷଣା କରାଯାଇଛି । ଦେଶର ମୋଟ ୧୦ଟି ବିଶେଷ ଆର୍ଦ୍ରଭୂମିକୁ ଏହି ମାନ୍ୟତା ମିଳିଛି। ସେଥି ମଧ୍ୟରେ ସାତକୋଶିଆ ଗଣ୍ଡର ନାଁ ସାମିଲ ରହିଛି। ବିଶ୍ୱର ଆର୍ଦ୍ରଭୂମିକୁ ସୁରକ୍ଷିତ ରଖିବା ଉଦ୍ଦେଶ୍ୟରେ ‘ରାମସର ସାଇଟ୍’ ଘୋଷଣା କରାଯାଇଥାଏ । ଅନ୍ତର୍ଜାତୀୟ ସ୍ତରରେ ଏହା ଏକ ବଡ଼ ପଦକ୍ଷେପ ବୋଲି କୁହାଯାଉଛି। ଆର୍ଦ୍ରଭୂମିର ଗୁରୁତ୍ୱକୁ ଦୃଷ୍ଟିରେ ରଖି ୟୁନେସ୍କୋ ଏହି ମାନ୍ୟତା ପ୍ରଦାନ କରିଥାଏ । ପୂର୍ବରୁ ଓଡ଼ିଶାର ଚିଲିକା ଓ ଭିତରକନିକାକୁ ଏହି ମାନ୍ୟତା ମିଳିସାରିଛି। ରାମସର ସାଇଟ ମାନ୍ୟତା ପାଇବାରେ ସାତକୋଶିଆ ଅଂଚଳ ରାଜ୍ୟର ତୃତୀୟ ସ୍ଥାନ ଅଧିକାର କରିଛି। ରାମସାର ସାଇଟ୍ ମାନ୍ୟତା ମିଳିଥିବା ଦେଶର ୧୦ଟି ସ୍ଥାନ ମଧ୍ୟରେ ତାମିଲନାଡୁର ସର୍ବାଧିକ ୬ଟି ସ୍ଥାନ ରହିଛି। ଏହା ସହିତ ଗୋଆ, କର୍ଣ୍ଣାଟକ, ମଧ୍ୟପ୍ରଦେଶ ଓ ଓଡ଼ିଶାରୁ ଗୋଟିଏ ଲେଖାଏଁ ସ୍ଥାନ ରହିଛି। ବର୍ତ୍ତମାନ ପର୍ଯ୍ୟନ୍ତ ଦେଶରେ ମୋଟ ୬୪ଟି ସ୍ଥାନକୁ ‘ରାମସର ସାଇଟ୍’ ଘୋଷଣା କରାଯାଇଛି । ସୂଚନା ଅନୁସାରେ ଘଞ୍ଚ ଜଙ୍ଗଲ ଏବଂ ପ୍ରାକୃତିକ ପରିବେଶକୁ ନେଇ ଗଢ଼ି ଉଠିଥିବା ସାତକୋଶିଆ ଗଣ୍ଡ ଓ ଏହାର ପାର୍ଶ୍ବବର୍ତ୍ତି ଅଂଚଳ ଏକ ବିରଳ ସ୍ଥାନ । ଏହା ଆଜି ମଧ୍ୟ ସଭ୍ୟତାର ଚାକଚକ୍ୟ ଠାରୁ ବହୁ ଦୂରରେ । ସମ୍ବର, କୁଟୁରା , ନୀଳଗାଇ,ଗୟଳ ଜଙ୍ଗଲି ବାରହା , ପାହାଡି ଗୋଧି, ବାଘ ବିରାଡି, ଊଡନ୍ତା ଗୁଣ୍ଡୁଚି , ଚିତ୍ରା କଂକଂଢା ଆଦି ଜୀବମାନଙ୍କର ବାସସ୍ଥାନ। ଏହି ଅଭୟାରଣ୍ୟରେ ଚିତା, ମହାବଳ ବାଘ , କଳାବାଘ ମଧ୍ୟ ପରିଦୃଷ୍ଟ ହୋଇଥାନ୍ତି। କୋଚିଲାଖାଇ, ଫିସିଂ ଇଗଲ୍, କ୍ରେଷ୍ଟେଡ୍ ସର୍ପେଣ୍ଟ ଇଗଲ, କଜଳପାତି , ଶୁଆ ଏବଂ ଶାରୀ ଆଦି ପକ୍ଷୀମାନଙ୍କର ମଧୁର କାକଳିରେ ପ୍ରକୃତିକ ପରିବେଶ ଶାନ୍ତି କାନ୍ତ ଲାଗିଥାଏ । ବିରଳ କଇଁଛ, ଗୁଣ୍ଡୁଚି, ଅହିରାଜ, ଅଜଗର, ଗୋଧି, ଘଡ଼ିଆଳ କୁମ୍ଭୀର ଏବଂ ମଗର କୁମ୍ଭୀର ଆଦି ବିଭିନ୍ନ ସରୀସୃପର ସମ୍ଭାର ଏହି ସ୍ଥାନରେ ଦେଖିବାକୁ ମିଳେ। ପାହାଡ଼ର ଉପରି ଭାଗରେ ଶୀତଳ ପାଣି ନାମକ ଏକ ସ୍ଥାନ ରହିଛି, ଯେଉଁଠାରେ ବର୍ଷ ତମାମ ବରଫ ପରି ଥଣ୍ଡା ପାଣି ଉପଲବ୍ଧ ହୋଇଥାଏ । ବିରଳ ରକ୍ତ ଚନ୍ଦନ ଭଳି ମୂଲ୍ୟବାନ ଶିଶୁକାଠ ଶାତକୋଶିଆ ଅଭୟାରଣ୍ୟରେ ରହିଛି। ସାତକୋଶିଆ ଗଣ୍ଡ ଓ ବିଶାଳ ମହାନଦୀର ମନୋରମ ଦୃଶ୍ୟକୁ ଉପଭୋଗ କରିବା ନିମନ୍ତେ ଛାମୁଣ୍ଡିଆ ନିକଟସ୍ଥ ବଡ଼ମୂଳଠାରେ ମହାନଦୀ ବନ୍ୟବିଭାଗ ତରଫରୁ ଏକ ସୁଉଚ୍ଚ ଟାଓ୍ୱାର ନିର୍ମାଣ କରାଯାଇଛି। ବଡ଼ମୂଳଠାରୁ ୮ କିମି ଦୂର କୁତୁରୀଠାରେ ପଶୁମାନଙ୍କ ପ୍ରାକୃତିକ ପ୍ରଜନନସ୍ଥଳୀ କେନ୍ଦ୍ର ରହିଛି। ଅଭୟାରଣ୍ୟର ଜୀବଜନ୍ତୁଙ୍କ ନିମନ୍ତେ ମହାନଦୀ ବନ୍ୟପ୍ରାଣୀ ବିଭାଗ ଦ୍ୱାରା ପାଣିଟାଙ୍କି, ଖାଦ୍ୟଉପଯୋଗୀ ଘାସ ଏବଂ ବୃକ୍ଷ ବାଟିକା ନିର୍ମାଣ କରାଯାଇ ଏହି କେନ୍ଦ୍ରକୁ ଆସୁଥିବା ବନ୍ୟ ଜୀବଜନ୍ତୁମାନଙ୍କୁ ସମୂର୍ଣ୍ଣ ସୁରକ୍ଷା ଯୋଗାଇ ଦିଆଯାଇଥାଏ । ରାତିରେ ଜୀବଜନ୍ତୁଙ୍କ ଗତିବିଧି ଓ ଚାଲି ଚଳନ ଲକ୍ଷ୍ୟ କରିବା ଲାଗି ଯାତ୍ରୀମାନଙ୍କ ନିମନ୍ତେ ବୃକ୍ଷ ଉପରେ ମଞ୍ଚ ଓ କୁଟୀର ବ୍ୟବସ୍ଥା ରହିଛି। ଏତଦ୍ ବ୍ୟତିତ ବାଇଶିପଲ୍ଲୀ ସାଊଥ୍ ବା ଲଂଗଳଖୋଲ ଜଂଗଲରେ ଐତିହାସିକ ବିଚାର ପଥର ଓ ପୁରାଣ ପ୍ରଶିଦ୍ଧ ସାପପଥର ଭଳି ମନୋରମ ପ୍ରାକୃତିକ ସ୍ଥାନ ଓ ଜଳପ୍ରପାତ ମଧ୍ୟ ରହିଛି । ସାତକୋଶିଆ ଅଭୟାରଣ୍ୟ ନୟାଗଡ଼ର ମହାନଦୀ ସଂରକ୍ଷିତ ଜଙ୍ଗଲଠାରୁ ବୌଦ୍ଧ ଜିଲ୍ଲାର ନନ୍ଦାଗାଡୁ ସଂରକ୍ଷିତ ଜଙ୍ଗଲ ପର୍ଯ୍ୟନ୍ତ ବ୍ୟାପିଥିବା ଏହାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ ଅଟେ । Categories: ଓଡ଼ିଶା, ନୟାଗଡ଼ ନିଉଜ୍, ହୋମ୍ Related Content ରାଜ୍ୟ ସ୍ତରୀୟ ‘ଆଙ୍ଗନ୍ କା ଉତ୍ସବ’ ଓ ୯ମ ରାଷ୍ଟ୍ରୀୟ ପୋଷଣ ମାସ ପାଳନ ଉତ୍ସବରେ ଯୋଗଦେଲେ - ମୁଖ୍ୟମନ୍ତ୍ରୀ by Proprietor Abhimanyu Maharana September 30, 2026 ଶ୍ରୀ ଲକ୍ଷ୍ମୀଧର ବିଶୋଇଙ୍କ ପରଲୋକରେ ସାରା କୁମ୍ଭାରପଡ଼ାରେ ଶୋକର ଛାୟା by Proprietor Abhimanyu Maharana September 29, 2026 ନୟାଗଡ଼ ମ୍ୟୁନିସ୍ ପାଲ୍ ଟି, ସ୍ୱାସ୍ଥ୍ୟ ସେବା ପରୀକ୍ଷା ଶିବିର ୧୪୨ ଜଣ ସଫେଇ କର୍ମଚାରୀ ସାମିଲ by Proprietor Abhimanyu Maharana September 29, 2026 "ଜାତିର ସ୍ୱର" ର ୬ଷ୍ଠ ବାର୍ଷିକୋତ୍ସବ ପାଳନ by Proprietor Abhimanyu Maharana September 29, 2026 ମୁଗଭଙ୍ଗା ଗ୍ରାମରେ ଗଣେଶ ଭସାଣୀ ଶାନ୍ତି ଶୃଙ୍ଖଳାର ସହ ସମାପ୍ତ by Proprietor Abhimanyu Maharana September 29, 2026 ଐତିହାସିକ ବାଲିଯାତ୍ରା-୨୦୨୬ ପାଇଁ ଉପର ବାଲିଯାତ୍ରା ପଡ଼ିଆରେ ପ୍ରସ୍ତୁତି ଜୋରଦାର,୮୦ ଟି ଖାଦ୍ୟ ଷ୍ଟଲ ବ୍ୟବସ୍ଥା by Proprietor Abhimanyu Maharana September 29, 2026