୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୂବନେଶ୍ବର :- ବିଶିଷ୍ଟ ଓଡ଼ିଶୀ ସଂଗୀତଜ୍ଞ ତଥା ଓଡିଶା ସଂଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ଏବଂ ଦୂରଦର୍ଶନ ଓ ଆକାଶବାଣୀର ସ୍ବୀକୃତିପ୍ରାପ୍ତ ସଂଗୀତ ନିର୍ଦ୍ଦେଶକ ଓ କଣ୍ଠଶିଳ୍ପୀ ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ଜୀବନର ୫୦ବର୍ଷ ପୂର୍ତ୍ତି ଉପଲକ୍ଷେ ୧୯ତାରିଖ(ବୁଧବାର) ସନ୍ଧ୍ୟାରେ ଜୟଦେବ ଭବନ ଠାରେ ଅନୁଷ୍ଠିତ ‘ରଘୁନାଥଙ୍କ ସଂଗୀତ ଜୀବନର ଅର୍ଦ୍ଧଶତାବ୍ଦୀ’ କାର୍ଯ୍ୟକ୍ରମରେ ଯୋଗଦେଇ ପାରଳାଖେମୁଣ୍ଡି ଭଳି ଉପାନ୍ତ ଅଞ୍ଚଳରେ ଜନ୍ମ ଗ୍ରହଣ କରିଥିବା ପଣ୍ଡିତ ରଘୁନାଥ ପାତ୍ରଙ୍କ ସଂଗୀତ ସାଧନାର ଉଚ୍ଚ ପ୍ରସଂଶା କରିବା ସହ ଓଡିଶୀ ସଂଗୀତରେ ପାରଳା ଘାରାନା କୁ ବଜାୟ ରଖିବାରେ ତାଙ୍କ ଅବଦୀନ ଅତୁଳନୀୟ ବୋଲି କହିଥିଲେ ।
