୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ବାଙ୍କୀ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ମୁଣ୍ଡଳୀସ୍ଥିତ ପି.ଏମ୍.ଶ୍ରୀ ଜବାହାର ନବୋଦୟ ବିଦ୍ୟାଳୟ ପରିସରରେ ପରିବେଶ ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ ବିଦ୍ୟାଳୟର ଅଧ୍ୟକ୍ଷ ରାମରାଜ ସିଂ ସଭାପତିତ୍ୱ କରିବା ସହିତ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ । ମୁଖ୍ୟଅତିଥି ଭାବେ କଟକ ବନ ଖଣ୍ଡର ଏସି.ଏଫ୍.ଓ ସନ୍ତୋଷ କୁମାର ପତି,
ମୁଖ୍ୟବକ୍ତା ଭାବେ ପରିବେଶବିତ୍ ଡକ୍ଟର ଅର୍ଜୁନ କୁମାର ବିଶ୍ୱାଳ ଓ ସମ୍ମାନୀତ ଅତିଥି ଭାବେ ସାମାଜିକ କର୍ମୀ ଗୌରାଙ୍ଗ ଚରଣ ରାଉତ ଯୋଗଦାନ କରି ଜଙ୍ଗଲ ସଂପଦର ସୁରକ୍ଷା ପାଇଁ ଛାତ୍ରଛାତ୍ରୀ ଓ ଜନସାଧାରଣଙ୍କର ସହଯୋଗର ଆବଶ୍ୟକତା ରହିଛି ବୋଲି ପ୍ରକାଶ କରିଥିଲେ । ଏହାଦ୍ୱାରା ବିଶ୍ୱ ତାପ ନିୟନ୍ତ୍ରିତ ହୋଇପାରିବ ବୋଲି ମୁଖ୍ୟଅତିଥି ଶ୍ରୀଯୁକ୍ତ ପତି କହିଥିଲେ । ଏହି କାର୍ଯ୍ୟକ୍ରମରେ ସମସ୍ତ ଅତିଥିମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଶେଷରେ ଶିକ୍ଷକ ଡକ୍ଟର ପ୍ରଦୀପ କୁମାର ଦୋରା ଧନ୍ୟବାଦ ଅର୍ପଣ କରିଥିଲେ ।
