୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା :- ବାଙ୍କୀ ପ୍ରକୃତିବନ୍ଧୁ ସଂଗଠନ ଆନୁକୁଲ୍ୟରେ ତୁଳସୀପୁର ଠାରେ ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ଏହି ଦିବସରେ ସମାଜସେବୀ ନାରାୟଣ ଜେନା ସଭାପତିତ୍ୱ କରି ପଖାଳ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋକପାତ କରିଥିଲେ । ପ୍ରକୃତି ବନ୍ଧୁ ସଂଗଠନର ଆବାହକ ପ୍ରସନ୍ନ କୁମାର ସାହୁ ସ୍ୱାଗତ ଭାଷଣ ଦେବା ସହ ଅତିଥିମାନଙ୍କର ପରିଚୟ ପ୍ରଦନା କରିଥିଲେ । ପ୍ରତିବର୍ଷ ଭଳି ଚଳିତ ବର୍ଷ ସଂଗଠନ ତରଫରୁ ବିଶ୍ୱପଖାଳ ଦିବସ ପାଳନର ମହତ ଉପରେ ଆଲୋଚନା କରାଯାଇଥିଲା ।
