ଆଦର୍ଶ ଯୁବପରିଷଦ ତରପରୁ ବିଶ୍ୱ ପଖାଳ ଦିବସ ପାଳିତ

୨୦ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଡମପଡ଼ା  :- ବାଙ୍କୀ ଏନ୍‌.ଏ.ସି ଅନ୍ତର୍ଗତ ଚକାପଦାସ୍ଥ ଆଦର୍ଶ ଯୁବପରିଷଦ ଆନୁକୁଲ୍ୟରେ ଆଜି ବିଶ୍ୱ ପଖାଳ ଦିବସ ପାଳିତ ହୋଇଯାଇଛି । ପରିଷଦର ଆବାହକ ଅକ୍ଷୟ କୁମାର ସାମଲଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ପଖାଳ ଦିବସର ତାତ୍ପର୍ଯ୍ୟ ଉପରେ ଆଲୋଚନା କରାଯାଇଥିଲା । ଏହି ଆଲୋଚନା ଚକ୍ରରେ କବି କୌଶିକ ନାୟକ, ପ୍ରାଧ୍ୟାପକ ମନୋଜ କୁମାର ମହାପାତ୍ର, କେଶବ ଚନ୍ଦ୍ର ବେହେରା,

କୁମାର ଅମୀୟ, କବିଲଲାଟେନ୍ଦୁ ପଣ୍ଡା, କାଶିନାଥ ରାଉତ, ବିଶ୍ୱରଞ୍ଜନ ସ୍ୱାଇଁ, ଅର୍ପିତ ସାମଲ, ଶଙ୍କର ନାୟକ, ରାଜେଶ ପଣ୍ଡା, ନିରଞ୍ଜନ ପଣ୍ଡା, ଅମ୍ରିତ ସାମଲ ପ୍ରମୁଖ ଯୋଗଦାନ କରି ବିଶ୍ୱ ପଖାଳ ଦିବସ ହେଉଛି ଓଡ଼ିଆ ସଂସ୍କୃତି ଓ ଅସ୍ମିତାର ପରିଚୟ ବୋଲି କହିଥିଲେ । ଯୋଗଦେଇଥିବା ସମସ୍ତ ଅତିଥି ଓ ସଭ୍ୟମାନଙ୍କୁ ଦହି ପଖାଳ, ମାଛଭଜା, ବଡିଚୁରା, ସାଗ ଭଜା ଓ ଅନ୍ୟାନ୍ୟ ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା ।

Exit mobile version