ଓଡ଼ିଶା ତାଜା ନ୍ୟୁଜ୍ (୨୯ ଅଗଷ୍ଟ ଶନିବାର ) ହିଞ୍ଜିଳିକାଟୁ :– ଠିକ୍ ସମୟରେ ସାର ମିଳୁନି । ସାର ପାଇବା ସକାଶେ ହିଞ୍ଜିଳିକାଟୁ ବ୍ଳକ ଓ ପୌରାଂଚଳର ଚାଷୀ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଠିକ୍ ସମୟରେ ସାର ନମିଳିବାରୁ ମୁଣ୍ଡ ଝାଳ ତୁଣ୍ଡରେ ମାରି ଉପୁଜାଇଥିବା ସୁନାର ଫସଲ ଉଜୁଡ଼ିଯିବାର ସମ୍ଭାବନା ରହିଥିବାରୁ ଚାଷୀଙ୍କ ମନରେ ଛନକା ଶିଛି । ଚଳିତ ବର୍ଷ ଖରିଧାନସଲବେଶ ଭଳ ହେବା ଆଶା କରିଥିଲା ଚାଷୀ । ଚଳିତ ମାସରେ ବେଶ ଭଲ ବର୍ଷା ହୋଇଥିବାରୁ ଧାନ ରୂଆ କାମ ଶେେ ହୋଇ ସାରିଛି । ବର୍ତମାନ ଭଲ ସଲ ଅମଳ ସକାଶେ ୟୁରିଆ ସାରର ଆବଶ୍ୟକତା ରହିଛି । ସ୍ଥାନୀୟ ବଜାରରେ ପ୍ରଚୁର ପରିମାଣରେ ୟୁରିଆ ସାରର ଅଭାବ ଦେଖାଦେଇଛି । ବିଭତ ବର୍ଷରେ ସରକାରୀ ଭାବେ ସାର ନମିଳିଲେ ମଧ୍ୟ ଚାଷୀ ମାନେ ବଜାରରୁ ସାର କିଣି ଚାଷ ଜମିରେ ପକାଇ ଦେଉଥିଲେ । କିନ୍ତୁ ଚଳିତ ବର୍ଷ ସ୍ଥାନୀୟ ଅଂଚଳର ବଜାରରେ ସାରର ଅଭାବ ପରିଲିକ୍ଷିତ ଦେଖାଦେବା ଯୋଗୁଁ ଚାଷୀଙ୍କ ମନରେ ଛନକା ପଶିିଛି । କିଭଳିସଲକୁ ବଂଚାଇବେ ସେ, ଚିନ୍ତା ମନକୁ ଘାରିଛି ।
ବର୍ଷକର ଭାତହାଣ୍ଡି ପାଇଁ ଚାଷୀ ନିଜର ସୁନାର ଫସଲ ଅମଳ କରିବା ଲାଗି ଖରା, ବର୍ଷା, ଶୀତକୁ ଖାତିର ନକରି ମୁଣ୍ଡର ଝାଳ ତୁଣ୍ଡରେ ମାରି ଚାଷ କାର୍ଯ୍ୟରେ ଲାଗି ପଡ଼ିଛି । ବର୍ତମାନ ପରିସ୍ଥିତିରେ ସାର, ଚାଷକାର୍ଯ୍ୟ ସକାଣେ ମୁଖ୍ୟ ପ୍ରତିବନ୍ଧକ ସାଜିଛି । ପୂର୍ବରୁ ବର୍ଷାକୁ ନେଇ ଚାଷୀ ଚିନ୍ତାରେ ରହିଥିବା ବେଳେ ଅଗଷ୍ଟ ମାସରେ ଭଲ ବର୍ଷା ହେବାରୁ ଚାଷୀକୂଳ ବେଶ ଆଶ୍ୱସ୍ତି ଲାଭ କରିଛି । ଲଘୁଚାପ ଜନିତ ବର୍ଷା ଲାଗି ରହିବାଳରେ ଚାଷୀ ନିଜର ଧାନ ତଳି ରୂଆ ବେଉଶଣ କାର୍ଯ୍ୟ ଶେଷ କରିଦେଇଛି । ରୂଆ ବେଉଶଣ କାର୍ଯ୍ୟ ଶେଷ ରେ ଚାଷ ଜମିରେ ସାର ପ୍ରୟୋଗ କରରିବା ସକାଶେ ଚୁାଷୀ ଚାତକ ରି ଚାହିଁ ବସିଥିଲେ ମଧ୍ୟ ସାରର ଅଭାବ ଦେଖାଦେଇଛି । ଅନ୍ୟପକ୍ଷରେ କିଛି ମୁନାଫଖୋର ସାର କଳା ବ୍ୟବସାୟୀ ସାରକୁ ମହଜୁଦ ରଖି କୃତିମ ଅଭାବ କରୁଥିବାର ଅଭିଯୋଗ ହେଉଛି । ବିଭାଗୀୟ ଉଚ୍ଚ କର୍ତୁପକ୍ଷ ଏ ଦିଗରେ ଦୃଷ୍ଟି ପ୍ରଦାନ କରି ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହ ଚାଷୀଙ୍କୁ ସାର କିଭଳି ସହଜ, ସୁବିଧାରେ ମିଳିପାରିବ ସେ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ସ୍ଥାନୀୟ ଅଂଚଳର ଚାଷୀକୂଳ ନିବେଦନ କରିଛନ୍ତି । ( ରିପୋର୍ଟ ଶେଷଦେବ ସାହୁ )
