ବରିଷ୍ଠ ନାଗରିକଙ୍କ ପରଲୋକ

୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍)  ବାଙ୍କୀ  :- ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ସଭ୍ୟ ଗୌରାଙ୍ଗ ବାରିକ (ଗୋଖା)ଙ୍କର ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କ୍‌ୁ ୮୨ ବର୍ଷ ବୟସ ହୋଇଥିଲା । ତାଙ୍କର ମରଶରୀରକୁ ନିକଟସ୍ଥ ଚର୍ଚ୍ଚିକା ଶ୍ମଶାନକୁ ନିଆଯାଇ ସତ୍କାର କରାଯାଇଛି । କନିଷ୍ଠ ପୁତ୍ର ପ୍ରତାପ ଚନ୍ଦ୍ର ବାରିକ ମୁଖାଗ୍ନି ପ୍ରଦାନ କରିଥିଲେ ।

ଏହାପୂର୍ବରୁ ତାଙ୍କ ପତ୍ନୀଙ୍କର ପରଲୋକ ଘଟିଥିଲା । ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କର ପରିବାର ବର୍ଗର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ । ତାଙ୍କର ମୃତ୍ୟୁରେ ବାଙ୍କୀ ବୟୋଜ୍ୟେଷ୍ଠ ନାଗରିକ ସଂଘର ସଭାପତି ବିରଞ୍ôଚ ନାରାୟଣ ଦାସଙ୍କ ସମେତ ସମସ୍ତ ସଭ୍ୟମାନେ ଶୋକ ପ୍ରକାଶ କରି ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଇବା ସହିତ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ ।

Exit mobile version