ବାଙ୍କୀ ଉପଖଣ୍ଡ ଗୃହନିର୍ମାଣ ସମବାୟ ସମିିତିର ପରିଚାଳନା ପରିଷଦର ବୈଠକ

୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଉପଖଣ୍ଡ ଗୃହନିର୍ମାଣ ସମବାୟ ସମିତିର ପରିଚାଳନା ପରିଷଦର ବୈଠକ ସମିତିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମିତିର ସଭାପତି ସନ୍ତୋଷ କୁମାର ରଣା ସଭାପତିତ୍ୱ କରିଥିବା ବେଳେ ସଂପାଦକ ପ୍ରଫୁଲ୍ଲ କୁମାର ଗୋଚ୍ଛି ଋଣ ଅସୁଲି ଓ ଖିଲାପି ଋଣୀଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ଉପସଭାପତି ରତନା ମହାପାତ୍ର,

ନିର୍ଦ୍ଦେଶକ ସମରେନ୍ଦ୍ର ମହାପାତ୍ର, ସଂଜୟ ପୃଷ୍ଟି, ଭାଗୀରଥି ପାଣି, ମନୋଜ ପୃଷ୍ଟି, ବଲ୍ଲଭ ସାମଲ, ଦିଲ୍ଲୀପ ରାଉତ, ଅଜୟ ରାଉତ, ଯୋଗେଶ୍ୱର ପଣ୍ଡା, ଧୋବା ମଲ୍ଲିକ, ସବିତା ଲେଙ୍କା ପ୍ରଭୃତି ଯୋଗଦାନ କରି ସେମାନଙ୍କର ମତାମତ ପ୍ରଦାନ କରିଥିଲେ । ଆସନ୍ତା ୩୦ତାରିଖରେ ବାଙ୍କୀ ପ୍ରେସକ୍ଲବ ଠାରେ ସମିତିର ସାଧାରଣ ସଭା ଅନୁଷ୍ଠିତ ହେବବୋଲି ସଭାପତି ଆଇନଜୀବୀ ଶ୍ରୀ ରଣା ସମସ୍ତଙ୍କୁ ଜଣାଇଥିଲେ । ଶେଷରେ କର୍ମଚାରୀ ଜଟ୍ଟଧାରୀ ସାମଲ୍ ଧନ୍ୟବାଦ ଅର୍ପଣ କରିଥିଲେ ।

Exit mobile version