ବାଙ୍କୀ ଆଞ୍ଚଳିକ ସମବାୟ ବାଣିଜ୍ୟ ସମିତିର ସାଧାରଣ ସଭା 

୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :-  ବାଙ୍କୀ ଆଞ୍ଚଳକ ବାଣିଜ୍ୟ ସମବାୟ ସମିତିର ସାଧାରଣ ସଭା ସମିତି କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଥିଲା । ଏଥିରେ ସମିତିର ସଭାପତି ସଂଜୟ କୁମାର ପୃଷ୍ଟିଙ୍କ ସଭାପତିତ୍ୱ କରିଥିବା ବେଳେ ସଂପାଦକ ହେମନ୍ତ କୁମାର ରାଉତ ଗତ ସାଧାରଣ ସଭାର ବିବରଣୀ ପଠନ କରିଥିଲେ । ଏଥିରେ ୨୦୨୫-୨୬ବର୍ଷର ଅଟକଳ ଓ ୨୦୨୪-୨୫ବର୍ଷର ଅତିରିକ୍ତ ବାର୍ଷିକ ଅଟକଳ ଉପସ୍ଥାପନ ଅନୁମୋଦ କରାଯାଇଥିଲା ।ଏହି ସମିତି ତରଫରୁ ଏକ ଶୀତଳ ଭଣ୍ଡାର କରିବା ପାଇଁ ପ୍ରସ୍ତାବ ରଖାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ବାଙ୍କୀ ଏ.ଆର.ସି.ଏସ୍ ସୁରେନ୍ଦ୍ର କୁମାର ଜେନା, ବାଙ୍କୀ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ସୁବାସ ଚନ୍ଦ୍ରପାଢ଼ୀ, କ୍ରେଡିଟ୍ ବ୍ୟାଙ୍କ ସଭାପତି ସମରେନ୍ଦ୍ର ମହାପାତ୍ର ଯୋଗଦେଇ ସମିତି ଲାଭରେ ଚାଲୁଥିବାରୁ ଲୋକଙ୍କର ଆସ୍ଥାଭାଜନ ହୋଇ ପାରିଛି ବୋଲି କହିଥିଲେ ।

ଏହି କାର୍ଯ୍ୟକ୍ରମରେ ଶିମିଳିପୁର ସେବାସମବାୟ ସମିତି ସଭାପତି ବି ଭୂପ୍ରସାଦ ସାମଲ, ପ୍ରମୋଦ କୁମାର ମହାନ୍ତି, ନିର୍ଦ୍ଦେଶକ ସଂଜୀବ କୁମାର ସାହୁ, ଯୋଗେଶ ଚନ୍ଦ୍ର ପଣ୍ଡା, ଆର୍ତ୍ତତ୍ରାଣ ସ୍ୱାଇଁ ପ୍ରଭୃତି ବିଭିନ୍ନ ସମିତିର ସଭାପତିମାନେ ଯୋଗଦାନ କରି ସେମାନଙ୍କର ମତାମତ ରଖିଥିଲେ । ଏ ସମସ୍ତ କାର୍ଯ୍ୟକ୍ରମକୁ କର୍ମଚାରୀ ଦେବେନ୍ଦ୍ର ପୃଷ୍ଟି ପରିଚାଳନା କରିଥିଲେ ।

Exit mobile version