ଡମପଡ଼ା ବ୍ଲକରେ ଉଦ୍ୟାନ କୃଷି ତାଲିମ୍ ଓ ଦକ୍ଷତା ବିକାଶ କର୍ମଶାଳା  

୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ  :-  ଡମପଡ଼ା ବ୍ଲକ ସହକାରୀ ଉଦ୍ୟାନ କୃଷି ନିର୍ଦ୍ଦେଶକଙ୍କ ତରଫରୁ ନିୟନ୍ତ୍ରିତ ବଜାର କମିଟି ଜାତମୁଣ୍ଡିଆ ସମ୍ମିଳନୀ କକ୍ଷରେ ଉଦ୍ୟାନ କୃଷି ତାଲିମ୍ ଓ ଦକ୍ଷତା ବିକାଶ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ସହକାରୀ କୃଷି ଉଦ୍ୟାନ ଅଧିକାରୀ ସ୍ମୃତିଲେଖା ଦାସ ସଭାପତିତ୍ୱ କରିଥିଲେ । ଏଥିରେ ଅତିଥି ଭାବେ କେନ୍ଦ୍ରୀୟ ଜୋନ୍ ଜିଲ୍ଲାପରିଷଦ ସଦସ୍ୟା ମିନତୀ ମହାପାତ୍ର, ଷ୍ଟାଣ୍ଡିଙ୍ଗ୍ କମିଟି ଅଧ୍ୟକ୍ଷ ଆଶିଷ କୁମାର ସାହୁ,

ବ୍ଲକ କୃଷି ଅଧିକାରୀ ପ୍ରକାଶ ଦାସ, ମତ୍ସ୍ୟ ଅଧିକାରୀ ନର୍ମଦା ଦାସ ଯୋଗଦେଇ ଉଦ୍ୟାନ କୃଷି କାର୍ଯ୍ୟକ୍ରମ ଉପରେ ବକ୍ତବ୍ୟ ରଖିଥିଲେ । ଉଦ୍ୟାନ କୃଷି ମିଶନ ଯୋଜନା ସ୍ୱତନ୍ତ୍ର ଫଳ ନିର୍ଦ୍ଧିଷ୍ଟ ଯୋଜନା, ଘରେ ଘରେ ପୁଷ୍ଟି ପ୍ରୟାସ, କୃଷିରେ ମହିଳା ସଶକ୍ତିକରଣ ଉପରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ମହୁଚାଷ ବିଶେଷଜ୍ଞ ଅରୁଣ ଗିରି ମହୁଚାଷ ଉପରେ ଆଲୋଚନା କରିଥିଲେ । ଏହି କାର୍ଯକ୍ରମରେ ବିଭିନ୍ନ ପଂଚାୟତର ବହୁଚାଷୀ ଯୋଗଦାନ କରିଥିଲେ ।

Exit mobile version