ବରପଦନପୁର ଶ୍ରୀଚୈତନ୍ୟ ଦେବଙ୍କ ଅଷ୍ଟମ ପ୍ରହର ନାମଯଜ୍ଞ

୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ବାଙ୍କୀ :- ବାଙ୍କୀ ଡମପଡ଼ା ବ୍ଲକ ଅନ୍ତର୍ଗତ ବିଲିପଡା ପଂଚାୟତର ବରପଦନପୁର ଗ୍ରାମର ଶ୍ରୀ ଶ୍ରୀ ଚୈତନ୍ୟ ଦେବଙ୍କ ୫୬ତମ ଅଷ୍ଟପ୍ରହର ନାମଯଜ୍ଞ ଶ୍ରୀ ଶ୍ରୀ ନିତାଇ ଗୌରାଙ୍ଗ ଦେବଙ୍କ ପୀଠରେ ପବିତ୍ର ଦୋଳପୂର୍ଣ୍ଣିମା ଠାରୁ ୩ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଗ୍ରାମବାସୀଙ୍କ ପକ୍ଷରୁ ଶ୍ରଦ୍ଧାଳୁମାନେ କଳସ ଆଣି ଯଜ୍ଞ ପୀଠରେ ସ୍ଥାପନ କରିବା ସହ ରୀତିନୀତି ଅନୁଯାୟୀ ପୂର୍ଣ୍ଣାହୂତି, ନଗରକୀର୍ତ୍ତନ, ଆନନ୍ଦଉଲ୍ଲାସର ସହ ପାଳନ କରାଯାଇଛି ।

ଏହି କାର୍ଯ୍ୟକ୍ରମରେ ନିତାଇ ଗୌରାଙ୍ଗ ଯୁବକ୍ଲବର ସମସ୍ତ ସଦସ୍ୟ ଏବଂ ବରପଦନପୁର ଗ୍ରାମର ସମସ୍ତ ଅଧିବାସୀମାନଙ୍କ ସହଯୋଗରେ ଏହା ସୂଚାରୁ ରୂପେ ସମ୍ପାଦନ କରାଯାଇଥିଲା । ଏଥିରେ ଗ୍ରାମ୍ୟ ମୁରବୀ ରମେଶ ଚନ୍ଦ୍ର ପ୍ରଧାନଙ୍କ ସମେତ ଗ୍ରାମବାସୀମାନେ ୩ଦିନର ଏହି ପର୍ବକୁ ପାଳନ କରିବାରେ ସହଯୋଗ କରିଥିଲେ । ତତ୍‌ସହିତ ଅନ୍ତିମ ଦିନ ଭକ୍ତମାନଙ୍କ ପାଇଁ ପ୍ରସାଦ ସେବନ କାର୍ଯ୍ୟକ୍ରମ କରାଯାଇଥିଲା ।

Exit mobile version