Home ଓଡ଼ିଶା ଦହିପଖାଳ, ମାଛଭଜା ରେ ମହକିଲା ମଣ୍ଡପ ଉର୍ଜାବାନ ଓଡିଶା ପାଳିଲା ପଖାଳ ଦିବସ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ପୁରୀ :- ମାର୍ଚ୍ଚ ୨୦ ବିଶ୍ୱ ପଖାଳ ଦିବସ ଉପଲକ୍ଷେ ଆଜି ସ୍ଵଚ୍ଛାସେବୀ ସଂଗଠନ ଉର୍ଜାବାନ ଓଡିଶା ପକ୍ଷ ରୁ ନିଆରା ଢଙ୍ଗ ରେ ପାଳନ କରାଯାଇଛି |ବଡଦାଣ୍ଡ ବଦଶଙ୍ଖ ସ୍ଥିତ ଅଙ୍ଗନ କଲ୍ୟାଣ ମଣ୍ଡପ ଠାରେ ପାଳିତ ହୋଇଯାଇଛି | ଓଡ଼ିଆ ପରମ୍ପରା , ଚାଲି ଚଳଣି ଓ ପର୍ବ ପର୍ବାଣୀ ଯେତେ ନିଆରା ତାହାର ଖାଦ୍ୟପେୟ ମଧ୍ୟ ସେତିକି ରୁଚିକର। ଋତୁ ଅନୁସାରେ ଓ ପର୍ବ ପର୍ବାଣୀକୁ ଆଧାର କରି ଆମ ରାଜ୍ୟର ଅଧିବାସୀ ମାନଙ୍କର ଖାଦ୍ୟରେ ମଧ୍ୟ ଅନନ୍ୟ ଭିନ୍ନତା ପରିଲକ୍ଷିତ ହୁଏ। ଆମ ଠାକୁର ମହାପ୍ରଭୁ ଜଗନ୍ନାଥ ମଧ୍ୟ ଖାଦ୍ୟପ୍ରିୟ। ଓଡ଼ିଆ ମାନଙ୍କର ଖାଦ୍ୟ ମଧ୍ୟରେ ଆବାଳ ବୃଦ୍ଧ ବନିତାଙ୍କ ପଖାଳ ହେଉଛି ସବୁଠାରୁ ଅଧିକ ପ୍ରିୟ। ପ୍ରତ୍ୟେକ ବର୍ଷ ମାର୍ଚ୍ଚ ମାସ ୧୯ ତାରିଖ ଦିନ ଓ ରାତିର ଅବଧି ସମାନ ୧୨ ଘଣ୍ଟା ଥାଏ ଏବଂ ସେହି ଦିନଠାରୁ ଗ୍ରୀଷ୍ମ ପ୍ରବାହ କ୍ରମଶଃ ବୃଦ୍ଧିପାଏ। ମାର୍ଚ୍ଚ ମାସ ୨୦ତାରିଖକୁ ପ୍ରତ୍ୟେକ ବର୍ଷ ଉତ୍ସାହର ସହିତ ପ୍ରତ୍ୟେକ ଓଡ଼ିଆ ପଖାଳ ଦିବସ ପାଳନ କରନ୍ତି । ଓଡ଼ିଆ ଖାଦ୍ୟ ପରଧି ମଧ୍ୟରେ ପଖାଳର ଔଷଧୀୟ ଗୁଣ ଓ ଦେହ ପାଇଁ ହିତକର ହୋଇଥିବାରୁ ବର୍ତ୍ତମାନ କେବଳ ଓଡ଼ିଆ ନୁହେଁ ଅଣ ଓଡ଼ିଆ ମାନେ ମଧ୍ୟ ପଖାଳ ଖାଇବାକୁ ପସନ୍ଦ କରନ୍ତି । ଦହି ପଖାଳ,ସାଧା ପଖାଳ ଜିରା ଫୁଟଣ ପଖାଳ, ଆମ୍ବ କଷି ଅଦା ପଖାଳ, ଛୁଙ୍କ ଦିଆ ପଖାଳ, ପିଆଜ ପଖାଳ ଭଳି ଅନେକ ପ୍ରକାରର ପଖାଳ ବର୍ତ୍ତମାନ ହୋଟେଲ ବଜାର ସବୁଠି ଉପଲବ୍ଧ। ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ମଧ୍ୟ ପଖାଳ ଲାଗି କରାଯାଏ । କାର୍ଯ୍ୟକ୍ରମରେ ସ୍ଥାନୀୟ ଅନେକ ବୁଦ୍ଧିଜୀବୀ, ରାଜନେତା, ବହୁ ସମାଜସେବୀ, ଗଣମାଧ୍ୟମର ପ୍ରତିନିଧି ସମେତ ଅନେକ ସଂସ୍କୃତି ପ୍ରେମୀ ଉପସ୍ଥିତ ରହି ଅନୁଷ୍ଠାନର ଏଇଭଳି ଏକ ନିଆରା କାର୍ଯ୍ୟକ୍ରମ ମାଧ୍ୟମରେ ଓଡ଼ିଆ ସଂସ୍କୃତିର ପ୍ରସାର ଓ ପ୍ରଚାର ପାଇଁ କରା ଯାଉଥିବା ଚେଷ୍ଟା ନିଶ୍ଚୟ ଶୁଭଙ୍କର ବୋଲି ମତ ପ୍ରକାଶ କରିଥିଲେ। ଅନୁଷ୍ଠାନର ସମ୍ପାଦିକା ନିହାରିକା ତ୍ରିପାଠୀ ଉପସ୍ଥିତ ଅତିଥି ମାନଙ୍କୁ ସବୁଜ ବୃକ୍ଷ ପ୍ରଦାନ କରି ସ୍ଵାଗତ କରିଥିଲେ l ଉପଦେଷ୍ଟା ପୁଷ୍ପଜିତ ମହାପାତ୍ର ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ପାଖାପାଖି ଦେଢ଼ଶହ ରୁ ଊର୍ଦ୍ଧ୍ବ ବ୍ୟକ୍ତି ବିଶେଷ ଯୋଗ ଦେଇ ପଖାଳ ଭୋଜନ କରିଥିଲେ। ଏଥିରେ ପଖାଳ ସାଙ୍ଗକୁ ବଡ଼ିଚୁରା, ଶାଗଭଜା, ଆଳୁ ଚକଟା , ଆଚାର, ମାଛ ଭଜା, ଚିଙ୍ଗୁଡ଼ି ଛେଚା,ଆଳୁ କଦଳୀ ଭଜା, ସଜନାଛୁଇଁ ଭଜା,ଟମାଟ ଚଟଣୀ, ବାଇଗଣ ପୋଡା, କଖାରୁ ଫୁଲ ଭଜା, ଭଳି ଖାଣ୍ଟି ଓଡ଼ିଆ ଖାଦ୍ୟ ପରିବେଷଣ କରାଯାଇଥିଲା। ଅନୁଷ୍ଠାନର ପାଖାପାଖି ସମସ୍ତ ସଦସ୍ୟ ଓ ସଦସ୍ୟା ଉପସ୍ଥିତ ରହି ସହଯୋଗ କରିଥିଲେ । ଅନୁଷ୍ଠାନ ର ସଭାପତି ସନ୍ତୋଷ ସେନାପତି ସମସ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ l Categories: ଓଡ଼ିଶା, ପୁରୀ, ହୋମ୍ Related Content ସାମ୍ବାଦିକ ଭବନରେ ମେଗା ରକ୍ତଦାନ ଶିବିର, ୯୩ ୟୁନିଟ୍ ସଂଗୃହିତ by Proprietor Abhimanyu Maharana August 6, 2026 ରାଜ୍ୟ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଏକ ଚାରି ଦଫା ସମ୍ବଳିତ ଦାବୀ ପତ୍ର by Proprietor Abhimanyu Maharana August 6, 2026 ଏ.ବି.ପି.ଏମ୍.ଜେ.ଏ.ୱାଇ - ଜି.ଜେ. ଏ.ୱାଇରେ ଓଡ଼ିଶାବାସୀଙ୍କ ନିମନ୍ତେ ମୁଖ୍ୟମନ୍ତ୍ରୀ କ୍ୟାନସର ଚିକିତ୍ସା ଅଭିଯାନ ଅଧିନରେ ଅଧିକ 91 ଟି ପ୍ୟାକେଜ ସାମିଲ by Proprietor Abhimanyu Maharana August 5, 2026 ଡାକ୍ତର ଙ୍କ ଲୋଗ ଲଗାଇ ଗଞ୍ଜେଇ ଚାଲାଣ, ୩୨ କେଜି ଗଞ୍ଜେଇ ଜବତ ୬ ଗିରଫ by Proprietor Abhimanyu Maharana August 5, 2026 କମିଶନରେଟ ପୋଲିସ ତରଫରୁ ରିଲିଫ୍ ବଣ୍ଟନ by Proprietor Abhimanyu Maharana August 5, 2026 ଆଦିବାସୀଙ୍କ ୯୫୦ ଏକର ଜମିକୁ ବେଆଇନ୍ ଭାବେ ଡାଲମିଆ କମ୍ପାନୀ ଓ ପ୍ରଶାସନ କରିଥିବା ଚଞ୍ଚକତାକୁ ଦୃଢ଼ ନିନ୍ଦା - ଆପ୍ ସାଂସଦ ଶ୍ରୀ ସଞ୍ଜୟ ସିଂ by Proprietor Abhimanyu Maharana August 5, 2026