ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘର ଦାବି ସରକାରୀ କର୍ମଚାରୀଙ୍କୁ ମିଳୁ ସ୍ୱାସ୍ଥ୍ୟ ବୀମା
୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ବର :- ସରକାରୀ କର୍ମଚାରୀକୁ ସ୍ୱାସ୍ଥ୍ୟ ବୀମା ଲାଗୁ କରିବା ଲାଗି ବିଧାନସଭାରେ ଦାବି କରିଥିବାରୁ ଭୋଗରାଇର ମାନ୍ୟବର ବିଧାୟକ ଗୌତମ ବୁଦ୍ଧ ଦାସଙ୍କୁ ଓଡ଼ିଶାର 5 ଲକ୍ଷ କର୍ମଚାରୀ ଓ 3.5 ଲକ୍ଷ ଅବସର କର୍ମଚାରୀ ଓ ସେମାନଙ୍କ ପରିବାର ତରଫରୁ ଧନ୍ୟବାଦ ଓ କୃତଜ୍ଞତା ଜଣାଉଛୁ ରାଜ୍ୟ ସରକାରଙ୍କ ଅଧିନରେ କାର୍ଯ୍ୟରତ ସବୁ ବର୍ଗର କର୍ମଚାରୀଙ୍କ ସ୍ବାସ୍ଥ୍ୟର ସୁରକ୍ଷା କରିବା ସରକାରଙ୍କ ପ୍ରାଥମିକତା ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ଓଡିଶା ସରକାରୀ ମିଳିତ କର୍ମଚାରୀ ମହାସଂଘର ରାଜ୍ୟ ସଭାପତି ବିଜୟ ମଲ୍ଲ ।
ରାଜ୍ୟ ସରକାରଙ୍କ ଯୁଗାନ୍ତକାରୀ ନିଷ୍ପତି ଅନୁସାରେ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଯୋଜନା ଓଡ଼ିଶାର ୩. ୫ କୋଟି ଲୋକ ପାଇବାକୁ ଯାଉଛନ୍ତି ଫଳରେ ରାଜ୍ୟରେ ଜଣେ ଗରିବ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକଟେ ତାର ପରିବାର ଲୋକଙ୍କୁ ଓଡ଼ିଶାର ପ୍ରତିଷ୍ଠିତ ଡାକ୍ତରଖାନା ଗୁଡ଼ିକରେ ନିର୍ଦ୍ଵନ୍ଦରେ ଚିକିତ୍ସିତ କରାଇପାରିବେ କିନ୍ତୁ ଅତି ଦୁଃଖର ସହ କହୁଛୁକି ଜଣେ ସରକାରୀ କର୍ମଚାରୀ ସେପରି ଚିକିତ୍ସା ସୁବିଧାର ଲାଭ ଉଠେଇବା ସ୍ବପ୍ନ ମାତ୍ର।
