Home ଓଡ଼ିଶା ଐତିହାସିକ କସର୍ଦାର ଦିପୋଟି ମେଲଣରେ ୬୪ ଟି ଦୋଳବିମାନ ଓ ୫୦ ହଜାରରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ଯୋଗଦେଲେ by Proprietor Abhimanyu Maharana 1 year ago Share on FacebookShare on TwitterWhatsapp ୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ନିଆଳି :- କଟକ ଜିଲ୍ଲା ଅନ୍ତର୍ଗତ ବ୍ରିଟିଶ ଶାସନ ଅମଳର ୧୮୮୯ ମଜସିହାରୁ ଆରମ୍ଭ ହୋଇଥିବା ଏହି ଐତିହାସିକ କସରଦା ର ଦିପୋଟି ମେଲଣ ଶାନ୍ତି ଶୃଙ୍ଖଳା ସହ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । ଏହି ଐତିହ୍ୟ, ପରମ୍ପରାର ଦିପୋଟି ମେଲଣରେ ୬୪ ଟି ଦୋଳ ବିମାନ ଅଂଶ ଗ୍ରହଣ କରିଥିଲାବେଳେ ୫୦ ହଜାରରୁ ଉର୍ଦ୍ଧ୍ଵ ଲୋକମାନଙ୍କ ସମାଗମ ହୋଇଥିଲେ । ଏହି ମେଲନ ପରମ୍ପରାର ଭାଇଚାରା ସୃଷ୍ଟି କରିଥାଏ। ଏ ମେଳଣରେ ସର୍ଵ ପ୍ରଥମେ ଥାନପତି ଭାବେ କସର୍ଦାର ଲକ୍ଷ୍ମୀନାରାୟଣ ବସିଥିଲେ। ଲକ୍ଷ୍ମୀନାରାୟଣ ଠାକୁର ବିଭିନ୍ନ ରୋଷଣୀରେ ଆସି ପ୍ରଥମେ ଦିପୋଟି ମେଳଣରେ ପହଞ୍ଚିବା ପରେ ଧିରେ ଧିରେ ଅନ୍ୟ ସବୁ ଠାକୁରମାନେ ପ୍ରସୋସନ୍ କରି ମେଲଣ ପଡ଼ିଆରେ ପହଞ୍ଚି ଥିଲେ । ସବା ଶେଷରେ ଗୋପାଳଜୀଉ ଠାକୁର ଆସନ୍ତି ଏବଂ ସର୍ଵ ପ୍ରଥମେ ଗୋପାଳ ଜୀଉ ଠାକୁର ମେଲଣ ପଡିଆରୁ ଉଠି ଯିବା ପରେ ପରେ ଅନ୍ୟ ସବୁ ଠାକୁର ମେଲଣ ପଡିଆରୁ ଉଠି ନିଜ ଘରକୁ ଚାଲିଆସନ୍ତି। ଏହି ମେଲଣ ଉତ୍ସବ ଉପଲକ୍ଷେ ଲଉଡି ଖେଳ, ଭଜନସମାରୋହ, ବ୍ରବଚନ ,ଯାତ୍ରା, ଆଦି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମମାନ ଅନୁଷ୍ଠିତ ହୋଇଯାଇଛି। ଏହି ମେଲଣ ଯାତ୍ରା ଗତ ୧୭ ତାରିଖରୁ ଆରମ୍ଭ ହୋଇ ୧୫ ଦିନ ବ୍ୟାପୀ ଚାଲିଥାଏ । ତତ୍ କାଳୀନ ଜୈନିକ ଡେପୁଟି କଲେକ୍ଟର ୧୮୮୯ ମସିହାରୁ ଆରମ୍ଭ କରିଥିଲେ ଏହି ଐତିହାସିକ ଦୀପୋଟି ମେଲଣ । ଏଠାରେ ଲକ୍ଷ୍ମନୃସିଂହ ଏବଂ ଗୋପାଳ ଜୀଉ ମଧ୍ୟରେ ହରିହର ଭେଟ ହେବାର ଏଥିରେ ବିଧି ରହିଛି । ଏହି ମେଲଣ ଉତ୍ସବରେ ବହୁ ସାଧୁ ସନ୍ଥ, ଶ୍ରଦ୍ଧାଳୁଭକ୍ତ, ରାଜନୈତିକ ବ୍ୟକ୍ତିମାନେ ଯୋଗ ଦେଇଥିଲେ,। ରାଧାକୃଷ୍ଣ ମନ୍ଦିରର ସମାଜସେବୀ ଗୋପାଳ ଦାସଙ୍କ ଉଦ୍ୟମରେ ହଜାର ହଜାର ଭକ୍ତମାନଙ୍କୁ ମାଗଣାରେ ପ୍ରସାଦ ବଣ୍ଟନ କରାଯାଇଥିଲା । ଏଠାରେ ବିଶେଷ କରି ଭୋର ୪ ଟାରୁ ଦିନ ୪ଟା ପର୍ଯ୍ୟନ୍ତ ଟ୍ରକ ଟ୍ରକ କଦଳୀ ଠାକୁର ବ୍ରହ୍ମଗୋପାଳଙ୍କ ପାଖରେ ଭୋଗ ଲାଗି ହୋଇଥିଲା । ଏହି ମେଲଣ ଲାଗି ଗ୍ରାମୀଣ ସେବକ ସମାଜ ଟ୍ରଷ୍ଟ ସମେତ ବନ୍ଦେ ଉତ୍କଳ ମହାସଂଘ ଏବଂ ବିଭିନ୍ନ ଦାତବ୍ୟ ଅନୁଷ୍ଠାନ ପକ୍ଷରୁ ଜଳ ଛତ୍ର ଓ ସୂଚନା କେନ୍ଦ୍ରମାନ ଖୋଲାଯାଇ ସେବା କାର୍ଯ୍ୟ କରାଯାଇଥିଲା । ଏହାର ଶାନ୍ତିଶୃଙ୍ଖଳା ରକ୍ଷାଲାଗି ନିଆଳି, ଓଲଟପୁର ଏବଂ ଗୋବିନ୍ଦପୁର ପୋଲିସ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ମେଲଣରେ କଟକ ଜିଲ୍ଲାପାଳ ଦତ୍ତାତ୍ରେୟ ଭାର ସାହେବ ସିନ୍ଧେ ଏହାର ପରିଚାଳନାରେ ସହଯୋଗ କରିଥିଲେ । ଚଳିତ ବର୍ଷ ସ୍ଥାନୀୟ ବିଧାୟକ ଛବି ମଲ୍ଲିକ ଙ୍କ ସହଯୋଗରେ ଏହି ଐତିହାସିକ ଦିପୋଟି ମେଲଣର ବିଭିନ୍ନ ଉନ୍ନୟନ କାର୍ଯ୍ୟ କରାଯାଇଥିଲା । ବିଗତ ବର୍ଷ ଠାରୁ ଚଳିତ ବର୍ଷ ଦୋଳ ମେଲଣରେ ପ୍ରବଳ ଭକ୍ତଙ୍କ ଭିଡ଼ ଲାଗିଥିଲା, ଏଠାରେ ବିଭିନ୍ନ ବେବସାୟ ଗଢି ଉଠିଥିଲା । ପରିଚାଳନାରେ ରାଧାକୃଷ୍ଣ ମନ୍ଦିର ର ଗିରିଧାରୀ ଜେନା, ରଜନୀ କୁମାର ମହାପାତ୍ର, ଗୋପାଳ ଦାସ, ରତ୍ନାକର ଦାସ, ଅଭିମନ୍ୟୁ ଦାସ, କାଳନ୍ଦୀ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ । Categories: ଓଡ଼ିଶା, କଟକ, ହୋମ୍ Related Content ଅଠରନଳାରେ ନୂଆ ମଦ ଦୋକାନକୁ ବିରୋଧ by Proprietor Abhimanyu Maharana July 30, 2026 ଭାରତ ବିକାଶ ପରିଷଦ ତରଫରୁ ଚାରl ବଣ୍ଟନ ଓ ବୃକ୍ଷରୋପଣ by Proprietor Abhimanyu Maharana July 30, 2026 ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗର ମାସିକ ସମୀକ୍ଷା ବୈଠକ by Proprietor Abhimanyu Maharana July 30, 2026 ପାରଳାଖେମୁଣ୍ଡି ଠାରେ ରଥଯାତ୍ରା ପାଳନ ଉପଲକ୍ଷେ ଚାଲିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ଉଦଯାପିତ by Proprietor Abhimanyu Maharana July 30, 2026 କ୍ଷୁଦ୍ର ସଞ୍ଚୟ ଯୋଜନା ସମ୍ପର୍କିତ ଆର୍ଥିକ ସାକ୍ଷରତା ଓ ସଚେତନତା କର୍ମଶାଳା ଅନୁଷ୍ଠିତ by Proprietor Abhimanyu Maharana July 30, 2026 ରଥଯାତ୍ରା ପାଳନ ଉପଲକ୍ଷେ ଚତୁର୍ଥ ସନ୍ଧ୍ୟାରେ ମାଁ କୁରେଇଶୁଣୀ ଭଜନ ସଙ୍ଘ ର ଭଜନ ପରିବେଷଣ by Proprietor Abhimanyu Maharana July 30, 2026