ସୋରଭା ବିବେକାନନ୍ଦ ଶିକ୍ଷା କେନ୍ଦ୍ର ବାର୍ଷିକ ଉତ୍ସବ ଅନୁଷ୍ଠିତ

୧୯ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଗୋପ  :- ଗୋପ ବ୍ଲକ ଅନ୍ତର୍ଗତ ସୋରଭା ପଞ୍ଚାୟତରେ ଥିବା ବିବେକାନନ୍ଦ ଶିକ୍ଷା କେନ୍ଦ୍ରର ବୁଧବାର ସନ୍ଧ୍ୟାରେ ବିଦ୍ୟାଳୟର ବାର୍ଷିକ ଉତ୍ସବ ଜହ୍ନିବାଲିଆ ଠାରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି । ପ୍ରଦୀପ ପ୍ରଜ୍ବଳନ ପୂର୍ବକ ବାର୍ଷିକ ଉତ୍ସବ କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ଅତିଥି ଭାବେ ବରିଷ୍ଠ ଶିକ୍ଷାବିତ୍ ଶ୍ରୀକାନ୍ତ ସାମନ୍ତରାୟ, ପୁର୍ବତନ ଶିକ୍ଷା ଅଧିକାରୀ କୈଳାସ ଚନ୍ଦ୍ର ଦାସ, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିରଞ୍ଜନ ରାଉତ, ବିଦ୍ୟାଳୟ ପରିଚାଳନା କମିଟି ସଭାପତି ପଦ୍ମ ଚରଣ ଲେଙ୍କା, ଶିକ୍ଷା ବିକାଶ ସମିତି ସମ୍ପାଦକ ସୁରେଶ୍ ଚନ୍ଦ୍ର ସାମନ୍ତରାୟ, ଶିକ୍ଷାବିତ୍ ଭୋଳାନାଥ ମୁଦୁଲି ପ୍ରମୁଖ ଯୋଗଦେଇଥିଲେ ।

ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ପରିବେଷଣ ସହ ଅତିଥି ମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ପୁଷ୍ପାଞ୍ଜଳି ଛାଟୋଇ ବିଦ୍ୟାଳୟର କୃତିତ୍ୱ ଓ ଆବଶ୍ୟକତା ଉପରେ ବାର୍ଷିକ ବିବରଣୀ ପଠନ କରିଥିଲେ । ପରେ ପରେ ବିଦ୍ୟାଳୟର କୃତି ଛାତ୍ରଛାତ୍ରୀ ମାନଙ୍କୁ ମାନପତ୍ର ଓ ଟ୍ରଫି ପ୍ରଦାନ କରାଯାଇ ପୁରସ୍କୃତ କରାଯାଇଥିଲା । ଶେଷରେ କୁନା କୁନି ପିଲାଙ୍କ ଦ୍ଵାରା ଆକର୍ଷଣୀୟ ନୃତ୍ୟ ଓ ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି ଉତ୍ସବରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀଙ୍କ ସହ ଅଭିଭାବକ ଓ ସ୍ଥାନୀୟ ଲୋକମାନେ ଯୋଗଦେଇ ପିଲାଙ୍କୁ ଉତ୍ସାହିତ କରିଥିଲେ ।

Exit mobile version