୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଭୁବନେଶ୍ୱର :- ଭୁବନେଶ୍ବର ମହାନଗର ନିଗମ (ବିଏମସି) ହୋଲଡିଂ ଟ୍ୟାକ୍ସ ବାକି ରଖିଥିବା ବଡ଼ ଖିଲାପକାରୀଙ୍କ ତ୍ରୁଟିଶୂନ୍ୟ ତାଲିକା ଏପର୍ଯ୍ୟନ୍ତ କାହିଁକି ପ୍ରକାଶ କରୁନି ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରୁଛି। ବଡ଼ ବଡ଼ିଆଙ୍କ ଚାପରେ ଚେପା ହୋଇଯାଇଛି କି ବିଏମସି?ମାର୍ଚ୍ଚ ୧୧ ତାରିଖ ରାତିରେ ବିଏମସିର ଇନଷ୍ଟାଗ୍ରାମ୍ ହ୍ୟାଣ୍ଡଲରୁ ଗୃହ ଟିକସ ବା ହୋଲଡିଂ ଟ୍ୟାକ୍ସ ଦେଇନଥିବା ୩୧ ଜଣ ବଡ଼ ଟିକସ ଖିଲାପକାରୀଙ୍କ ନାଁ ସାର୍ବଜନୀନ କରାଯାଇଥିଲା । ଏହାର ସ୍କ୍ରିନ୍ ସଟକୁ ବିଏମସି ମିଡିଆ ହ୍ବାଟସଆପ୍ ଗ୍ରୁପରେ ବି ଛାଡ଼ିଥିଲା ।
