Home ଓଡ଼ିଶା ଗୋଷ୍ଠି ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ପରିକ୍ଷା କାର୍ଯ୍ୟକ୍ରମ by Proprietor Abhimanyu Maharana 2 years ago Share on FacebookShare on TwitterWhatsapp ୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲବାଣୀ :- ସ୍ୱେଛାସେବୀ ଅନୁଷ୍ଠାନ ସ୍ୱାତୀ, ଜିଲ୍ଲା ସ୍ୱାସ୍ଥ୍ୟସମିତି କନ୍ଧମାଳ ଓ ରାଜ୍ୟ ଏଡସ୍ ନିୟନ୍ତ୍ରଣ ସମିତ ର ମିଳିତ ସହଯୋଗରେ ଏକ ଗୋଷ୍ଠି ସ୍ତରୀୟ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ପରିକ୍ଷା କାର୍ଯ୍ୟକ୍ରମ ସ୍ଥାନୀୟ ବିଶିପଡା ଗ୍ରାମ ପଂଚାୟତ ସ୍ଥିତ ରାଜିବଗାନ୍ଧୀ ସେବା କେନ୍ଦ୍ର କାର୍ଯ୍ୟାଳୟ ଠାରେ ଆୟୋଜିତ ହୋଇଯାଇଛି । ଅନୁଷ୍ଠାନ ମାଧ୍ୟମରେ ଜିଲ୍ଳା ରେ ଚାଲି ଥିବା ଲକ୍ଷ୍ୟଭେଦି ପ୍ରକଳ୍ପ ଦ୍ୱାରା କନ୍ଧମାଳ ଜିଲ୍ଲା ର କୋଣ ଅନୁକୋଣ ରେ ଥିବା ଏଚ୍.ଆ.ଇ.ଭି. ସଂକ୍ରମିତ ମାନଙ୍କୁ ଚିହ୍ନଟ କରିବା ପାଇଁ ଗୋଷ୍ଠି ସ୍ତରରେ ସ୍ୱାସ୍ଥ୍ୟ ଶିବିର ସହିତ ସାମୁହିକ ରକ୍ତ ପରିକ୍ଷା କରାଯାଉଛି । ବିସିପଡା ସରପଂଚ ସାକାଲି କହଁର ଙ୍କ ସହଯୋଗରେ ଓ ନ୍ୟାଏବ ସରପଂଚ ସଂଜିବ କୁମାର ଦିଗାଲ ଙ୍କ ତତ୍ୱାବଧାନ ରେ ଅନୁଷ୍ଠିତ ଏହି ଶିବିର ରେ ସାଧାରଣ ରୋଗି ଙ୍କର ଚିକିତ୍ସା ସହିତ ତିନି ପ୍ରକାର ଯଥା- ହେପାଟାଇଟିସ୍-ବି, ହେପାଟାଇଟିସ୍-ସି ଓ ଏଚ୍.ଆ.ଇ.ଭି. ପାଇଁ ନମୁନା ସଂଗ୍ରହ କରି ପରିକ୍ଷା କରାଯାଇଥିଲା । ଏହାର ମୁଖ୍ୟ ଲକ୍ଷ ଥିଲା କି ରାଜ୍ୟ ଓ ଜିଲ୍ଲାରେ ଅନୁମାନ କରାଯାଇଥିବା ଏଚ୍.ଆ.ଇ.ଭି. ସଂକ୍ରମିତ ଙ୍କ ମଧ୍ୟରୁ ୯୫ ପ୍ରତିସତ ଙ୍କୁ ଚିହ୍ନଟ କରି ସେଥିମଧ୍ୟ ରୁ ୯୫ ପ୍ରତିସତ ଙ୍କୁ ଏ.ଆର୍.ଟି. ଔଷଧ ଯୋଗାଇଦେବା ଏବଂ ତନ୍ମଧ୍ୟରୁ ୯୫ ପ୍ରତିସତ ସଂକ୍ରମିତ ଙ୍କର ଭାଇରାଡ୍ଲୋଡ୍ କୁ କମାଇବା । ଏହି ଶିବିରରେ ଦାକ୍ତର ଅବିନାଶ ଶଙ୍କର ଓ ଡାକ୍ତର ବିଶ୍ୱରଞନ ଦାସ ଯୋଗଦେଇ ରୋଗିମାନଙ୍କର ଚିକିତ୍ସା କରିଥିବା ବେଳେ ଫାର୍ମାସିଷ୍ଟ ଦେବି ପ୍ରସାଦ ସାହୁ ଙ୍କ ସହଯୋଗରେ ମୋଟ ଭାବରେ ୭୦ ଜଣ ଙ୍କୁ ମାଗଣା ଔଷଦ ବଂଟନ କରାଯାଇଥିଲା । ତତ୍ସହିତ ୬୦ ଜଣ ଙ୍କ ର ରକ୍ତ ନମୁନା ସଂଗ୍ରହ ହୋଇଥିବା ବେଳେ ଜିଲ୍ଳା ଏଚ୍.ଆଇ,ଭି/ଏ.ଡ୍.ସ୍. ସୁପରଭାଇଜର୍ ଦେବାଶିଶ ମିଶ୍ର ଓ ପରାମର୍ଶ ଦାତା ଗୋବିନ୍ଦ ଚନ୍ଦ୍ର ଜେନା ଯୋଗଦେଇ ରକ୍ତ ନମୁନା ସଂଗୃହିତ ହେଉଥିବା ବ୍ୟକ୍ତି ମାନଙ୍କୁ ପରାମର୍ଶ ଦେବା ସହ ଚିହ୍ନିତ ହେଉଥିବା ସଂକ୍ରମିତ ବ୍ୟକ୍ତି ଙ୍କୁ ବୁଝାଇଥିଲେ । ଅନୁଷ୍ଠାନ ତରଫରୁ ଲକ୍ଷ୍ୟଭେଦୀ ପ୍ରକଳ୍ପ ପରିଚାଳକ ବିଶ୍ୱରଞନ କର ଏହି ଶିବିରରେ ରେ ଉପସ୍ଥିତ ରହି ଜାତିୟ ଏ.ଡ୍.ସ୍. ନିୟନ୍ତ୍ରଣ ସଂସ୍ଥା ଙ୍କ ଦ୍ୱାରା କାର୍ଯ୍ୟକାରି ହେଉଥିବା ପ୍ରକଲ୍ପ ରେ କିପରି ଅଧିକ ରୁ ଅଧିକ ଜନସାଧାରଣ ଙ୍କୁ ସଚେତନତା ବାର୍ତା ଦିଆଯାଇ ପାରିବ ତାହା ଚେଷ୍ଟା କରିଥିଲେ । ଶିବିର ଟିକୁ ଲେବୋ୍ରଟୋରି ଟେକ୍ନିସିଆନ୍ ଚନ୍ଦନ ଚର୍ଚିତ ମିଶ୍ର ଓ ବିଷ୍ନୁପ୍ରିୟା ମଲ୍ଲିକ ନମୁନା ସଂଗ୍ରହରେ ସହଯୋକ କରିଥିବା ବେଳେ ଅନୁଷ୍ଠାନ ତରଫରୁ ପରାମର୍ଶ ଦାତ୍ରୀ ସ୍ନେହଲତା ନାୟକ ଓ ଆଉଟ୍ ରିଚ୍ କର୍ମୀ ସୀତା ରଣା ଏହିସବୁ ପରିକ୍ଷା କରାଇବାରେ ସହଯୋଗ କରିଥିଲେ । ଫୁଲବାଣୀ ମୂଖ୍ୟ ଚିକିତ୍ସାଳୟ ର କର୍ମୀ ଯୋତିରଞନ ପ୍ରଧାନ ଓ ରାଜେସ ବିନ୍ଧାଣି ଶିବିର ଆୟୋଜନ ରେ ସହଯୋଗ କରିଥିଲେ । ଯଦି ସରାକାର ଙ୍କ ଦ୍ୱାରା ଆୟୋଜିତ ଏହି ଚିହ୍ନଟିକରଣ ପ୍ରକ୍ରିୟା ରେ ଅଧିକରୁ ଅଧିକ ବ୍ୟକ୍ତି ଯୋଡି ନହେବେ ତେବେ ଜାତୀୟ ଏ.ଡ୍.ସ୍. ନିୟନ୍ତ୍ରଣ କାର୍ଯ୍ୟକ୍ରମ ର ଲକ୍ଷ୍ୟ ହାସଲ କରିବା ସମ୍ଭବ ହେବ ନାହିଁ ବୋଲି ଅନୁଷ୍ଠାନ ର ସମ୍ପାଦକ ହରି ଶଙ୍କର ରାଉତ ମତ ବ୍ୟକ୍ତ କରିଛନ୍ତି । Categories: ଓଡ଼ିଶା, କନ୍ଧମାଳ, ହୋମ୍ Related Content ବରିଷ୍ଠ ସାମ୍ବାଦିକ ସୁବ୍ରତ ମହାନ୍ତିଙ୍କ ବିୟୋଗରେ ଶ୍ରଦ୍ଧାଞଳି ଓ ଶୋକସଭା by Proprietor Abhimanyu Maharana September 29, 2026 ଫୁଲବାଣୀ କରୋନେସନ୍ ପଡ଼ିଆରେ ପୁରୀ ଉପକୂଳ ମାରାଥନ୍ ପ୍ରୋମୋ ରନ୍ ଅନୁଷ୍ଠିତ by Proprietor Abhimanyu Maharana September 28, 2026 କନ୍ଧମାଳରେ କଦଳୀ ଚାଷର ବିକାଶ ପାଇଁ ଟିଏସ୍ପିର ଅଭିନବ ପଦକ୍ଷେପ ଆଦିବାସୀ ଚାଷୀଙ୍କୁ ମିଳିଲା ପ୍ରଶିକ୍ଷଣ, କଦଳୀ ଚାଷ ଆଣିଲା ନୂଆ ସମ୍ଭାବନା by Proprietor Abhimanyu Maharana September 28, 2026 ଗଜପତି ଜିଲ୍ଲା ମୋହନା ଥାନା ଅଞ୍ଚଳରେ ଚାଞ୍ଚଲ୍ୟ ଗୁଣିଗାରେଡ଼ି ସନ୍ଦେହରେ ମୋହନାରେ ବୃଦ୍ଧଙ୍କୁ ହତ୍ୟା, ମୃତଦେହ ପୋଡ଼ିଦେବା ଅଭିଯୋଗ by Proprietor Abhimanyu Maharana September 28, 2026 ଏମ୍ ଏମ୍ ଡି ଆର ସଂଶୋଧନ ବିରୋଧରେ ବିଜେଡିର ବିକ୍ଷୋଭ by Proprietor Abhimanyu Maharana September 28, 2026 କାଶୀନଗର ବ୍ଲକ କେ.ସିତପୁରରେ ଗ୍ରାମ ଠାରେ ମାଇ ଭାରତ ଗଜପତି ପକ୍ଷରୁ ଚିକିତ୍ସା ଶିବିର ଅନୁଷ୍ଠିତ by Proprietor Abhimanyu Maharana September 28, 2026