୧୮ ମାର୍ଚ୍ଚ ୨୦୨୫ (ଓଡ଼ିଶା ତାଜା ନ୍ୟୁଜ୍) ଫୁଲବାଣୀ :- ଭାରତୀୟ ମଜଦୂର ସଂଘ ରାଜ୍ୟ ଶାଖାର ପରାମର୍ଶ କ୍ରମେ କନ୍ଧମାଳ ଜିଲା ଶାଖା ପକ୍ଷରୁ ସ୍ଥାନୀୟ ମାଦିକୁନ୍ଦା ଛକରୁ ଏକ ବିଶାଳ ଶୋଭାଯାତ୍ରା ବାହାରି ନଗର ପରିକ୍ରମା କରି ଜିଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ଦାବି ପୂରଣ ନେଇ ସ୍ଲୋଗାନ ଦେଇଥିଲେ। ଭାରତୀୟ ମଜଦୂର ସଂଘର କେନ୍ଦ୍ରୀୟ କମିଟିର ଫେବୃୟାରୀ ୧୨ତାରିଖ ଗୌହାଟି ବୈଠକରେ ଗ୍ରହଣ କରାଯାଇଥିବା ନିଷ୍ପତ୍ତି ଅନୁସାରେ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହ ଆଲୋଚନା ବଜେଟରେ ସ୍ଥାନ ପାଇ ନ ଥିବାରୁ ୬ଦଫା ଦାବୀନେଇ ଏହି ଆନ୍ଦୋଳନ ଦେଶବ୍ୟାପୀ ଅନୁଷ୍ଠିତ ହୋଇଛି।

